ମଙ୍କିପକ୍ସକୁ ନେଇ ଆମେରିକାର ଚିନ୍ତା ବଢ଼ିଲା

ମଙ୍କିପକ୍ସକୁ ନେଇ ଆମେରିକାର ଚିନ୍ତା ବଢ଼ିଲା

ୱାସିଂଟନ୍‌ : ମଙ୍କିପକ୍ସକୁ ନେଇ ଆମେରିକାର ଚିନ୍ତା ବଢ଼ିଛି। ଆମେରିକାରେ ମଙ୍କିପକ୍ସର ଦ୍ରୁତ ସଂକ୍ରମଣ ହେଉଥିବାରୁ ଆମେରିକା ମଙ୍କିପକ୍ସକୁ ଏକ ସାର୍ବଜନୀନ ଜରୁରୀ ସ୍ବାସ୍ଥ୍ୟ ସଙ୍କଟ ଭାବେ ଘୋଷଣା କରିଛି। ଆମେରିକା ସ୍ବାସ୍ଥ୍ୟ ସଚିବ ଶୁକ୍ରବାର ଦିନ ଏହି ଘୋଷଣା କରିବା ସହ ଲୋକଙ୍କୁ ଅଧିକ ସତର୍କ ରହିବାକୁ କହିଛନ୍ତି। ଆମେରିକାରେ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ବୁଧବାର ଦିନ ୬,୬୦୦ ପହଞ୍ଚିଥିଲା।

ଉଲ୍ଲେଖ‌ଯୋଗ୍ୟ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (‘ହୁ’) ମଙ୍କିପକ୍ସକୁ ଏକ ଜରୁରୀ ସ୍ବାସ୍ଥ୍ୟ ସଙ୍କଟ ଘୋଷଣା କରିଛନ୍ତି। ଏବେ ୩୦ରୁ ଅଧିକ ରାଷ୍ଟ୍ରରେ ମଙ୍କିପକ୍ସର ବିଶେଷ ପ୍ରଭାବ ଦେଖିବାକୁ ମିଳୁଥିବା ବେଳେ ଭାରତରେ ମଧ୍ୟ ୮ରୁ ଅଧିକ ମାମଲା ସାମ୍ନାକୁ ଆସିଥିବାରୁ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe