ନଦୀରେ ଭାସୁଛି ବରଫ, ଥଣ୍ଡା ପାଣିରୁ ମୁସ୍କିଲ ହେଉଛି ଯାତ୍ରୀଙ୍କ ଜୀବନ ବଞ୍ଚାଇବା । ବଢିପାରେ ଆମେରିକା ବିମାନ ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା...

ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି କାରଣ ଯେଉଁ ନଦୀରେ ବିମାନ ଖସିଛି ସେ ନଦୀର ପାଣି ଭାରି ଥଣ୍ଡା । ଏତେ ଥଣ୍ଡା ଯେ ସଙ୍ଗେ ସଙ୍ଗେ ମଣିଷ ବରଫ ପାଲଟି ତାର ମୃତ୍ୟୁ ହେବାର ଆଶଙ୍କା ଅନେକ । 

potomac river

Photograph: (SAMBAD.IN )

ୱାସିଙ୍ଗଟନ: ଆମେରିକାରେ ବିମାନ ଦୁର୍ଘଟଣାର ଆସିଲା ଆଉ ଏକ ଲୋମଟାଙ୍କୁରା ଖବର । ଯାହା ଜାଣିଲେ ଆପଣଙ୍କ ଛାତି ବି ଥରି ଉଠିବ, କାରଣ ମଝି ଆକାଶରେ ଦୁର୍ଘଟଣା ପରେ ବିମାନ ଓ ହେଲିକପ୍ଟର ଯେଉଁଠି ଖସିପଡିଛି ତାହା ମୃତ୍ୟୁର ନଦୀ । ଆମେ ମୃତ୍ୟୁର ନଦୀ ବୋଲି ଏଥିପାଇଁ କହୁଛୁ କାରଣ ଅତ୍ୟଧିକ ଥଣ୍ଡା ଥିବା ସେ ନଦୀପାଣିରୁ ଯାତ୍ରୀଙ୍କୁ ଉଦ୍ଧାର କରିବା ମୁସ୍କିଲ, ଯାହା ଉଦ୍ଧାରକାରୀଙ୍କ ଜୀବନ ସହ ଯାତ୍ରୀଙ୍କ ଜୀବନ ପାଇଁ ବଡ ବିପଦ ।

ରିଗନ ନେସନାଲ୍ ଏୟାରପୋର୍ଟ ପାଖରେ ଘଟିଥିବା ଦୁର୍ଘଟଣା ପରେ ଯାତ୍ରୀବାହୀ ବିମାନ ଏବଂ ସେନା ହେଲିକପ୍ଟରଟି ପୋଟୋମାକ୍ ନଦୀରେ ଖସିପଡିଛି । ବିମାନରେ ୬୪ ଯାତ୍ରୀ ଏବଂ ହେଲିକପ୍ଟରରେ ୩ ଜଣ ଯବାନ ଥିବା ବେଳେ ଏବେ ସୁଦ୍ଧା ଦୁର୍ଘଟଣାସ୍ଥଳରୁ ୧୮ ଜଣଙ୍କ ଶବ ଉଦ୍ଧାର କରାଯାଇଛି । ତେବେ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି କାରଣ ଯେଉଁ ନଦୀରେ ବିମାନ ଖସିଛି ସେ ନଦୀର ପାଣି ଭାରି ଥଣ୍ଡା । ଏତେ ଥଣ୍ଡା ଯେ ସଙ୍ଗେ ସଙ୍ଗେ ମଣିଷ ବରଫ ପାଲଟି ତାର ମୃତ୍ୟୁ ହେବାର ଆଶଙ୍କା ଅନେକ । 

ଆମେରିକାର ଏହା ସବୁଠାରୁ ବଡ ନଦୀ ହୋଇଥିବା ବେଳେ ଏହି ନଦୀରେ ବରଫ ଭାସେ । କୁହାଯାଏ ଏ ନଦୀରେ ଯାହା ପଡେ ଗୋଟେ ମିନିଟରେ ତାହା ବରଫ ହୋଇଯାଏ । ନଦୀରେ ବରଫ ଭାସୁଥିବା କାରଣରୁ ଥଣ୍ଡା ଥିବା ଏହି ପାଣିରୁ ଯାତ୍ରୀଙ୍କୁ ଉଦ୍ଧାର କରିବା ଉଦ୍ଧାରକାରୀ ଦଳଙ୍କ ପାଇଁ ବଡ ଚାଲେଞ୍ଜ ସୃଷ୍ଟି କରିଛି । ତେବେ ଆମେରିକା ପାଣିପାଗ ସଂସ୍ଥାର ରିପୋର୍ଟ ମୁତାବକ, ନଦୀର ଥଣ୍ଡା କାରଣରୁ ମଣିଷ ଶରୀରର ତାପମାତ୍ରା ଧିରେଧିରେ କମିଯାଇପାରେ । ପ୍ରଥମେ ଗୋଟେ ମିନିଟ୍ ଥଣ୍ଡାର ପ୍ରକୋପ ଅନୁଭବ କରିହୁଏ ପରେ ମାତ୍ର ୧୦ ମିନିଟ୍ ଭିତରେ ଶରୀରର ସମସ୍ତ ଅଙ୍ଗ ନିୟନ୍ତ୍ରଣ ହରାଇବାର ସମ୍ଭାବନା ଥାଏ ଆଉ ପରେ ଶରୀର ବରଫ ପାଲଟି ଯିବାର ଆଶଙ୍କା ରହିଛି ଯାହା ମୃତ୍ୟୁର କାରଣ ସାଜିପାରେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe