ଆମେରିକା ପ୍ରତିନିଧି ସଭାରେ ପ୍ରସ୍ତାବ: କାଶ୍ମୀରରେ ଅଟକ ନେତାଙ୍କୁ ଛାଡ଼ିବାକୁ ଭାରତକୁ ପରାମର୍ଶ

Advertisment
ଆମେରିକା ପ୍ରତିନିଧି ସଭାରେ ପ୍ରସ୍ତାବ: କାଶ୍ମୀରରେ ଅଟକ ନେତାଙ୍କୁ ଛାଡ଼ିବାକୁ ଭାରତକୁ ପରାମର୍ଶ

Hindustan Times

ୱାସିଂଟନ: ଆମେରିକା ପ୍ରତିନିଧି ସଭାରେ କାଶ୍ମୀର ମାମଲା ନେଇ ଏକ ପ୍ରସ୍ତାବ ଆଗତ କରାଯାଇଛି, ଯେଉଁଥିରେ ଜମ୍ମୁ କାଶ୍ମୀରରେ ଇଣ୍ଟରନେଟ୍‌ ସେବା ଉପରୁ କଟକଣା ହଟାଇବା ଏବଂ ଅଟକ ନେତାମାନଙ୍କୁ ଖଲାସ କରିବାକୁ କୁହାଯାଇଛି। ଏହି ପ୍ରସ୍ତାବରେ ଭାରତ ସୀମାରେ ଆତଙ୍କବାଦ ଯୋଗୁଁ ଉପୁଜିଥିବା ସମସ୍ୟା ନେଇ ମଧ୍ୟ ଉଦ୍‌ବେଗ ପ୍ରକାଶ କରାଯାଇଛି। ଜମ୍ମୁ କାଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦ ହଟିବା ପରେ ବହୁ ସଂଖ୍ୟାରେ ସ୍ଥାନୀୟ ନେତା ଏବଂ ବିଚ୍ଛିନ୍ନତାବାଦୀଙ୍କୁ ଅଟକ ରଖାଯାଇଛି। ଇଣ୍ଟରନେଟ୍‌ ସେବା ଲାଗୁ କରିବା ପାଇଁ ଏହି ପ୍ରସ୍ତାବରେ ବିଶେଷ ଗୁରୁତ୍ବ ଦିଆଯାଇଛି । ଅନ୍ତର୍ଜାତୀୟ ମାନବାଧିକାର ପର୍ଯ୍ୟବେକ୍ଷକ ଏବଂ ସାମ୍ବାଦିକମାନଙ୍କୁ ଜମ୍ମୁ କାଶ୍ମୀରରେ ପ୍ରବେଶ କରିବା ଏବଂ ସ୍ବାଧୀନ ଭାବେ କାର୍ଯ୍ୟ କରିବା ପାଇଁ ଅନୁମତି ଦେବାକୁ ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଛି। ଭାରତ ସୀମାପାର ଆତଙ୍କବାଦ ଯୋଗୁଁ ଯେଉଁ ବଡ଼ ଚ୍ୟାଲେଂଜ୍‌କୁ ସାମ୍ନା କରୁଛି ସେ ବାବଦରେ ଆମେରିକା ସଂସଦ ଭଲଭାବେ ଅବଗତ ଅଛି ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe