ପ୍ୟାରିସ ଚୁକ୍ତିରୁ ଓହରିଗଲା ଆମେରିକା; ବିଶ୍ବ ଜଳବାୟୁ ସଂହତି ପ୍ରତି ବିପଦ: ବିଶେଷଜ୍ଞ

Advertisment

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୋଟିଏ ଦଶନ୍ଧିରେ ଦ୍ବିତୀୟ ଥର ପାଇଁ  ଆମେରିକାକୁ ପ୍ୟାରିସ୍‌  ଜଳବାୟୁ ଚୁକ୍ତିରୁ ପ୍ରତ୍ୟାହାର କରିନେଇଛନ୍ତି।  ତେବେ ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢ଼େଇ ପାଇଁ ଚାଲିଥିବା ବୈଶ୍ବିକ ଉଦ୍ୟମରୁ ଆମେରିକା...

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୋଟିଏ ଦଶନ୍ଧିରେ ଦ୍ବିତୀୟ ଥର ପାଇଁ  ଆମେରିକାକୁ ପ୍ୟାରିସ୍‌  ଜଳବାୟୁ ଚୁକ୍ତିରୁ ପ୍ରତ୍ୟାହାର କରିନେଇଛନ୍ତି।  ତେବେ ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢ଼େଇ ପାଇଁ ଚାଲିଥିବା ବୈଶ୍ବିକ ଉଦ୍ୟମରୁ ଆମେରିକା...

hfhffh

ୱାସିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୋଟିଏ ଦଶନ୍ଧିରେ ଦ୍ବିତୀୟ ଥର ପାଇଁ  ଆମେରିକାକୁ ପ୍ୟାରିସ୍‌  ଜଳବାୟୁ ଚୁକ୍ତିରୁ ପ୍ରତ୍ୟାହାର କରିନେଇଛନ୍ତି।  ତେବେ ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢ଼େଇ ପାଇଁ ଚାଲିଥିବା ବୈଶ୍ବିକ ଉଦ୍ୟମରୁ ଆମେରିକା ଓହରିଯିବା ଦ୍ବାରା ଏହା ବିଶ୍ବ ଜଳବାୟୁ ସଂହତି ପ୍ରତି ଏକ ବଡ଼ ବିପଦ ବୋଲି ବିଶେଷଜ୍ଞମାନେ କହିଛନ୍ତି।  ନୋଟିସ୍‌ ଦେବାର ବର୍ଷକ ପରେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ।  ଉଲ୍ଲେଖଯୋଗ୍ୟ,  ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ସାରା ବିଶ୍ବ ଭୋଗୁଛି। ଏଭଳି ଏକ ଜଟିଳ ସମୟରେ ଟ୍ରମ୍ପଙ୍କର  ନିଷ୍ପତ୍ତି ଅତ୍ୟନ୍ତ ପ୍ରତିକୂଳ ପ୍ରଭାବ ପକାଇବ।  

ନିକଟରେ ୨୦୨୪ ବର୍ଷକୁ ସବୁଠାରୁ ଗରମ ବର୍ଷ ‌ଘୋଷଣା କରାଯାଇଥିଲା।   ୨୦୨୪ରେ ସମୁଦ୍ର ମଧ୍ୟ ସବୁଠାରୁ ଉଷ୍ମ ରହିଥିବା ‌ରେକର୍ଡ ହୋଇଥିଲା।  ବିଶେଷଜ୍ଞମାନେ କହିଛନ୍ତି, ଟ୍ରମ୍ପଙ୍କ ନିଷ୍ପତ୍ତି ଭାରତ ଭଳି ବିକାଶଶୀଳ ରାଷ୍ଟ୍ର ପାଇଁ ଅତି ଖରାପ ଉଦାହରଣ ସୃଷ୍ଟି କରୁଛି।  ଜଳବା‌ୟୁ କାର୍ଯ୍ୟକର୍ତ୍ତା ଏବଂ ସତତ ସମ୍ପଦ ଜଳବାୟୁ ପ୍ରତିଷ୍ଠାନର ପ୍ରତିଷ୍ଠାତା ନିର୍ଦ୍ଦେଶକ ହରଜିତ ସିଂହ କହିଛନ୍ତି, ଏହା ବୈଶ୍ବିକ ସଂହତି, ବହୁପାକ୍ଷିକ ସହଯୋଗ ଏବଂ ଜଳବାୟୁ ନ୍ୟାୟ ପାଇଁ ‌ଲଢ଼େଇ ପ୍ରତି ସିଧାସଳଖ ବିପଦ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe