ୱାସିଂଟନ୍ : ଦିଲ୍ଲୀ ହିଂସା ଉପରେ ସମଗ୍ର ବିଶ୍ବର ନଜର ରହିଛି। ଭାରତକୁ ନେଇ ଏବେ ବିଭିନ୍ନ ନକରାତ୍ମକ ଆଲୋଚନା ହେଉଛି। ଏଭଳି ସ୍ଥିତିରେ ଆମେରିକା ଭାରତକୁ ‘ଶାନ୍ତିପୂର୍ଣ୍ଣ ସମାବେଶ’ କରିବାର ଅଧିକାରକୁ ସୁରକ୍ଷା ଏବଂ ସମ୍ମାନ ଦେବାପାଇଁ ଅନୁରୋଧ କରିଛି। ସିଏଏକୁ ନେଇ ହୋଇଥିବା ଦିଲ୍ଲୀ ହିଂସା ସଂକ୍ରାନ୍ତରେ ଆମେରିକା ଚିନ୍ତା ପ୍ରକଟ କରିଛି। ଯେଉଁମାନେ ହିଂସା ସୃଷ୍ଟି କରିଛନ୍ତି ସେମାନଙ୍କୁ ଉତ୍ତରଦାୟୀ କରିବାକୁ ଆମେରିକା ପକ୍ଷରୁ ଭାରତକୁ କୁହାଯାଇଛି। ଆମେରିକା ବିଦେଶ ବିଭାଗର ଜଣେ ମୁଖପାତ୍ର କହିଛନ୍ତି, ଦିଲ୍ଲୀରେ ହୋଇଥିବା ହିଂସାକୁ ନେଇ ଆମେରିକା ଗଭୀର ଉଦ୍ବେଗ ପ୍ରକାଶ କରୁଛି। ଶାନ୍ତିପୂର୍ଣ୍ଣ ସମାବେଶ ଅଧିକାରକୁ ସମ୍ମାନ ଏବଂ ସୁରକ୍ଷା ଦେବା ଉଚିତ ବୋଲି ସେ କହିଛନ୍ତି।
ଶାନ୍ତିପୁର୍ଣ୍ଣ ସମାବେଶ କରିବା ଅଧିକାରକୁ ସମ୍ମାନ ଦେବାପାଇଁ ଭାରତକୁ ଆମେରିକାର ଅନୁରୋଧ
Advertisment
Follow Us