ଆମେରିକାରେ ଅସ୍ତ୍ର ଅଭାବ!

Advertisment
ଆମେରିକାରେ ଅସ୍ତ୍ର ଅଭାବ!

Gallup News

ୱାସିଂଟନ୍‌ : ୟୁକ୍ରେନ୍‌ ଯୁଦ୍ଧ ପାଇଁ ଆମେରିକାରେ କିଛି ଅତ୍ୟାଧୁନିକ ଅସ୍ତ୍ର ଶେଷ ହୋଇ ଆସିଲାଣି। ୟୁକ୍ରେନ୍‌ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଆମେରିକା ୟୁକ୍ରେନ୍‌କୁ ସାମରିକ ସହାୟତା ପ୍ରଦାନ କରି ଆସିଛି। କିନ୍ତୁ ଏବେ ୟୁକ୍ରେନ୍‌କୁ ଅସ୍ତ୍ର ପଠାଇବାପାଇଁ ଆମେରିକା ପାଖରେ ଅସ୍ତ୍ର ଅଭାବ ଦେଖାଦେଇଛି। ଆମେରିକାର ୩ ଜଣ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ଆମେରିକାର ଜଣେ ଅବସରପ୍ରାପ୍ତ କର୍ନେଲ ଏଥିପାଇଁ ଚିନ୍ତା ପ୍ରକଟ କରିଛନ୍ତି।

ରୁଷ୍‌ ବିରୋଧରେ ଯୁଦ୍ଧ ପାଇଁ ଆମେରିକା ୟୁକ୍ରେନକୁ ସମର୍ଥନ କରିବାପାଇଁ କୋଟି କୋଟି ଡଲାରର ଅସ୍ତ୍ର ପଠାଇଛି। କିବ୍‌କୁ ପ୍ରାୟ ୯ ମାସ ଧରି ଅସ୍ତ୍ର ଯୋଗାଣ କରିଥିବା ଆମେରିକାରେ ଏବେ କିଛି ଅତ୍ୟାଧୁନିକ ଅସ୍ତ୍ର ସରି ଆସିଛି। ୧୫୫ଏମଏମ ଆର୍ଟିଲେରି ଆମୁନିସନ୍‌ ଏବଂ କିଛି ମିସାଇଲ୍‌ ଆମେରିକାରେ ଅଭାବ ଦେଖାଦେଇଛି। ଜଣେ ପ୍ରତିରକ୍ଷା ଅଧିକାରୀ କହିଛନ୍ତି, ଯେଉଁ ଅଭାବ ଦେଖାଦେଇଛି ତା’ଦ୍ବାରା ଆମେରିକା ପ୍ରଭାବିତ ହେବନି। ଆମେରିକା ନିଜ ସୁରକ୍ଷା ପାଇଁ ଠୁଳ କରିଥିବା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରୁ ୟୁକ୍ରେନ୍‌ ପଠାଯାଇନି। କିନ୍ତୁ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହା ପ୍ରତିରକ୍ଷା ବିଭାଗରେ ଏକ ଆଲୋଚ୍ୟର ବିଷୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe