ଆତ୍ମରକ୍ଷା ପାଇଁ ଭାରତର ପୂର୍ଣ୍ଣ ଅଧିକାର ରହିଛି: ଆମେରିକା

Advertisment
ଆତ୍ମରକ୍ଷା ପାଇଁ ଭାରତର ପୂର୍ଣ୍ଣ ଅଧିକାର ରହିଛି: ଆମେରିକା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଜନ୍‌ ବୋଲ୍‌ଟନ ଆଜି ପୁଲୱାମା ଆକ୍ରମଣ ମାମଲାରେ ଭାରତ ପ୍ରତି ଆମେରିକାର ଦୃଢ଼ ସମର୍ଥନକୁ ଦୋହରାଇଛନ୍ତି। ଆତ୍ମରକ୍ଷା ପାଇଁ ଭାରତର ପୂର୍ଣ୍ଣ ଅଧିକାର ରହିଛି ଏବଂ ଏ କ୍ଷେତ୍ରରେ ଭାରତ ଯାହା ବି ପଦକ୍ଷେପ ନେବ ଆମେରିକା ତାହାକୁ ସମର୍ଥନ କରିବ ବୋଲି ସେ କହିଛନ୍ତି। ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଫୋନ୍‌ କରି ବୋଲ୍‌ଟନ ସମବେଦନା ଜଣାଇଥିଲେ ଏବଂ ଭାରତର ଲଢ଼େଇକୁ ଆମେରିକାର ପୂର୍ଣ୍ଣ ସମର୍ଥନ ରହିଛି ବୋଲି ବୋଲି କହିଥିଲେ। ବୋଲ୍‌ଟନ ଆଜି ଆମେରିକୀୟ ଗଣମାଧ୍ୟମକୁ କହିଛନ୍ତି ଯେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଚେତାଇ ଦିଆଯାଇଛି ଏବଂ କଥାବାର୍ତ୍ତା ଜାରି ରହିଛି। ତେବେ ଭାରତ ନିଜର ସୁରକ୍ଷା ପାଇଁ ପୂର୍ଣ୍ଣ ଅଧିକାର ରଖୁଛି ଏବଂ ଏ କ୍ଷେତ୍ରରେ ଆମେ ଭାରତ ସହିତ ଦୃଢ଼ତାର ସହିତ ରହିଛୁ। ପାକିସ୍ତାନରେ କାୟା ବିସ୍ତାର କରି ରହିଥିବା ପ୍ରମୁଖ ଆତଙ୍କବାଦୀ ସଂଗଠନଗୁଡ଼ିକ ବିରୋଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଏବେ ଜରୁରୀ ବୋଲି ବୋଲ୍‌ଟନ ପାକିସ୍ତାନକୁ ଚେତାଇ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe