Image Courtesy of Hindustan Times
ୱାସିଂଟନ୍: ଅଭିନନ୍ଦନ ଜଣାଇବାକୁ ଫୋନ୍ କରୁଥିବା ବିଶ୍ବ ନେତାମାନଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି-ନିର୍ବାଚିତ ଜୋ ବାଇଡେନ୍ କହିଛନ୍ତି ଯେ, ‘ଆମେରିକା ଜାଗ୍ରତ ହୋଇଛି’। ଏହାଦ୍ବାରା ସେ ସୂଚାଇ ଦେଇଛନ୍ତି ଯେ, ବୈଶ୍ବିକ ଘଟଣା ପ୍ରବାହରେ ଅଧିକ ସଂଶ୍ଳୀଷ୍ଟ ହେବାକୁ ଏଥର ଆମେରିକା ପ୍ରସ୍ତୁତ। ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ଙ୍କ ଏକାନ୍ତବାଦ ନିୟମ ଦ୍ବାରା ପରିଚାଳିତ ‘ଆଗ ଆମେରିକା’ର ଏହା ହେବ ବିପରୀତ ରୀତି।
ମଙ୍ଗଳବାର ଦିନ ଡିଲାୱେର୍ରେ ସେ ସାମ୍ବାଦିକମାନଙ୍କୁ କହିଛନ୍ତି, ‘ଆମେରିକା ଜାଗ୍ରତ’ ହୋଇଛି ବୋଲି ମୁଁ ସେମାନଙ୍କୁ ଜଣାଇ ଦେଇଛି। ଆମେ ପୁଣି ସକ୍ରିୟ ହୋଇ ଉଠିଛୁ। ନିର୍ବାଚନରେ ସଫଳତା ପରେ ଅଭିନନ୍ଦନ ଜଣାଇଥିବା ଇଂଲଣ୍ଡ, ଫ୍ରାନ୍ସ୍, ଜର୍ମାନି ଏବଂ ଭାରତ ଭଳି ଦେଶମାନଙ୍କ ଉଦ୍ଦେଶ୍ୟରେ ଏହା ହେଉଛି ବାଇଡେନ୍ଙ୍କର ମନ୍ତବ୍ୟ।
Image Courtesy of News Visionପରେ ଟୁଇଟ୍ କରି ମଧ୍ୟ ବାଇଡେନ୍ ତାଙ୍କ ବାର୍ତ୍ତାକୁ ଦୋହରାଇଛନ୍ତି। ସେ ଲେଖିଛନ୍ତି, ବିଦେଶୀ ନେତାମାନଙ୍କ ସହ କଥାବାର୍ତ୍ତା କରିବା ବେଳେ କହିଛି: ଆମେ ପୁଣି ସକ୍ରିୟ ହୋଇ ଉଠିବୁ।
ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ଅଭିଯାନରେ ମଧ୍ୟ ସେ କହିଥିଲେ ଯେ, ପୁଣି ଥରେ ନେତୃତ୍ବ ନେବା ଲାଗି ଆମର ବିଶ୍ବସନୀୟତା ଏବଂ ପ୍ରଭାବ ଫେରାଇ ଆଣିବାକୁ ପଡ଼ିବ। ତେଣୁ, ବୈଶ୍ବିକ ବ୍ୟାପାରରେ ଆମେରିକାର ଭୂମିକା ଏବଂ ନେତୃତ୍ବ ଫେରାଇ ଆଣିବା ନିମନ୍ତେ ବାଇଡେନ୍ ତାଙ୍କ ପ୍ରତିଶ୍ରୁତି ପାଳନ କରୁଛନ୍ତି।
ସେ ପୁଣି କହିଥିଲେ, ବାଇଡେନ୍ ପ୍ରଶାସନର ପ୍ରଥମ ଦିନ ହିଁ ଅନ୍ୟ ଦେଶମାନେ ପୁଣି ଥରେ ଜଣେ ଆମେରିକୀୟ ରାଷ୍ଟ୍ରପତିଙ୍କ କଥା ପ୍ରତି ଭରସା କରିବା ଓ ସମ୍ମାନ ପ୍ରଦର୍ଶନ କରିବାର କାରଣ ପାଇଯିବେ।
Follow Us