ସାଥିରେ ବନ୍ଧୁକ ନେଇ ସର୍ବସାଧାରଣ ସ୍ଥାନକୁ ଯିବା ଆମେରିକୀୟମାନଙ୍କର ମୌଳିକ ଅଧିକାର: ୟୁ.ଏସ୍‌. ସୁପ୍ରିମ୍‌ କୋର୍ଟ

ସାଥିରେ ବନ୍ଧୁକ ନେଇ ସର୍ବସାଧାରଣ ସ୍ଥାନକୁ ଯିବା ଆମେରିକୀୟମାନଙ୍କର ମୌଳିକ ଅଧିକାର: ୟୁ.ଏସ୍‌. ସୁପ୍ରିମ୍‌ କୋର୍ଟ

Image Courtesy of Breaking News English UK

ୱାସିଂଟନ୍‌: ସାଥିରେ ‘ହ୍ୟାଣ୍ଡ୍‌ଗନ୍‌’ଟିଏ (ପିସ୍ତଲ୍‌) ନେଇ ସର୍ବସାଧାରଣ ସ୍ଥାନକୁ ଯିବା ପାଇଁ ଆମେରିକୀୟମାନଙ୍କର ମୌଳିକ ଅଧିକାର ଅଛି ବୋଲି ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ସୁପ୍ରିମ୍‌ କୋର୍ଟ ରାୟ ଦେଇଛନ୍ତି।

ସମଗ୍ର ଆମେରିକାରେ ବନ୍ଧୁକଜନିତ ହିଂସାକାଣ୍ଡ ବୃଦ୍ଧି ପାଉଥିବା ବ‌େଳେ ଦେଶର ସର୍ବୋଚ୍ଚ ଅଦାଲତ ଏଭଳି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି। ସୁପ୍ରିମ୍‌ କୋର୍ଟଙ୍କର ଏହି ନିଷ୍ପତ୍ତି ଶତାଧିକ ବର୍ଷ ପୁରାତନ ନ୍ୟୁୟର୍କ ଆଇନକୁ ଅସିଦ୍ଧ କରିଛି। ଉକ୍ତ ପୁରାତନ ଆଇନ ଅନୁସାରେ, ଆତ୍ମରକ୍ଷା ନିମନ୍ତେ ଅଥବା ସେଭଳି କ‌ୌଣସି ଉପଯୁକ୍ତ କାରଣ ଥିବା ଦର୍ଶାଇ ପାରିଲେ ଯାଇ ଜଣେ ନାଗରିକଙ୍କୁ ‘ହ୍ୟାଣ୍ଡ୍‌ ଗନ୍‌’ ନେଇ ଘରୁ ବାହାରକୁ ଯିବାକୁ ‘ପର୍‌ମିଟ୍‌’ ମିଳେ।

publive-image Image Courtesy of NDTV

କାଲିଫର୍ଣ୍ଣିଆ ସମେତ ଅନ୍ୟ କେତେକ ପ୍ରଦେଶରେ ଉପରୋକ୍ତ ଆଇନ ଲାଗୁ କରାଯାଉଥିବାରୁ ସୁପ୍ରିମ୍‌ କୋର୍ଟଙ୍କ ଗତକାଲିର ରାୟ ସେମାନଙ୍କ କ୍ଷମତାକୁ ସଙ୍କୁଚିତ କରି ପକାଇବ।

ସେହିପରି, ‘ଡେମୋକ୍ରାଟିକ୍‌’ ରାଷ୍ଟ୍ରପତି ଜୋ ବାଇଡେନ୍‌ ମଧ୍ୟ ଅଦାଲତଙ୍କ ନିଷ୍ପତ୍ତିକୁ ଭୁଲ୍‌ ବୋଲି ଦର୍ଶାଇ କହିଛନ୍ତି, ଏହି ରାୟ ଉଭୟ ସାଧାରଣ ଜ୍ଞାନ ଏବଂ ସମ୍ବିଧାନର ବିରୁଦ୍ଧାଚରଣ କରୁଥିବାରୁ ଆମ ସମସ୍ତଙ୍କୁ ଅଡୁଆରେ ପକାଇବ।

ଆମେରିକୀୟମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ଆମକୁ ଅଳ୍ପ ନୁହେଁ, ଆମକୁ ସମାଜ ଦିଗ ପ୍ରତି ଅଧିକ ଧ୍ୟାନ ଦେବାକୁ ପଡ଼ିବ। ବନ୍ଧୁକ ଆକ୍ରମଣରୁ ସୁରକ୍ଷା ପାଇବା ପାଇଁ ସମଗ୍ର ଦେଶବାସୀଙ୍କୁ ସ୍ବର ଉତ୍ତୋଳନ କରିବା ଲାଗି ମୁଁ ଆହ୍ବାନ ଦେଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe