ଆମେରିକୀୟଙ୍କୁ ଘାରିଲାଣି ରୁଷ୍‌ର ପରମାଣୁ ଆକ୍ରମଣ ଭୟ

Advertisment

ପୁଟିନଙ୍କ ଉପରେ ଭରସା ନାହିଁ, ଯେ କୌଣସି ପଦକ୍ଷେପ ନେଇପାରନ୍ତି

ପୁଟିନଙ୍କ ଉପରେ ଭରସା ନାହିଁ, ଯେ କୌଣସି ପଦକ୍ଷେପ ନେଇପାରନ୍ତି

ଆମେରିକୀୟଙ୍କୁ ଘାରିଲାଣି ରୁଷ୍‌ର ପରମାଣୁ ଆକ୍ରମଣ ଭୟ

ୱାସିଂଟନ : ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ଆରମ୍ଭକୁ ମାସେ ହେଲାଣି। ରୁଷକୁ ଏଥିରେ ବିଶେଷ ସଫଳତା ମିଳିନାହିଁ। ଅନ୍ୟପକ୍ଷରେ ରୁଷ ସେନ‌ାର କ୍ଷତି ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ନେଇ ରୁଷ ଭିତରେ ରାଷ୍ଟ୍ରପତି ପୁଟିନଙ୍କ ବିରୋଧରେ ଜନ ଅସନ୍ତୋଷ ମଧ୍ୟ ବ୍ୟାପୁଛି। ଏଭଳି ପରିସ୍ଥିତିରେ ପୁଟିନ ଯେକୌଣସି ଅଘଟଣ ଘଟାଇପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଲାଣି। ସେ ପରମାଣୁ ଅସ୍ତ୍ର ମଧ୍ୟ ପ୍ରୟୋଗ କରିପାରନ୍ତି ବୋଲି କୁହାଯାଉଛି। ଆମେରିକାରେ ମଧ୍ୟ ଏହାକୁ ନେଇ ଆତଙ୍କ।

publive-image metro.co.uk

ଆମେରିକା ଅଯଥା ମୁଣ୍ଡ ପୂରାଇ ରୁଷ୍ ସହ ସିଧାସଳଖ ସଂଘର୍ଷରେ ଜଡ଼ିତ ହୋଇପାରେ। ଏହାହେଲେ ଆମେରିକା ଉପରେ ରୁଷ୍‌ ପରମାଣୁ ବୋମା ପକାଇପାରେ ବୋଲି ଏକ ଜନମତ ସର୍ଭେରେ ଅଧା ଆମେରିକୀୟ ମତ ଦେଇଛନ୍ତି। ଆସୋସିଏଟେଡ୍ ପ୍ରେସ୍ - ଏନ୍‌ଓଆର୍‌ସି ସେଣ୍ଟର ଫର ପବ୍ଲିକ୍ ଆଫେୟାର୍ସ ରିସର୍ଚ୍ଚ ପକ୍ଷରୁ ହୋଇଥିବା ସର୍ଭେରେ ପ୍ରାୟ ୫୦ ପ୍ରତିଶତ ଆମେରିକୀୟ କହିଛନ୍ତି ଯେ ଆମେରିକା ରୁଷ୍‌ର ସିଧାସଳଖ ଆଣବିକ ଅସ୍ତ୍ରର ନିଶାଣ ହୋଇପାରେ। ଫେବ୍ରୁଆରି ୨୪ରେ ୟୁକ୍ରେନ୍ ଯୁଦ୍ଧ ଆରମ୍ଭରୁ ରୁଷ୍‌ ତା’ର ପରମାଣୁ ବାହିନୀକୁ ହାଇ-ଆଲର୍ଟରେ ରଖିଛି। ପ୍ରାୟ ୧୦ରୁ ୯ ଜଣ ଆମେରିକୀୟ ଭୟ କରୁଛନ୍ତି ଯେ ପୁଟିନ ୟୁକ୍ରେନ୍ ଉପରେ ପରମାଣୁ ବୋମା ପକାଇଦେଇ ପାରନ୍ତି। ସେମାନଙ୍କ ମଧ୍ୟରୁ ୧୦ରୁ ୬ ଜଣ ଏଥିନେଇ ଅତ୍ୟନ୍ତ ଚିନ୍ତିତ।

publive-image newshub.co.nz

ଆମହର୍ଷ୍ଟ, ମାସାଚୁସେଟ୍‌ସର ଅବସରପ୍ରାପ୍ତ ଗବେଷକ ରବିନ ଟମ୍ପସନ କହିଛନ୍ତି, ସେ (ପୁଟିନ) ନିୟନ୍ତ୍ରଣ ବାହାରେ। ସେ ନିଜର ଲକ୍ଷ୍ୟ ହାସଲ ପାଇଁ ଯେକୌଣସି ସ୍ତରକୁ ଯାଇପାରନ୍ତି। ପୃଥିବୀ ତେଣିକି ଭାସିଯାଉ, ତାଙ୍କର କିଛି ଯାଏଆସେ ନାହିଁ। ୭୦ ପ୍ରତିଶତ ଆମେରିକୀୟ କହିଛନ୍ତି ଯେ ୟୁକ୍ରେନ୍ ଉପରେ ରୁଷୀୟ ଆକ୍ରମଣ ଯେଉଁ ପରିସ୍ଥିତି ସୃଷ୍ଟି କରିଛି, ସେଥିରେ ପୃଥିବୀର ଯେକୌଣସି ସ୍ଥାନରେ ପରମାଣୁ ଅସ୍ତ୍ର ପ୍ରୟୋଗର ସମ୍ଭାବନା ବୃଦ୍ଧି ପାଇଛି। ଉତ୍ତର କୋରିଆର ପରମାଣୁ କାର୍ଯ୍ୟକ୍ରମରୁ ଆମେରିକା ପ୍ରତି ଭୟ ଅଛି ବୋଲି ୫୧ ପ୍ରତିଶତ ଆମେରିକୀୟ ମତ ଦେଇଛନ୍ତି। ଗତ ଶୁକ୍ରବାର ଉତ୍ତର କୋରିଆ ନୂଆ ଅନ୍ତର୍ମହାଦେଶୀୟ କ୍ଷେପଣାସ୍ତ୍ର ପରୀକ୍ଷଣ କରିବା ପୂର୍ବରୁ ଆମେରିକାରେ ଏହି ଜନମତ ସର୍ଭେ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe