ଆମେରିକା ସ୍କୁଲ୍‌ରେ ଗୁଳିବର୍ଷା, ୧୭ ମୃତ

ପୂର୍ବତନ ବହିଷ୍କୃତ ଛାତ୍ର ଗିରଫ

ଆମେରିକା ସ୍କୁଲ୍‌ରେ ଗୁଳିବର୍ଷା, ୧୭ ମୃତ

ନୂଆଦିଲ୍ଲୀ: ଆଜି ଏକ ବର୍ବୋରଚିତ ଗୁଳିକାଣ୍ଡ ଆମେରିକାର ଫ୍ଲୋରିଡ଼ା ସହରକୁ ଥରାଇ ଦେଇଛି। ଫ୍ଳୋରିଡ଼ାର ପାର୍କଲାଣ୍ଡ୍‌ ସ୍ଥିତ ମାର୍ଜୋରି ଷ୍ଟୋନ୍‌ମ୍ୟାନ୍‌ ଡୋଗଲାସ୍‌ ହାଇସ୍କୁଲ୍‌ରେ ସଂଘଟିତ ଏହି ଗୁଳିକାଣ୍ଡରେ ୧୭ ଜଣଙ୍କ ଜୀବନ ଯାଇଛି ଏବଂ ଅନେକ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିିଛି। ସ୍କୁଲ୍‌ରୁ ବହିଷ୍କୃତ ହୋଇଥିବା ଏକ ପୁରାତନ ଛାତ୍ର ହିଁ ଏଭଳି ଗଣହତ୍ୟା ରଚାଇଥିବା ବେଳେ ପୁଲିସ ତା’କୁ ଗିରଫ କରିଛି।

publive-image

ସୂଚନାନୁଯାୟୀ, ଉକ୍ତ ସ୍କୁଲ୍‌ର ପୂର୍ବତନ ଛାତ୍ର ନିକୋଲାସ୍‌ କ୍ରଜ୍‌(୧୯)କୁ ଗତବର୍ଷ ଶୃଙ୍ଖଳାଗତ କାରଣରୁ ସ୍କୁଲ୍‌ରୁ ବହିଷ୍କାର କରାଯାଇଥିଲା। ଏହି ରାଗରେ ସେ ଏଭଳି କାଣ୍ଡ ଘଟାଇଥିବା ପୁଲିସ କହିଛି। କ୍ରଜ୍‌ ଏଭଳି ନୃଶଂସ କାଣ୍ଡ ଘଟାଇବା ପୂର୍ବରୁ ସୋସିଆଲ ମିଡିଆରେ ବିଭିନ୍ନ ବିଶୃଙ୍ଖଳାକାରୀ ତଥ୍ୟ ମଧ୍ୟ ଦେଇଥିବା ଜଣାପଡ଼ିଛି। ଆଜି ହତ୍ୟାକାରୀ କ୍ରଜ୍‌ ଏଆର୍‌-୧୫ ବନ୍ଧୁକ ସମେତ ଗ୍ୟାସ୍‌ ମାସ୍କ ଏବଂ ସ୍ମୋକ୍‌ ଗ୍ରେନେଡରେ ସଜ୍ଜିତ ହୋଇ ବିଦ୍ୟାଳୟ ନିକଟରେ ପହଞ୍ଚିଥିଲା। ସେ ପ୍ରଥମେ ଅଗ୍ନି ସତର୍କ ଘଣ୍ଟି ବଜାଇଥିଲା। ଫଳରେ ଛାତ୍ରଛାତ୍ରୀମାନେ ଶ୍ରେଣୀଗୃହ ବାହାରକୁ ଚାଲି ଆସିଥିଲେ। ତା’ପରେ ସେ ସେମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲା। ମୃତକଙ୍କ ମଧ୍ୟରେ ଜଣେ ଭାରତୀୟ ବଂଶୋଦ୍ଭବ ବିଦ୍ୟାର୍ଥୀ ରହିଥିବା ଜଣାଯାଇଛି। ଉକ୍ତ ସ୍କୁଲ୍‌ରେ ଅନେକ ସଂଖ୍ୟାରେ ଭାରତୀୟ ବଂଶୋଦ୍ଭବ ଅଧ୍ୟୟନ କରୁଛନ୍ତି। ଗତବର୍ଷ ଫ୍ଲୋରିଡ଼ା ଆମେରିକାର ସବୁଠୁ ସୁରକ୍ଷିତ ସହର ଭାବେ ବିବେଚିତ ହୋଇଥିବା ବେଳେ ଆଜିର ଏହି ହତ୍ୟାକାଣ୍ଡ ଏଥିରେ ପ୍ରଶ୍ନଚିହ୍ନ ଲଗାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe