କ୍ୟାବିନ୍‌ରେ ହ୍ୟାଣ୍ଡ୍‌ବ୍ୟାଗ୍‌ ନ ରଖିପାରିବାରୁ କର୍କଟ ରୋଗାକ୍ରାନ୍ତ ମହିଳାଙ୍କୁ ବିମାନରୁ ଓହ୍ଲାଇ ଦେଲା ଆମେରିକୀୟ ଏୟାର୍‌ଲାଇନ୍‌

Advertisment
କ୍ୟାବିନ୍‌ରେ ହ୍ୟାଣ୍ଡ୍‌ବ୍ୟାଗ୍‌ ନ ରଖିପାରିବାରୁ କର୍କଟ ରୋଗାକ୍ରାନ୍ତ ମହିଳାଙ୍କୁ ବିମାନରୁ ଓହ୍ଲାଇ ଦେଲା ଆମେରିକୀୟ ଏୟାର୍‌ଲାଇନ୍‌

Image Courtesy of Times of India

ନୂଆଦିଲ୍ଲୀ: କ୍ରୁ’ମାନଙ୍କ ନିର୍ଦେଶମତେ ବିମାନ ସିଟ୍‌ ଉପରେ ଥିବା କ୍ୟାବିନ୍‌ରେ ହ୍ୟାଣ୍ଡ୍‌ବ୍ୟାଗ୍‌ ରଖି ନ ପାରିବାରୁ ଅଳ୍ପଦିନ ତଳେ ଅସ୍ତ୍ରୋପଚାର କରାଇଥିବା ଜଣେ ମହିଳା କର୍କଟ ରୋଗୀଙ୍କୁ ଦିଲ୍ଲୀରୁ ନ୍ୟୁୟର୍କ ଯାଉଥିବା ଏକ ଆମେରିକୀୟ ଏୟାର୍‌ଲାଇନ୍‌ର ‘ଏଏ-୨୯୩’ ବିମାନ ଓହ୍ଲାଇ ଦେଇଥିବା ଅଭିଯୋଗ ହୋଇଛି।

ଜାନୁଆରି ୩୦ ତାରିଖ ଦିନ ଘଟିଥିବା ଏହି ଘଟଣା ସଂକ୍ରାନ୍ତରେ ଉକ୍ତ ମହିଳାଜଣକ କହିଛନ୍ତି ଯେ, ଅଳ୍ପଦିନ ତଳେ ଅସ୍ତ୍ରୋପଚାର ପରେ ପ୍ଲାଷ୍ଟର୍‌ କରାଯାଇଥିବାରୁ ବ୍ୟାଗ୍‌ଟିକୁ ଉଠାଇ କ୍ୟାବିନ୍‌ରେ ରଖିବା ପାଇଁ ସେ କ୍ରୁ’ମାନଙ୍କୁ ସାହାଯ୍ୟ କରିବାକୁ କହିଥିଲେ। କିନ୍ତୁ, ସାହାଯ୍ୟ କରିବା ପରିବର୍ତ୍ତେ ସେମାନେ ତାଙ୍କୁ ବିମାନରୁ ଓହ୍ଲାଇ ଯିବାକୁ କହିଥିଲେ।

ଯୁକ୍ତରାଷ୍ଟ୍ର ଆମେରିକାରେ ବାସ କରୁଥିବା ମୀନାକ୍ଷି ସେନଗୁପ୍ତା ନାମକ ସେ ମହିଳାଜଣକ ଉକ୍ତ ଆମେରିକୀୟ ଏୟାର୍‌ଲାଇନ୍‌ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପତ୍ରରେ ସେ ଦର୍ଶାଇଛନ୍ତି ଯେ, ପ୍ରାୟ ୨ କିଲୋ ଓଜନବିଶିଷ୍ଟ ଉକ୍ତ ବ୍ୟାଗ୍‌ ଉଠାଇବାରେ ସାହାଯ୍ୟ କରିବାକୁ କହିବାରୁ ତାଙ୍କ ପ୍ରତି ଦୁର୍ବ୍ୟବହାର କରାଯାଇ ତାଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଛି।

publive-image Image Courtesy of Times of India

‘ଡାଇରୋକ୍ଟେରେଟ୍‌ ଜେନେରାଲ୍‌ ଅଫ୍‌ ସିଭିଲ୍‌ ଏଭିଏସନ୍‌’ର ‘ଡିଜି’ ଅରୁଣ କୁମାର ଗଣମାଧ୍ୟମକୁ କହିଛନ୍ତି, ରିପୋର୍ଟ ମାଗି ଆମେ ଘଟଣାର ତଦନ୍ତ କରିବୁ।

ଘଟଣା ସଂକ୍ରାନ୍ତରେ ଆମେରିକୀୟ ଏୟାର୍‌ଲାଇନ୍‌ କହିଛି, ଜାନୁଆରି ୩୦ ତାରିଖ ଦିନ ଦିଲ୍ଲୀରୁ ନ୍ୟୁୟର୍କ ଯିବା ପୂର୍ବରୁ ପରିଚାରକମାନଙ୍କର ନିର୍ଦେଶ ଅମାନ୍ୟ କରିଥିବା ଅବାଧ୍ୟ ଗ୍ରାହକଙ୍କୁ ଆମେରିକୀୟ ଏୟାର୍‌ଲାଇନ୍‌ସ୍‌ର ୨୯୩ ବିମାନରୁ ଓହ୍ଲାଇ ଦିଆଯାଇଥିଲା। ଆମ ଗ୍ରାହକ ସମ୍ପର୍କ ଟିମ୍‌ ମଧ୍ୟ ଟିକେଟ୍‌ରୁ ଖର୍ଚ୍ଚ ହୋଇ ନ ଥିବା ପରିମାଣର ଅର୍ଥ ଗ୍ରାହକଙ୍କୁ ଫେରାଇ ଦେବାକୁ ଯାଇଥିଲେ।

ଆମେରିକାନ୍‌ ଏୟାର୍‌ଲାଇନ୍‌ସ୍‌କୁ ସାମାଜିକ ଗଣମାଧ୍ୟମରେ ଟ୍ୟାଗ୍‌ କରି ଅଭିଯୋଗକାରିଣୀଙ୍କ ଝିଅ ମଧ୍ୟ ବିମାନ ମଧ୍ୟରେ ମା ସମ୍ମୁଖୀନ ହୋଇଥିବା ଦୁର୍ଦ୍ଦଶା କଥା ବର୍ଣ୍ଣନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe