ଆମେରିକାରେ ଥାଇ ହାଇଦ୍ରାବାଦ ଘରେ ଚୋର ପଶୁଥିବା ଦେଖି ମାଲିକ କଲେ ଏଭଳି କାମ

ଆମେରିକାରେ ଥାଇ ହାଇଦ୍ରାବାଦ ଘରେ ଚୋର ପଶୁଥିବା ଦେଖି ମାଲିକ କଲେ ଏଭଳି କାମ

ନୂଆଦିଲ୍ଲୀ: ଦିନକୁ ଦିନ ଟେକ୍ନୋଲୋଜିର ଶକ୍ତି ବୃଦ୍ଧି ପାଇବାରେ ଲାଗିଛି। ଏହି ଟେକ୍ନୋଲୋଜି ହେତୁ ଆମେରିକାରେ ରହୁଥିବା ଜଣେ ବ୍ୟକ୍ତି ହାଇଦ୍ରାବାଦରେ ଥିବା ତାଙ୍କ ଘରେ ହେଉଥିବା ଚୋରିକୁ ଅଟକାଇ ପାରିଥିଲେ। ଏହି  ବ୍ୟକ୍ତିଜଣକ ହାଇଦ୍ରାବାଦରେ ଥିବା ତାଙ୍କ ଘରେ ଚୋର ପଶିଥିବା ଦେଖି ପଡୋଶୀମାନଙ୍କୁ ସଚେତନ କରାଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଖବର ପାଇ ଘଟଣାସ୍ଥ‌ଳରେ ପହଞ୍ଚି ଚୋରକୁ ଗିରଫ କରିଥିଲା।

ସୂଚନାଯୋଗ୍ୟ, ଘରେ ଲାଗିଥିବା ସିସିଟିଭି କ୍ୟାମେରା ମୋସନ୍ ସେନ୍ସର ସହିତ ଥିଲା, ତେଣୁ ଘରର ମାଲିକଙ୍କୁ ତାଙ୍କ ମୋବାଇଲ୍ ଫୋନରେ ଆଲର୍ଟ ମିଳିଥିଲା। ସେ ସଙ୍ଗେସଙ୍ଗେ ଫୁଟେଜ୍ ଯାଞ୍ଚ କରିଥିଲେ, ଆଉ ତାଙ୍କ ଘର ଭିତରେ କେହି ଜଣେ ବୁଲୁଥିବା ଦେଖିବାକୁ ପାଇଥିଲେ। ସେ ସଙ୍ଗେ ସଙ୍ଗେ ପଡ଼ୋଶୀମାନଙ୍କୁ ଫୋନ୍ ମାଧ୍ୟମରେ ଜଣାଇଥିଲେ। ପଡ଼ିଶାଘର ଲୋକ ଆସି ଦେଖିଲା ବେଳକୁ ଘରର ତାଲ ଭଙ୍ଗା ଥିଲା। ସେମାନେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ।

କେପିଏଚବି ଥାନାର ଡିଟେକ୍ଟିଭ୍ ଇନ୍ସପେକ୍ଟର ଶ୍ୟାମ ବାବୁ ଏବଂ ଦୁଇଜଣ କନଷ୍ଟେବଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ କବାଟ ବାଡେଇ ଘର ଭିତରେ ପ୍ରବେଶ କରି ଚୋରକୁ ଆତ୍ମସମର୍ପଣ କରିବାକୁ କହିଥିଲେ। ଯେତେବେଳେ ଚୋର କବାଟ ଖୋଲିଲା ନାହିଁ, ଇନ୍ସପେକ୍ଟର ଝରକା ଭାଙ୍ଗି ଘରେ ପ୍ରବେଶ କରିଥିଲେ। ଏହାପରେ ଚୋର ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲା। ଗିରଫ ଚୋର ନାମ ଟି. ରାମକୃଷ୍ଣ ବୋଲି ଜଣାପଡ଼ିଛି। ଯିଏକି ସିନେମା ସୁଟିଂ ସମୟରେ ହେଲପର ଭାବେ କାମ କ‌ରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe