କୋଭିଡ୍‌ ମାମଲାରେ ଆମିକସ୍‌ କ୍ୟୁରି ରହିବାକୁ ମନାକଲେ ସାଲ୍‌ଭେ

Advertisment

ନକାରାତ୍ମକ ଟିପ୍ପଣୀ ପାଇଁ ଓକିଲଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନକାରାତ୍ମକ ଟିପ୍ପଣୀ ପାଇଁ ଓକିଲଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

କୋଭିଡ୍‌ ମାମଲାରେ ଆମିକସ୍‌ କ୍ୟୁରି ରହିବାକୁ ମନାକଲେ ସାଲ୍‌ଭେ

Live Law

ନୂଆଦିଲ୍ଲୀ : କୋଭିଡ୍‌ ପରିଚାଳନା ସଂକ୍ରାନ୍ତରେ ସୁପ୍ରିମକୋର୍ଟ ନିଜ ତରଫରୁ ଆଣିଥିବା ମାମଲାରେ ଶୁଣାଣି ବେଳେ ଆମିକସ୍‌ କ୍ୟୁରି ରହିବାକୁ ବରିଷ୍ଠ ଆଇନଜୀବୀ ହରିଶ ସାଲ୍‌ଭେ ମନା କରିଦେଇଛନ୍ତି। ପ୍ରଧାନ ବିଚାରପତିଙ୍କ ସହ ସମ୍ପର୍କ ଥିବାରୁ ତାଙ୍କୁ ଆମିକସ୍‌ କ୍ୟୁରି ନିଯୁକ୍ତ କରାଯାଇଛି ବୋଲି ଅନ୍ୟମାନଙ୍କ ମନରେ ରହିଥିବା ଏକ ଧାରଣା ଭିତରେ ସେ ଏପରି ଶୁଣାଣିରୁ ନିଜକୁ ଦୂରେଇ ରଖିବାକୁ ଅଦାଲତଙ୍କୁ ଜଣାଇଥିଲେ।

ଅପରପକ୍ଷେ, ତାଙ୍କୁ ଏହି ମାମଲାକରେ ଆମିକସ୍‌ କ୍ୟୁରି ନିଯୁକ୍ତ କରିବା ହିଁ ଅଦାଲତଙ୍କ ସ୍ବତନ୍ତ୍ର ଖଣ୍ଡପୀଠର ସାମୂହିକ ନିଷ୍ପତ୍ତି ଥିଲା ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଏସ୍‌ ଏ ବୋବଡ଼େ ସ୍ପଷ୍ଟ କରିଛନ୍ତି। ସେହିପରି କିଛି ବରିଷ୍ଠ ଓକିଲଙ୍କ ସମାଲୋଚନାରେ ଆପଣଙ୍କ ମନରେ କଷ୍ଟ ହୋଇଥିବାରୁ ଆମେ ଦୁଃଖିତ ଏବଂ ଏହି ମାମଲାରେ ଆମିକସ୍‌ କ୍ୟୁରି ରଖିବା ପାଇଁ ଆମକୁ ଆମେ ଜାଣିନଥିବା କୌଣସି ଓକିଲଙ୍କୁ ଖୋଜିବାକୁ ପଡ଼ିବ ବୋଲି ବୋବଡ଼େ କହିଛନ୍ତି।

କୋଭିଡ୍‌-୧୯ ସଂକ୍ରାନ୍ତ ବିଭିନ୍ନ ହାଇକୋର୍ଟରେ ଜାରି ରହିଥିବା ମାମଲାରେ ସୁପ୍ରିମକୋର୍ଟ ଗୁରୁବାର ହସ୍ତକ୍ଷେପ କରି ନିଜ ଆଡୁ ସରକାରଙ୍କୁ ନୋଟିସ ଜାରି କରିଥିଲେ। ଏହି ଘଟଣାରେ କିଛି ବରିଷ୍ଠ ଓକିଲ କରିଥିବା ନକାରାତ୍ମକ ଟିପ୍ପଣୀ ଉପରେ ଆଜି ସୁପ୍ରିମ୍‌ କୋର୍ଟ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ରାୟ ନପଢ଼ି କିଛି ଓକିଲ ବିଭ୍ରାନ୍ତି ସୃଷ୍ଟି କରୁଥିବା କୋର୍ଟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe