ଆମେରିକାର ଗଣତନ୍ତ୍ର ଟିପ୍ପଣୀ ରାହୁଲଙ୍କ ଗାଲରେ ଶକ୍ତ ଚାପୁଡ଼ା

ଏନ୍‌ଡିଏ ସରକାର ବିରୋଧରେ ଗର୍ଜିଲେ ରାହୁଲ: ପାକିସ୍ତାନ ତୁଳନାରେ ଭାରତରେ ଦୁଇଗୁଣ ବେକାରୀ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ‘ଭାରତୀୟ ଗଣତନ୍ତ୍ର ବିରୋଧୀ’ ବୟାନକୁ ନେଇ ବିଜେପି ଆଜି କଡ଼ା ସମାଲୋଚନା କରିଛି। ବିଜେପି କହିଛି ଏହା ଅତ୍ୟନ୍ତ ହାସ୍ୟାସ୍ପଦ ଯେ କଂଗ୍ରେସ ନେତା ରାହୁଲ ଗାନ୍ଧି ଲଗାତାର ତାଙ୍କ ଆମେରିକାର ଗଣତନ୍ତ୍ର ଟିପ୍ପଣୀ ରାହୁଲଙ୍କ ଗାଲରେ ଶକ୍ତ ଚାପୁଡ଼ା
ଆମେରିକା ଗସ୍ତ ସମୟରେ ଭାରତୀୟ ଗଣତନ୍ତ୍ରକୁ ସମାଲୋଚନା କରୁଛନ୍ତି । କିନ୍ତୁ ହ୍ବାଇଟ୍‌ ହାଉସ୍‌ ଭାରତୀୟ ଗଣତନ୍ତ୍ର ସଂକ୍ରାନ୍ତରେ ଦେଇଥିବା ଟିପ୍ପଣୀ କଂଗ୍ରେସର ଯୁବରାଜଙ୍କ ଗାଲରେ ଏକ ଶକ୍ତ ଚାପୁଡ଼ା ।

ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ସୋମବାର କୁହାଯାଇଥିଲା ଯେ ଭାରତୀୟ ଗଣତନ୍ତ୍ର ହେଉଛି ଏକ ଗତିଶୀଳ ଓ ଅତ୍ୟନ୍ତ ପାରଦର୍ଶୀ ଗଣତନ୍ତ୍ର। ଯିଏ ବି ଭାରତ ଯିବ ତାହା ଦେଖିପାରିବ। ଭାରତରେ ଗଣତନ୍ତ୍ର ପ୍ରତି ବିପଦ ଥିବା ନେଇ ରାହୁଲ ଯେଉଁ ଟିପ୍ପଣୀ ରଖିଥିଲେ ଆମେରିକା ଉକ୍ତ ପ୍ରସଙ୍ଗରେ କିଛି ବି କହିନାହିଁ। ହ୍ବାଇଟ୍‌ ହାଉସ୍‌ ଭାରତୀୟ ଗଣତନ୍ତ୍ରକୁ ପ୍ରଶଂସା କରିଥିବାରୁ ଏହା କ‌ଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଗାଲରେ ଶକ୍ତ ଚାପୁଡ଼ା ବୋଲି ବିଜେପି ଜାତୀୟ ମୁଖପାତ୍ର ସୟଦ ଜାଫର ଇସଲାମ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe