ଆମେରିକା ସ୍ଥିତି ଅସମ୍ଭାଳ: ମୃତ୍ୟୁସଂଖ୍ୟା ୩୭,୦୦୦ ଟପିଲା

Advertisment

ବିଶ୍ବବ୍ୟାପୀ ୨୨ ଲକ୍ଷ ୬୫ ହଜାର ଆକ୍ରାନ୍ତ, ୧ ଲକ୍ଷ ୫୭ ହଜାର ମୃତ

ବିଶ୍ବବ୍ୟାପୀ ୨୨ ଲକ୍ଷ ୬୫ ହଜାର ଆକ୍ରାନ୍ତ, ୧ ଲକ୍ଷ ୫୭ ହଜାର ମୃତ

ଆମେରିକା ସ୍ଥିତି ଅସମ୍ଭାଳ: ମୃତ୍ୟୁସଂଖ୍ୟା ୩୭,୦୦୦ ଟପିଲା

ନୂଆ‌ଦିଲ୍ଲୀ: ବିଶ୍ବବ୍ୟାପୀ ୨୨ ଲକ୍ଷ ୬୫ହଜାର ୪୦୬ ଜଣ କରୋନା ଭାଇରସ୍‌ ସଂକ୍ରମିତ ହୋଇଛନ୍ତି। ମୃତ୍ୟୁସଂଖ୍ୟା ୧ ଲକ୍ଷ ୫୭ହଜାରକୁ ବୃଦ୍ଧି ପାଇଛି। ଆମେରିକାରେ ମୃତ୍ୟୁସଂଖ୍ୟା ୩୭ହଜାର ଟପିଛି। ମୋଟ୍‌ ୩୭ ହଜାର ୮୭୫ ଜଣ ଆାମେରିକାରେ କରୋନା ମହାମାରୀରେ ପ୍ରାଣ ହରାଇଥିବା ବେଳେ ୭ ଲକ୍ଷ ୧୦ ହଜାର ୨୭୨ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ସ୍ପେନ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୯୨ ହଜାରରେ ପହଞ୍ଚିଛି ଏବଂ ମୃତ୍ୟୁସଂଖ୍ୟା ୨୦,୦୦୦ ଟପିଛି। ସ୍ପେନ୍‌ର ଜଣେ ପ୍ରମୁଖ ଡାକ୍ତର ଜେସସ୍‌ ଭକେରୋଙ୍କ କରୋନାରେ ମୃତ୍ୟୁ ହୋଇଛି। ସେ ମାଦ୍ରିଦ୍‌ ସ୍ଥିତ ପୁଏର୍ଟା ଡେଲ୍‌ ହେରୋ ହସ୍ପିଟାଲ୍‌ର ନ୍ୟୁ‌‌ରୋସଜର୍କରି ମୁଖ୍ୟ। ସେପଟେ ବ୍ରିଟେନ୍‌ରେ ମୃତ୍ୟୁସଂଖ୍ୟା ୧୪ ହଜାର ୫୭୬ରେ ପହଞ୍ଚିଥିବା ବେଳେ ବ୍ରି‌ଟେନ୍‌ ଟିକା ବାହାର କରିବାପାଇଁ ଏକ ଟାସ୍କଫୋର୍ସ୍‌ ଗଠନ କରିଛି। କିନ୍ତୁ ବ୍ରିଟେନ୍‌ରେ କରୋନା ମୁକାବିଲା ପାଇଁ ନିୟୋଜିତ ହୋଇଥିବା ଡାକ୍ତରମାନଙ୍କ ପାଇଁ ଆବଶ୍ୟକ ସୁରକ୍ଷା ଉପକରଣର ଅଭାବ ଦେଖାଦେଇଛି ବୋଲି ଜଣାପଡ଼ିଛି। ସଂକ୍ରମଣ ମାତ୍ରା ଅଧିକ ଥିବା ସ୍ଥାନମାନଙ୍କରେ ବି ଡାକ୍ତରଙ୍କ ପାଇଁ ସୁରକ୍ଷା ଉପକରଣ ଅଭାବ ଦେଖାଦେଇଛି। ଅନ୍ୟପକ୍ଷେ ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ଟପିଥିବା ବେଳେ ଆମେରିକାର ପୂର୍ବତନ ସିଡିଜି ନିର୍ଦ୍ଦେଶକ ଡ. ଟମ୍‌ ଫ୍ରେଡେନ୍‌ କହିଛନ୍ତି, ଆମେରିକା ଯଥେଷ୍ଟ କରୋନା ଟେଷ୍ଟ୍‌ କରୁନାହିଁ ଏବଂ ଏଥିପାଇଁ କେବଳ ଆମେରିକାର ସଂଘୀୟ ସରକାର ହିଁ ଦାୟୀ ବୋଲି ସେ କହିଛନ୍ତି। ଆଗକୁ ଆହୁରି ଭୟଙ୍କର ସ୍ଥିତି ଉପୁଜିବ ବୋଲି ସେ କହିଛନ୍ତି।

ନାଇଜେରିଆ ରାଷ୍ଟ୍ରପତିଙ୍କ ଷ୍ଟାଫ୍‌ ମୁଖ୍ୟ ଆବ୍ବା କ୍ୟାରିଙ୍କର କରୋନାରେ ମୃତ୍ୟୁ ହୋଇଯାଇଛି। ଜାପାନ୍‌ରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୦୦ ଟପିଥିବାବେଳେ ଜାପାନ୍‌ ଡାକ୍ତରମାନେ ଏବେ ଏକ ଚେତାବନୀ ଦେଇଛନ୍ତି। ଜାପାନ୍‌ରେ ସ୍ବାସ୍ଥ୍ୟ ପଦ୍ଧତି ଭୁଶୁଡ଼ି ପଡ଼ିବ ବୋଲି ଡାକ୍ତରମାନେ କହିଛନ୍ତି। ୨ଟି ମେଡିକାଲ ସଂଗଠନ ଅନୁଯାୟୀ ଜାପାନ୍‌ରେ କରୋନା ରୋଗୀଙ୍କ ପାଇଁ ଏମର୍ଜେନ୍ସିରେ ଆସୁଥିବା ଅନ୍ୟ ରୋଗୀମାନଙ୍କ ଚିକିତ୍ସା ହୋଇପାରୁନି। ଅନ୍ୟ ଦେଶ ତୁଳନାରେ ଜାପାନ୍‌ରେ କରେନା ଆକ୍ରାନ୍ତଙ୍କ ସଂଖ୍ୟା କମ୍‌ ଥିଲେ ମଧ୍ୟ ଏଠାରେ ଅନେକ ହସ୍ପିଟାଲ୍‌ରେ ରୋଗୀମାନଙ୍କୁ ଫେରାଇ ଦିଆଯାଉଛି। ଡାକ୍ତରମାନେ ମଧ୍ୟ ପିପିଇର ଅଭାବ ଥିବା ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କୁ ଏନେଇ କଡ଼ା ସମାଲୋଚନା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe