ଆମେରିକାରେ ବ୍ୟାନ୍ ହେବ ନାହିଁ ଟିକ୍-ଟକ୍, ରାଷ୍ଟ୍ରପତିଙ୍କ ଆଦେଶ ଉପରେ ରୋକ ଲଗାଇଲେ ଫେଡେରାଲ କୋର୍ଟ

Advertisment
ଆମେରିକାରେ ବ୍ୟାନ୍ ହେବ ନାହିଁ ଟିକ୍-ଟକ୍, ରାଷ୍ଟ୍ରପତିଙ୍କ ଆଦେଶ ଉପରେ ରୋକ ଲଗାଇଲେ ଫେଡେରାଲ କୋର୍ଟ

indiatoday

ନୂଆଦିଲ୍ଲୀ: ଚାଇନିଜ୍ ଭିଡିଓ ସେୟାରିଂ ଆପ୍ ଟିକ୍-ଟକ୍ ଏବେ ଆମେରିକାରେ  ନିଷେଧ ହେବ ନାହିଁ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାରି କରିଥିବା ନିର୍ଦ୍ଦେଶ ବିରୋଧରେ ଟିକ୍-ଟକ୍ କମ୍ପାନି କୋର୍ଟର ଦ୍ବାରସ୍ଥ ହୋଇଥିଲେ। ଉକ୍ତ ମାମଲାର ଶୁଣାଣି କରି ରବିବାର ଏକ ଫେଡେରାଲ କୋର୍ଟ ଏହି ନିଷେଧାଦେଶ ଆଦେଶ ଉପରେ ରୋକ ଲଗାଇଛନ୍ତି। ଆମେରିକାରେ ରାଷ୍ଟ୍ରପତିଙ୍କ ଆଦେଶ ଅନୁସାରେ ଟିକ୍-ଟକ୍ ଉପରେ ପ୍ରତିବନ୍ଧକ ଲାଗିବାକୁ ଯାଉଥିବାର ୪ଘଣ୍ଟା ପୂର୍ବରୁ ଏଭଳି ରାୟ ଶୁଣାଇଥିଲେ ଅଦାଲତ।

ଆମେରିକାରେ ଡାଟା ସୁରକ୍ଷାକୁ ନେଇ ଉଦବେଗ ପ୍ରକାଶ କରି ରାଷ୍ଟ୍ରପତି ପ୍ରତିବନ୍ଧକ ଲଗାଇବା ପାଇଁ ଆଦେଶ ଦେଇଥିଲେ। ଏହା ପରେ, ଆମେରିକାର ଅନେକ କମ୍ପାନି ଟିକ୍-ଟକ୍ କିଣିବା ଦିଗରେ କାମ ଆରମ୍ଭ କରିଥିଲେ। ଏହାର ସମର୍ଥନ କରି, ଦେଇଥିବା ସମୟ ମଧ୍ୟରେ ଟିକ୍-ଟକ୍ କୁ କିଣାନଗଲେ ଆପ୍ ଉପରେ ପ୍ରତିବନ୍ଧକ ଲାଗାଇ ଦିଆଯିବ ବୋଲି କହିଥିଲେ ଆମେରିକା ସରକାର। ସେପ୍ଟେମ୍ବର ୨୮ରେ ଆମେରିକା ସରକାରଙ୍କ ସମୟ ଅବଧି ଶେଷ ହେଉଥିବା ବେଳେ ଗୋଟେ ଦିନ ପୂର୍ବରୁ ପ୍ରତିବନ୍ଧକ ଉପରେ ରୋକ୍ ଲଗାଇଛନ୍ତି ଫେଡେରାଲ କୋର୍ଟ। ଫେଡେରାଲ କୋର୍ଟ ରାୟ ଶୁଣାଇବା ପରେ ଆମେରିକାରେ ଏବେ ପୂର୍ବ ପରି ଟିକ୍-ଟକ୍ ଚାଲୁ ରହିବ ବୋଲି ଜଣା ପଡ଼ିଛି।

अमेरिकी राष्ट्रपति ने दिया था बैन का आदेश aajtak

ଆଜି ରାଷ୍ଟ୍ରପତି ଦେଇଥିବା ଅବଧି ଶେଷ ହେଉଥିବା ବେଳେ କୋର୍ଟର ନିଷ୍ପତ୍ତି ପରେ ଏବେ ଆମେରିକାରେ ଲୋକେ ଟିକ୍-ଟକ୍ ଡାଉନଲୋଡ୍ କରି ବ୍ୟବହାର କରି ପାରିବେ। ଶୁଣାଣି ସମୟରେ ଫେଡେରାଲ କୋର୍ଟର ଜଜ୍ କହିଥିଲେ ଯେ, ଯେତେବେଳେ ଆପ୍ କୁ କିଣିବା ପାଇଁ କମ୍ପାନିମାନେ ଆଲୋଚନା କରୁଛନ୍ତି, ସେ ସମୟରେ କେମିତି ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇ ପାରିବ? କୋର୍ଟରେ ବିତର୍କ ପ୍ରାୟ ତିନି ଘଣ୍ଟା ଧରି ଚାଲିବା ପରେ ଶେଷରେ ଆପ୍ ଉପରେ ପ୍ରତିବନ୍ଧକ ଲାଗିବ ନାହିଁ ବୋଲି ବିଚାରପତି ରାୟ ଶୁଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe