ପନ୍ନୁଙ୍କ ଫୋନ୍ ନମ୍ବର-ବ୍ୟାଙ୍କ ବିବରଣୀ ଦେବାକୁ ମନାକଲା ଆମେରିକା

ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁଙ୍କ ବ୍ୟାଙ୍କ ଏବଂ ଫୋନ୍ ସୂଚନା ଭାରତକୁ ଦେବାକୁ ଆମେରିକା ମନା କରିଦେଇଛି। ପନ୍ନୁ ୨୦୨୦ରେ ମୋଗାରେ ଖାଲିସ୍ତାନୀ ପତାକା ଉତ୍ତୋଳନ କରିଥିଲେ। ଆମେରିକା କହିଛି, ତାଙ୍କ ଦେଶରେ ଏହି ଅପରାଧର ଦଣ୍ଡ ଏକ ବର୍ଷରୁ କମ୍, ତେଣୁ ସେମାନେ ସୂଚନା ଦେଇପାରିବେ ନାହିଁ...

WhatsApp Image 2024-12-12 at 4.38.18 PM

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁଙ୍କ ବ୍ୟାଙ୍କ ଆକାଉଣ୍ଟ ଏବଂ ଫୋନ ନମ୍ବର ବିଷୟରେ ସୂଚନା ଦେବାକୁ ଆମେରିକା ମନା କରିଦେଇଛି। ପନ୍ନୁ ନିଷିଦ୍ଧ ସଂଗଠନ ଶିଖ୍ ଫର ଜଷ୍ଟିସ୍ (ଏସଏଫଜେ)ର ପ୍ରତିଷ୍ଠାତା। ୨୦୨୦ରେ ପଞ୍ଜାବର ମୋଗାସ୍ଥିତ ଜିଲ୍ଲା ପ୍ରଶାସନିକ କମ୍ପ୍ଲେକ୍ସରେ ଖଲିସ୍ତାନୀ ପତାକା ଉତ୍ତୋଳନ ସହ ଏହି ମାମଲା ରହିଛି। ଭାରତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଆମେରିକାରୁ ପନ୍ନୁଙ୍କ ବ୍ୟାଙ୍କ ଆକାଉଣ୍ଟ ଏବଂ ଫୋନ୍ ନମ୍ବର ବିଷୟରେ ସୂଚନା ମାଗିଥିଲା।

ଆମେରିକା ନିଜର ନିୟମ ଦର୍ଶାଇ ଏହି ସୂଚନା ଦେବାକୁ ମନା କରିଦେଇଛି। ଆମେରିକା କହିଛି ଯେ, ତାଙ୍କ ଦେଶରେ ହୋଇଥିବା ଏଭଳି ଅପରାଧର ଦଣ୍ଡ ଏକ ବର୍ଷରୁ କମ୍। ତେଣୁ ସେମାନେ ଏପରି ସୂଚନା ଦେଇପାରିବେ ନାହିଁ। 

ଭାରତରେ ପନ୍ନୁ ଆତଙ୍କବାଦ ଅଭିଯୋଗର ସମ୍ମୁଖୀନ ହୋଇଛନ୍ତି। ସେ ଆମେରିକା ଏବଂ କାନାଡାର ଦ୍ବୈତ ନାଗରିକତ୍ୱ ପାଇଛନ୍ତି। ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ ଅନୁଯାୟୀ ଭାରତର ଗୃହ ମନ୍ତ୍ରଣାଳୟ ତାଙ୍କୁ ଆତଙ୍କବାଦୀ ଘୋଷଣା କରିଛି। ତାଙ୍କ ବିରୋଧରେ ଅନେକ ମାମଲା ରୁଜୁ ହୋଇଛି।

ସ୍ବାଧୀନତା ଦିବସ ଅବସରରେ ୧୪ ଅଗଷ୍ଟ ୨୦୨୦ରେ ଦୁଇଜଣ ବ୍ୟକ୍ତି ସୁରକ୍ଷା କର୍ଡନ ଭାଙ୍ଗି ମୋଗାର ଜିଲ୍ଲା ପ୍ରଶାସନିକ କମ୍ପ୍ଲେକ୍ସ (ଡେପୁଟି କମିଶନର ଅଫିସ୍ ବିଲଡିଂ)ରେ ପ୍ରବେଶ କରିଥିଲେ। ସେମାନେ ଛାତ ଉପରେ ଖାଲିସ୍ତାନୀ ପତାକା ଉତ୍ତୋଳନ କରି ତ୍ରିରଙ୍ଗାକୁ ଅପମାନିତ କରିଥିଲେ। ତତ୍କାଳୀନ ମୋଗା ଏସଏସପି ହରମାନବୀର ସିଂ ଗିଲ କହିଥିଲେ ଯେ, ଉଭୟ ଲୋକଙ୍କ ଫଟୋ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ସେ କହିଥିଲେ, ସେମାନେ ବୋଧହୁଏ ପନ୍ନୁଙ୍କ ଘୋଷଣାରେ ଫସି ରହି ଏଭଳି କରିଥିଲେ।

ସୂଚନାଯାଗ୍ୟ, ସ୍ୱାଧୀନତା ଦିବସ ପୂର୍ବରୁ ପଞ୍ଜାବ ଏବଂ ହରିୟାଣାର ଅଟ୍ଟାଳିକା ଉପରେ ଭାରତୀୟ ଜାତୀୟ ପତାକା ବଦଳରେ ଖାଲିସ୍ତାନୀ ପତାକା ଉତ୍ତୋଳନ କରୁଥିବା ବ୍ୟକ୍ତିଙ୍କ ପାଇଁ ପନ୍ନୁ ୨୫୦୦ଡଲାର ପୁରସ୍କାର ଘୋଷଣା କରିଥିଲେ। ୫ ସେପ୍ଟେମ୍ବର ୨୦୨୦ରେ, ଏନଆଇଏ ପକ୍ଷରୁ ଏନେଇ ଭାରତୀୟ ଦଣ୍ଡ ସଂହିତା ଧାରା ୧୨୧, ୧୨୪ (ଏ), ୧୫୩-ଏ, ୧୫୩-ବି ଏବଂ ଜାତୀୟ ସମ୍ମାନ ଆଇନ ଅଧିନିୟମର ଧାରା ୨ ଅନୁଯାୟୀ ଏକ ମାମଲା ପଞ୍ଜୀକୃତ ହୋଇଥିଲା। ମ୍ୟୁଚୁଆଲ୍ ଲିଗାଲ୍ ଆସିଷ୍ଟାଣ୍ଟ ଚୁକ୍ତି (ଏମଏଲଏଟି) ଅଧୀନରେ ଏନଆଇଏ ଆମେରିକାର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଆରମ୍ଭ କରିଥିଲା।

ଗୃହ ମନ୍ତ୍ରଣାଳୟର ସୂତ୍ରରୁ ପ୍ରକାଶ, ଏନଆଇଏ ମାମଲା ପୁନଃ ପଞ୍ଜୀକୃତ ହେବା ପରେ ଭାରତୀୟ ଅଧିକାରୀମାନେ ଆମେରିକାର ଅଧିକାରୀଙ୍କ ସହ ଆଲୋଚନା ଆରମ୍ଭ କରିଥିଲେ। ଏହି ସମୟରେ, ଏନଆଇଏ ଏହାର ଅନୁସନ୍ଧାନ ବେଳେ କିଛି ବ୍ୟାଙ୍କ ଆକାଉଣ୍ଟ ଏବଂ ଫୋନ୍ ନମ୍ବର ପାଇଥିଲା ଯାହା ପନ୍ନୁଙ୍କ ସହିତ ଜଡିତ ଥିବା ଅଭିଯୋଗ ହୋଇଥିଲା।

ଅଧିକ ପଢ଼ନ୍ତୁ: ଇରାନର କଠୋର ହିଜାବ ଆଇନ: ଡ୍ରେସ୍ କୋଡ୍‌ର ଉଲ୍ଲଂଘନ କଲେ ମୃତ୍ୟୁଦଣ୍ଡ

ପରେ ଏଜେନ୍ସି ଆମେରିକାର ଅଧିକାରୀଙ୍କୁ ପନ୍ନୁଙ୍କ ବ୍ୟାଙ୍କ ଆକାଉଣ୍ଟ ଏବଂ ଫୋନ୍ ନମ୍ବର ବିଷୟରେ ସୂଚନା ଦେବାକୁ କହିଥିଲେ। ସୂତ୍ରରୁ ପ୍ରକାଶ ଯେ, ଆମେରିକାର ଅଧିକାରୀମାନେ ସେମାନଙ୍କ ଆଇନ ଦର୍ଶାଇ ସୂଚନା ଦେବାକୁ ମନା କରି ଦେଇଛନ୍ତି। ଯେତେବେଳେ ଏହି ବିଷୟରେ ପଚରାଗଲା, ଦିଲ୍ଲୀର ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି, ଅନେକ ଅପରାଧିକ ପ୍ରସଙ୍ଗରେ ଆମେରିକା ଏବଂ ଭାରତୀୟ ଆଇନ ପ୍ରଣୟନକାରୀ ସଂସ୍ଥା ମିଳିତ ଭାବେ କାର୍ଯ୍ୟ କରୁଛନ୍ତି।

ଅଧିକ ପଢ଼ନ୍ତୁ: ପୂଜାସ୍ଥଳୀ ଆଇନ : ମନ୍ଦିର, ମସଜିଦ ସର୍ଭେ ଉପରେ ସାମୟିକ ସ୍ଥଗିତାଦେଶ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe