ଚର୍ଚ୍ଚାରେ ପ୍ରିନ୍ସ ହ୍ୟାରି-ମେଗନ୍‌ଙ୍କ ପୁଅଙ୍କ ଆମେରିକୀୟ ଉଚ୍ଚାରଣ

Advertisment
ଚର୍ଚ୍ଚାରେ ପ୍ରିନ୍ସ ହ୍ୟାରି-ମେଗନ୍‌ଙ୍କ ପୁଅଙ୍କ ଆମେରିକୀୟ ଉଚ୍ଚାରଣ

Hello! magazine

ନୂଆଦିଲ୍ଲୀ : ପ୍ରିନ୍ସ ହ୍ୟାରି ଏବଂ ମେଗନ୍‌ ମର୍କେଲ୍‌ଙ୍କ ପୁଅ ଆର୍ଚିକୁ ପ୍ରଥମ ଥର ପାଇଁ କଥା କହୁଥିବା ଶୁଣିବାକୁ ମିଳିଛି ଏବଂ ତା’ର ଆମେରିକୀୟ ଉଚ୍ଚାରଣ ଚର୍ଚ୍ଚାର ବିଷୟ ପାଲଟିଛି। ୧୮ ମାସର ଏହି ଶିଶୁ ପ୍ରଥମ ଥର ପାଇଁ ବାପାଙ୍କ ପ୍ରଥମ ପଡ୍‌କାଷ୍ଟ୍‌ରେ ଆମେରିକୀୟ ଉଚ୍ଚାରଣ କରିଛନ୍ତି। ଆର୍ଚିଙ୍କ ଆମେରିକୀୟ ଉଚ୍ଚାରଣ ବ୍ରିଟିଶ୍‌ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ଆର୍ଚି ଶ୍ରୋତାମାନଙ୍କୁ ‘ହାପି ନ୍ୟୁ ଇୟର ’ କହି ଶୁଭେଚ୍ଛା ଜଣାଉଥିବା ଶୁଣିବାକୁ ମିଳିଛି। ଏ ଏକ ମାଇକ୍ରୋଫୋନ୍‌ ଧରି ଆର୍ଚି ପ୍ରଥମେ ନିଜ ବାପାଙ୍କ କଥାକୁ ଦୋହରାଇ ‘ହାପି’ କହିଥିଲେ ଏବଂ ଏହାପରେ ନିଜ ମା’ ମେଗନ୍‌ଙ୍କ କଥାକୁ ଦୋହରାଇ ସେ ‘ନ୍ୟୁ’ କହିଥିଲେ ଏବଂ ପରେ ନିଜେ ସମ୍ପୂର୍ଣ୍ଣ ଭାବେ ବାକ୍ୟଟିକୂ ପୂରଣ କରିଥିବା ଶୁଣିବାକୁ ମିଳିଛି। ଆର୍ଚିଙ୍କ ଆମେରିକୀୟ ଉଚ୍ଚାରଣ ବ୍ରିଟେନ୍‌ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe