Image Courtesy of News24Hindi
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ ଯୋଜନା’ ବିରୁଦ୍ଧରେ ପ୍ରବଳ ପ୍ରତିବାଦ ଚାଲିଥିବା ବେଳେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୩ ସେନା ମୁଖ୍ୟଙ୍କ ସହିତ ବୈଠକ କରିଛନ୍ତି। ‘ସିଏପିଏଫ୍’ ଏବଂ ‘ଆସାମ ରାଇଫଲ୍ସ୍’ରେ ଅଗ୍ନିବୀରମାନଙ୍କ ପାଇଁ ୧୦% ଚାକିରି ସଂରକ୍ଷଣ କରାଯିବ ବୋଲି ଆଜି ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟ ଘୋଷଣା କରିବା ପରେ ପ୍ରତିରକ୍ଷା ମନ୍ତ୍ରୀ ୩ ସେନାର ମୁଖ୍ୟମାନଙ୍କ ସହିତ ବୈଠକ ଆରମ୍ଭ କରିଛନ୍ତି।
ସେନା, ନୌସେନା ଏବଂ ବାୟୁସେନା ନିମନ୍ତେ ୪ ବର୍ଷ ଲାଗି ତରୁଣମାନଙ୍କୁ ନିଯୁକ୍ତି ଦିଆଯିବା ପାଇଁ ଆରମ୍ଭ କରାଯାଇଥିବା ଯୋଜନା ଉପରେ ୩ ସେନାର ମୁଖ୍ୟମାନେ ନିଜ ନିଜର ଆସ୍ଥାବ୍ୟକ୍ତ କରିଥିଲେ।
ବାୟୁସେନା ମୁଖ୍ୟ ଚିଫ୍ ମାର୍ସାଲ୍ ବିବେକ ରାମ ଚୌଧୁରୀ କହିଛନ୍ତି, ଅଗ୍ନିପଥ ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରୁଥିବା ଯୁବକମାନେ ଏହି ଯୋଜନା ସମ୍ବନ୍ଧରେ ସଠିକ ସୂଚନା ସଂଗ୍ରହ କରି ତା’ର ସାମଗ୍ରିକତାକୁ ବୁଝିବା ଉଚିତ।
Image Courtesy of The New Indian Expressସେନାମୁଖ୍ୟ ଜେନେରାଲ୍ ମନୋଜ ପାଣ୍ଡେ କହିଛନ୍ତି, ଏହି ଯୋଜନା ଯୁବକମାନଙ୍କୁ ସୁଯୋଗ ପ୍ରଦାନ କରିବ। ଏ ସଂକ୍ରାନ୍ତରେ ସେମାନେ ସଠିକ ସୂଚନା ପାଇ ନ ଥିବାରୁ ପ୍ରତିବାଦ କରୁଛନ୍ତି।
ନୌସେନା ମୁଖ୍ୟ ଆଡ୍ମିରାଲ୍ ଆର୍ ହରି କୁମାର ମଧ୍ୟ କହିଛନ୍ତି, ଏଭଳି ପ୍ରତିବାଦ ଆଶା କରାଯାଉ ନ ଥିଲା। ଅଗ୍ନିପଥ ଯୋଜନା ହେଉଛି ଭାରତୀୟ ସେନାରେ ଏକକ ବୃହତ୍ତମ ମାନବ ସମ୍ବଳ ପରିଚାଳନା ରୂପାନ୍ତରଣ।
ନିଯୁକ୍ତି ପାଇଁ ଚୟନ ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ ହେବ। ତେଣୁ, ସେଥିପାଇଁ ପ୍ରସ୍ତୁତି କରିବା ନିମନ୍ତେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ଦିନ ଯୁବକମାନଙ୍କୁ ଅନୁରୋଧ କରିଥିଲେ। ଜୁନ୍ ୨୪ରେ ନିଯୁକ୍ତି ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଭାରତୀୟ ବାୟୁସେନା ଘୋଷଣା କରିସାରିଛି।
Follow Us