America vs Iran: ଆମେରିକାକୁ ବଡ଼ ଝଟକା: ଲଞ୍ଚପ୍ୟାଡ୍ ‌ହେବାକୁ ମନା କଲେ ସାଉଦି ଆରବ-ୟୁଏଇ

Advertisment

ଇରାନ ଓ ଆମେରିକା ମଧ୍ୟରେ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଏକ ବଡ଼ ଆମେରିକୀୟ ନୌସେନା ଇରାନ ଅଭିମୁଖେ ଯାଉଛି। ମୁଁ ଆଶା କରୁଛି ଏସବୁର ବ୍ୟବହାର କରିବାକୁ ପଡ଼ିବ ନାହିଁ।

ଇରାନ ଓ ଆମେରିକା ମଧ୍ୟରେ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଏକ ବଡ଼ ଆମେରିକୀୟ ନୌସେନା ଇରାନ ଅଭିମୁଖେ ଯାଉଛି। ମୁଁ ଆଶା କରୁଛି ଏସବୁର ବ୍ୟବହାର କରିବାକୁ ପଡ଼ିବ ନାହିଁ।

New Project (4)

america vs iran Photograph: (sambad.in)

ୱାସିଂଟନ: ଇରାନ ଓ ଆମେରିକା ମଧ୍ୟରେ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି। ଦୁଇଦେଶ ଯୁଦ୍ଧର ଦ୍ୱାରଦେଶରେ ପହଞ୍ଚିଥିବା କୁହାଯାଉଛି। ଉଭୟ ଦେଶ ମଧ୍ୟରେ ସାମରିକ, ରାଜନୈତିକ ଓ ରଣନୈତିକ ମୁକାବିଲା ଜାରି ରହିଛି। ଇରାନ ବିରୋଧରେ ପରମାଣୁ କାର୍ଯ୍ୟକ୍ରମ ଉଲ୍ଲଂଘନ, ଆଞ୍ଚଳିକ ମିଲିସିଆକୁ ସମର୍ଥନ ତଥା ମାନବାଧିକାର ଉଲ୍ଲଂଘନ କରିବା ଭଳି ଅଭିଯୋଗ ଆମେରିକା ଆଣିଛି। ତେବେ ଆମେରିକା ମଧ୍ୟପ୍ରାଚ୍ୟରେ ହସ୍ତକ୍ଷେପ ଓ କଟକଣା ମାଧ୍ୟମରେ ଇରାନର ଅର୍ଥନୀତିକୁ କ୍ଷତି ପହଞ୍ଚାଉଥିବା ଅଭିଯୋଗ କରାଯାଉଛି। ଗତ କିଛି ମାସ ମଧ୍ୟରେ, ଆମେରିକା ଉପସାଗରୀୟ ଅଞ୍ଚଳରେ ବିମାନ ବାହକ, ଯୁଦ୍ଧଜାହାଜ ଓ ଲଢ଼ୁଆ ବିମାନ ମୁତୟନ କରିଛି। ଜବାବରେ, ଇରାନ ଚେତାବନୀ ଦେଇଛି ଯେ, ଆମେ ଯେକୌଣସି ଆକ୍ରମଣକୁ ଏକ ପୂର୍ଣ୍ଣ-ସ୍ତରର ଯୁଦ୍ଧ ଭାବରେ ଗ୍ରହଣ କରିବୁ। ଦୁଇ ଦେଶ ମଧ୍ୟରେ ବୟାନବାଜି, ସାମରିକ ପ୍ରସ୍ତୁତି, କଟକଣା, ସାଇବର ଓ ଗୁପ୍ତଚର କାର୍ଯ୍ୟ ପ୍ରଭୃତି ସ୍ଥିତିକୁ ଅଧିକ ଜଟିଳ କରୁଛି।

ବିନାଶକାରୀ ଜାହାଜ ଇରାନ ମୁହାଁ

ବୁଧବାର ଦିନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଏକ ବଡ଼ ଆମେରିକୀୟ ନୌସେନା ଇରାନ ଅଭିମୁଖେ ଯାଉଛି। ମୁଁ ଆଶା କରୁଛି ଏସବୁର ବ୍ୟବହାର କରିବାକୁ ପଡ଼ିବ ନାହିଁ। ଟ୍ରମ୍ପ ପୁଣି ଥରେ ତେହେରାନକୁ ପ୍ରତିବାଦକାରୀଙ୍କୁ ହତ୍ୟା ଓ ପରମାଣୁ କାର୍ଯ୍ୟକ୍ରମ ପୁନଃଆରମ୍ଭ କରିବା ଯେକୌଣସି କାର୍ଯ୍ୟରୁ ନିବୃତ୍ତ ରହିବାକୁ ଚେତାବନୀ ଦେଇଛନ୍ତି। ସେ ଇରାନକୁ ଏକ ବାଣିଜ୍ୟ ଚୁକ୍ତି କରିବାକୁ ନଚେତ ପରିଣାମ ଭୋଗିବାକୁ ମଧ୍ୟ ଧମକ ଦେଇଛନ୍ତି।

ଲଞ୍ଚପ୍ୟାଡ୍ ‌ନହେବାକୁ କହି ଆମେରିକାକୁ ଝଟକା ଦେଲା ସାଉଦି ଆରବ

ଆମେରିକାର ଏହି ପଦକ୍ଷେପ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଇରାନ କହିଛି। ଇରାନ ୟୁଏଇ ସହିତ ଆଲୋଚନା କରିଥିଲା। ଯାହା ପରେ ୟୁଏଇ ସ୍ପଷ୍ଟ ଭାବରେ କହିଥିଲା ​​ଯେ, ଆମର ଆକାଶ ସୀମା, ସ୍ଥଳ କିମ୍ବା ଜଳକୁ କୌଣସି ଆକ୍ରମଣାତ୍ମକ କାର୍ଯ୍ୟକଳାପ ପାଇଁ ବ୍ୟବହାର କରିବାକୁ ଦିଆଯିବ ନାହିଁ। ସାଉଦି ଆରବ ସହିତ ମଧ୍ୟ ଇରାନ ସମାନ ଆଲୋଚନା କରିଛି। ଆମେରିକାକୁ ଏକ ଝଟକା ଦେଇ ସାଉଦି ଆରବ କହିଛି ଯେ, ଆମେ ତେହେରାନ ବିରୋଧରେ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଆମର ଆକାଶ ସୀମା କିମ୍ବା ଭୂମି ବ୍ୟବହାର କରିବାକୁ ଦେବୁ ନାହିଁ। ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ଇରାନ ରାଷ୍ଟ୍ରପତି ମାସୁଦ ପେଶକିୟାନଙ୍କ ସହିତ ଆଲୋଚନା ପରେ ଏହି ବିବୃତି ଦେଇଛନ୍ତି। ଉଭୟ ଦେଶ ସ୍ପଷ୍ଟ କରିଛନ୍ତି ଯେ, ସେମାନେ ସେମାନଙ୍କ ଦେଶକୁ କୌଣସି ସାମରିକ ଆକ୍ରମଣ ପାଇଁ ଲଞ୍ଚପ୍ୟାଡ୍ ହେବାକୁ ଦେବେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe