ଆଜି ଭୋଟ୍‌ ଦେବ ଆମେରିକା: ଟ୍ରମ୍ପ୍‌ ନା ହାରିସ, କିଏ ଜିତିବେ?

Advertisment

ବହୁ ପ୍ରତୀକ୍ଷିତ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଆସନ୍ତାକାଲି(ନଭେମ୍ବର ୫)ହେବ। ଉଭୟ ଡେମୋକ୍ରାଟିକ୍‌ ପ୍ରାର୍ଥୀ କମଳା ହାରିସ ଏବଂ ରିପବ୍ଲିକାନ୍‌ ଦଳର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ ଏଥିପାଇଁ ଭୋଟରମାନଙ୍କୁ ଶେଷ ନିବେଦନ କରି ସାରିଛନ୍ତି।

ବହୁ ପ୍ରତୀକ୍ଷିତ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଆସନ୍ତାକାଲି(ନଭେମ୍ବର ୫)ହେବ। ଉଭୟ ଡେମୋକ୍ରାଟିକ୍‌ ପ୍ରାର୍ଥୀ କମଳା ହାରିସ ଏବଂ ରିପବ୍ଲିକାନ୍‌ ଦଳର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ ଏଥିପାଇଁ ଭୋଟରମାନଙ୍କୁ ଶେଷ ନିବେଦନ କରି ସାରିଛନ୍ତି।

ljljljgljlg

ୱାସିଂଟନ୍‌: ବହୁ ପ୍ରତୀକ୍ଷିତ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଆସନ୍ତାକାଲି(ନଭେମ୍ବର ୫)ହେବ। ଉଭୟ ଡେମୋକ୍ରାଟିକ୍‌ ପ୍ରାର୍ଥୀ କମଳା ହାରିସ ଏବଂ ରିପବ୍ଲିକାନ୍‌ ଦଳର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ ଏଥିପାଇଁ ଭୋଟରମାନଙ୍କୁ ଶେଷ ନିବେଦନ କରି ସାରିଛନ୍ତି। ଏହି ନିର୍ବାଚନ ଜରିଆରେ ଆମେରିକା ତାହାର ୪୭ତମ ରାଷ୍ଟ୍ରପତିଙ୍କୁ ବାଛିବ। ତେବେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଏକ ଜଟିଳ ପ୍ରକ୍ରିୟା। ‘ଇଲେକ୍ଟୋରାଲ କଲେଜ୍‌’ ପଦ୍ଧତି ଦ୍ବାରା ରାଷ୍ଟ୍ରପତି ନିର୍ବାଚିତ ହୋଇଥାନ୍ତି। ରାଷ୍ଟ୍ରପତି ହେବାପାଇଁ ଜଣେ ପ୍ରାର୍ଥୀଙ୍କୁ ୨୭୦ ଇଲେକ୍ଟୋରାଲ କଲେଜ୍‌ ଭୋଟ୍‌ ଆବଶ୍ୟକ।

ଚଳିତ ଥର ୭ଟି ରାଜ୍ୟ (ସ୍ବିଙ୍ଗ ଷ୍ଟେଟ୍‌)ର ଭୋଟ ଉପରେ ନଜର ରହିଛି। ଏହି ୭ଟି ରାଜ୍ୟ ହେଉଛି ଆରିଜୋନା, ଜର୍ଜିଆ, ମିଚିଗାନ, ନେବାଡା, ଉତ୍ତର କାରୋଲିନା, ପେନସିଲଭାନିଆ ଏବଂ ୱିସକନସିନ୍‌। ସ୍ବିଙ୍ଗ ଷ୍ଟେଟ୍‌ର ଅର୍ଥ ହେଉଛି ଯେଉଁଠାରେ ୨ ପ୍ରମୁଖ ରାଜନୈତିକ ଦଳର ସମାନ ସଂଖ୍ୟକ ସମର୍ଥକ ଥିବେ। ଏହି ସ୍ବିଙ୍ଗ୍‌ ଷ୍ଟେଟ୍‌ ଉପରେ ପୂରା ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳ ନିର୍ଭର କରୁଛି। ରାଷ୍ଟ୍ରପତି ନିର୍ବାଚନ ଜିତିବା ପାଇଁ ଆବଶ୍ୟକ ୨୭୦ ଇଲେ‌କ୍ଟୋରାଲ କଲେଜ ଭୋଟ୍‌ରୁ ଅଧିକାଂଶ ଇଲେକ୍ଟୋରାଲ୍‌ ଭୋଟ୍‌ ଏହି ସ୍ବିଙ୍ଗ୍‌ ଷ୍ଟେଟ୍‌ରୁ ଆସିବ। ଦୁଇ ପ୍ରମୁଖ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌, କମଳା ହାରିସଙ୍କ ସହ ଅନ୍ୟ ଦଳର ପ୍ରାର୍ଥୀ ଏବଂ ସ୍ବାଧୀନ ପ୍ରାର୍ଥୀ ମଧ୍ୟ ଲଢ଼େଇରେ ସାମିଲ ହୋଇଛନ୍ତି। ଲିବରେସନ୍‌ ପାର୍ଟି ପ୍ରାର୍ଥୀ ଚେଜ୍‌ ଅଲିଭର ନିର୍ବାଚନ ଲଢ଼ୁଛନ୍ତି ଏବଂ ଗ୍ରିନ୍‌ ପାର୍ଟି ପ୍ରାର୍ଥୀ ଜିଲ ଷ୍ଟେନ୍‌ ଦ୍ବିତୀୟ ଥର ନିର୍ବାଚନ ଲଢ଼ୁଛନ୍ତି। ଏଥିସହ କିଛି ସ୍ବାଧୀନ ପ୍ରାର୍ଥୀ ମଧ୍ୟ ନିର୍ବାଚନ ଲଢ଼ୁଛନ୍ତି। 

ଟ୍ରମ୍ପ୍‌ ନା ହାରିସ, କିଏ ଜିତିବେ?
ଜାନୁଆରି ୬ରେ ଘୋଷଣା
ଜାନୁଆରି ୨୦ରେ ନୂଆ ରାଷ୍ଟ୍ରପତି ନେବେ ଶପଥ

ଇତି ମଧ୍ୟରେ ୬୮ ନିୟୁତରୁ ଅଧିକ ଆମେରିକୀୟ ‌ମେଲ୍‌ ଯୋଗେ ଭୋଟ୍‌ ଦେଇ ସାରିଛନ୍ତି। ନିର୍ବାଚନ ଫଳ ନିର୍ଦ୍ଧାରଣ କରୁଥିବା ବିଭିନ୍ନ ପ୍ରମୁଖ ସ୍ବିଙ୍ଗ ଷ୍ଟେଟ୍‌ ଗୁଡ଼ିକରେ ଟ୍ରମ୍ପ୍‌ ଏବଂ ହାରିସଙ୍କ ବିରୋଧରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ତେଣୁ ନିର୍ବାଚନ ଫଳ କ’ଣ ହେବ ତା’ ଉପରେ ସାରା ବିଶ୍ବର ନଜର ରହିଛି। ନିର୍ବାଚନର ବର୍ଷକ ପୂର୍ବରୁ ୨ ପ୍ରମୁଖ ଦଳ ସେମାନଙ୍କ ପ୍ରଚାର ଆରମ୍ଭ କରିଥିଲେ।  ଆମେରିକା ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରୁଥିବା ଇଲେକ୍ଟୋରାଲ୍ କଲେଜରେ ଆମେରିକାର ପ୍ରତିଟି ରାଜ୍ୟରୁ ପ୍ରତିନିଧି ଥାଆନ୍ତି। ଆମେରିକୀୟ ଭୋଟରମାନେ ସେମାନଙ୍କ ନିଜ ନିଜ ରାଜ୍ୟରେ ଭୋଟ୍‌ ଦ୍ବାରା ଏହି ପ୍ରତିନିଧିଙ୍କୁ ବାଛିବେ। ଉକ୍ତ ପ୍ରତିନିଧି ପରେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ବାଛିବେ। ଚଳିତ ଥର ପ୍ରତି ରାଜ୍ୟରୁ ପ୍ରତିନିଧିମା‌‌ନେ ଡିସେମ୍ବର ୧୭ ତାରିଖରେ ସେମାନଙ୍କ ରାଜ୍ୟ ରାଜଧାନୀରେ ପହଞ୍ଚି ପରବର୍ତ୍ତୀ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କୁ ନିର୍ବାଚନ ପାଇଁ ଭୋଟ୍‌ ଦେବେ। ୨୦୨୫ ଜାନୁଆରି ୬ ତାରିଖରେ ଆମେରିକା କଂଗ୍ରେସ ବସି ବିଜେତାଙ୍କ ନାଁ ଘୋଷଣା କରିବ। ଜାନୁଆରି ୨୦ ତାରିଖରେ ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe