ପରଲୋକରେ ଜଣାଶୁଣା ହାସ୍ୟ ଅଭିନେତା କବୀର ସିଂହ

Advertisment

ଜଣାଶୁଣା ଷ୍ଟାଣ୍ଡ ଅପ୍ କମେଡିଆନ୍ ତଥା ୨୦୨୧ର ଆମେରିକାସ୍ ଗଟ୍ ଟ୍ୟାଲେଣ୍ଟ୍ ପ୍ରତିଯୋଗୀ କବୀର ‘କାବିଜୀ’ ସିଂଙ୍କର ଦେହାନ୍ତ ହୋଇଛି। ୩୯ବର୍ଷ ବୟସରେ ସାନ ଫ୍ରାନ୍ସିସ୍କୋରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।

ଜଣାଶୁଣା ଷ୍ଟାଣ୍ଡ ଅପ୍ କମେଡିଆନ୍ ତଥା ୨୦୨୧ର ଆମେରିକାସ୍ ଗଟ୍ ଟ୍ୟାଲେଣ୍ଟ୍ ପ୍ରତିଯୋଗୀ କବୀର ‘କାବିଜୀ’ ସିଂଙ୍କର ଦେହାନ୍ତ ହୋଇଛି। ୩୯ବର୍ଷ ବୟସରେ ସାନ ଫ୍ରାନ୍ସିସ୍କୋରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।

ER

ନୂଆଦିଲ୍ଲୀ: ଜଣାଶୁଣା 'ଷ୍ଟାଣ୍ଡ ଅପ୍ କମେଡିଆନ୍' ତଥା ୨୦୨୧ର 'ଆମେରିକାସ୍ ଗଟ୍ ଟ୍ୟାଲେଣ୍ଟ୍' ପ୍ରତିଯୋଗୀ କବୀର ‘କାବିଜୀ’ ସିଂଙ୍କର ଦେହାନ୍ତ ହୋଇଛି। ୩୯ବର୍ଷ ବୟସରେ ସାନ ଫ୍ରାନ୍ସିସ୍କୋରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ପଛର କାରଣ ଜଣାପଡ଼ିନଥିବା ବେଳେ ଶୋଇଥିବା ସମୟରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ତାଙ୍କର କିଛି ସ୍ୱାସ୍ଥ୍ୟଗତ ସମସ୍ୟା ରହିଥିଲା ବୋଲି ସାମ୍ନାକୁ ଆସିଛି।

କବୀର ସିଂହଙ୍କ ଭାବିପତ୍ନୀ କହିଛନ୍ତି ଯେ, ଡିସେମ୍ବର ୪ରେ ତାଙ୍କର ମୃତ୍ୟୁ ହୋଇଥିଲା । ଶୋଇଥିବା ବେଳେ ହିଁ ସେ ଏ ଦୁନିଆରୁ ବିଦାୟ ନେଇଥିଲେ।

ଡିସେମ୍ବର ୫ରେ କବୀରଙ୍କ ବନ୍ଧୁ ଜେରେମି କ୍ୟୁରୀ ହାସ୍ୟ ଅଭିନେତାଙ୍କ ମୃତ୍ୟୁ ବିଷୟରେ ଫେସବୁକରେ ପୋଷ୍ଟ କରି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ ଏବଂ ସେ ଶାନ୍ତିରେ ଆରପାରିକୁ ଚାଲିଯାଇଥିବା ଜଣାଇଥିଲେ। ସେ ଲେଖିଥିଲେ, "ସମସ୍ତଙ୍କୁ ଜଣାଇ ଦୁଃଖୀ ଯେ, କବୀର ସିଂଙ୍କର ଦେହାନ୍ତ ହୋଇଛି। ସେ ଶୋଇଥିବା ଅବସ୍ଥାରେ ଶାନ୍ତିରେ ଏ ଦୁନିଆରୁ ବିଦାୟ ନେଇଛନ୍ତି। ଏଭଳି ଦୁଃଖଦ ସମୟରେ ଦୟାକରି ତାଙ୍କ ପରିବାର ଏବଂ ଭାବିପତ୍ନୀଙ୍କୁ ସମବେଦନା ଜଣାନ୍ତୁ।"

କ୍ୟୁରୀଙ୍କ ଅନୁଯାୟୀ, କବୀରଙ୍କ ଅନ୍ତିମ ସଂସ୍କାର ଡିସେମ୍ବର ୧୪ରେ ହେୱାର୍ଡରେ ହେବ।

'ଆମେରିକାସ୍ ଗଟ୍ ଟ୍ୟାଲେଣ୍ଟ୍' ମଧ୍ୟ ଏକ୍ସରେ ହାସ୍ୟ ଅଭିନେତାଙ୍କ ମୃତ୍ୟୁ ଖବର ପାଇ ଶୋକ ପ୍ରକାଶ କରିଥିବା ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe