ଇରାନ ଆକ୍ରମଣରେ କୌଣସି ଆମେରିକୀୟ ନାଗରିକଙ୍କ ମୃତ୍ୟୁ ଘଟି ନାହିଁ: ଡୋନାଲ୍ଡ ଟ୍ରମ୍ପ

Advertisment
ଇରାନ ଆକ୍ରମଣରେ କୌଣସି ଆମେରିକୀୟ ନାଗରିକଙ୍କ ମୃତ୍ୟୁ ଘଟି ନାହିଁ: ଡୋନାଲ୍ଡ ଟ୍ରମ୍ପ

Photo: Navbharat Times

ଓ୍ଵାସିଂଟନ: ଇରାନ୍‌ ଜେନେରାଲ ସୁଲେମାନୀଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ବୁଧବାର ସକାଳୁ ଇରାକରେ ଆମେରିକା ସେନା ଶିବିର ଉପରକୁ ମିସାଇଲ୍‌ ଆକ୍ରମଣ ହୋଇଛି। କିନ୍ତୁ ଏଥିରେ କୌଣସି ଆମେରିକୀୟ ନାଗରିକଙ୍କର ମୃତ୍ୟୁ ଘଟି ନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ସ୍ଥାନୀୟ ସମୟ ପୂର୍ବାହ୍ନ ୧୧ଟା (ଭାରତୀୟ ସମୟ ରାତି ସାଢ଼େ ୯ଟା)ରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ଆମର ସମସ୍ତ ସୈନିକ ସୁରକ୍ଷିତ ଅଛନ୍ତି। କେବଳ ଆମର ସୈନ୍ୟ ଶିବିରରେ କିଛି କ୍ଷୟକ୍ଷତି ହୋଇଛି।

ସାଧାରଣ ଜନତାଙ୍କୁ ସମ୍ବୋଧିତ କରି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଯେତେଦିନ ଯାଏଁ ମୁଁ ରାଷ୍ଟ୍ରପତି ଅଛି, ଇରାନକୁ ପରମାଣୁ ଅସ୍ତ୍ର ରଖିବାକୁ ଅନୁମତି ଦିଆଯିବ ନାହିଁ। ଇରାନର ମିସାଇଲ ଆକ୍ରମଣ ପରେ ଟ୍ରମ୍ପ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ଇରାନ ଉପରେ ନୂଆ ପ୍ରତିବନ୍ଧକ ଲଗାଯିବ। ସୋଲେମାନୀଙ୍କ ମୃତ୍ୟୁକୁ ଟ୍ରମ୍ପ ଯଥାର୍ଥ ବୋଲି କହିଥିବା ବେଳେ ଆମେ ବାଗ୍‌ଦାଦୀକୁ ବି ନିହତ କରିଥିଲୁ ବୋଲି ଟ୍ରମ୍ପ କହିଛନ୍ତି। ସୋଲେମାନୀ ଥିଲେ ବିଶ୍ୱର ସବୁଠାରୁ ବଡ଼ ଆତଙ୍କବାଦୀ। ତେଣୁ ତାଙ୍କୁ ବହୁ ଆଗରୁ ନିପାତ କରିବାର ଥିଲା ଆମେରିକୀୟ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି।

ଟ୍ରମ୍ପ କହିଛନ୍ତି ଯେ, ମଧ୍ୟପ୍ରାଚ୍ୟରେ ଶାନ୍ତି ଓ ସ୍ଥିରତା ଆଣିବାର ଜରୁରୀ ଅଛି। ଇରାନ୍‌ର ହିଂସା ଯୋଗୁଁ ମଧ୍ୟପ୍ରାଚ୍ୟରେ ଶାନ୍ତି ଆସିବନି। ଇରାନକୁ ଏକଘରକିଆ କରିବା ପାଇଁ ଟ୍ରମ୍ପ ବିଶ୍ୱବାସୀଙ୍କୁ ଆହ୍ଵାନ ଦେଇଛନ୍ତି। ଟ୍ରମ୍ପ ଚୀନ, ରୁଷିଆ, ଫ୍ରାନ୍ସ ଓ ବ୍ରିଟେନ ଭଳି ଶକ୍ତିଶାଳୀ ଦେଶକୁ ଇରାନ ବିରୋଧରେ ଲଢ଼େଇ କରିବାକୁ ଅପିଲ କରିଛନ୍ତି। ସେ କହିଛନ୍ତି ଯେ, ଇରାନରେ ଦେଖାଯାଇଥିବା ହିଂସା ଯୋଗୁଁ ମଧ୍ୟ ପୂର୍ବରେ ଶାନ୍ତି ଆସି ପାରିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe