ଆମେରିକୀୟଙ୍କୁ ବାଲୁଚିସ୍ତାନ ମନା

ଆମେରିକୀୟଙ୍କୁ ବାଲୁଚିସ୍ତାନ ମନା

.ndtv.com/world-news

ୱାସିଂଟନ: ସୁରକ୍ଷା ଦୃଷ୍ଟିରୁ ଆମେରିକା ନିଜ ଦେଶର ନାଗରିକଙ୍କୁ ପାକିସ୍ତାନର ବାଲୁଚିସ୍ତାନ, ଖାଇବର ପାଖତୁନଖ୍ବା ଏବଂ ପାକିସ୍ତାନ ଅଧିକୃତ କଶ୍ମୀର ନଯିବାକୁ ପରାମର୍ଶ ଦେଇଛି। ଆତଙ୍କବାଦୀ ଆକ୍ରମଣ ଏବଂ ହିଂସାକୁ ଆଖିଆଗରେ ରଖି ଆମେରିକା ଏଭଳି ସତର୍କବାଣୀ ଶୁଣାଇଥିବା ପ୍ରକାଶ। ସୂଚନା ଅନୁଯାୟୀ, ଆମେରିକା ସାଧାରଣରେ ପାକିସ୍ତାନକୁ ବିପଦଜନକ ଦେଶଭାବେ ‘ତୃତୀୟ ସ୍ଥର’ ତାଲିକାରେ ରଖିଥିବା ବେଳେ ବାଲୁଚିସ୍ତାନ ଏବଂ ଖାଇବର ପାଖତୁନଖ୍ବା ଅଂଚଳକୁ ‘ଚତୁର୍ଥ ସ୍ଥର’ ଅର୍ଥାତ ଅତ୍ୟନ୍ତ ବିପଦଜନକ ଦର୍ଶାଇଛି। ଏହି ଦୁଇ ଅଂଚଳ ବ୍ୟତୀତ ପାକିସ୍ତାନ ଅଧିକୃତ କଶ୍ମୀରକୁ ମଧ୍ୟ ‘ଚତୁର୍ଥ ସ୍ଥର’ ତାଲିକାରେ ରଖାଯାଇଥିବା ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe