କର୍ଣ୍ଣାଟକ ବିଧାନସଭାରେ ଅଚଳାବସ୍ଥା ଜାରି; ଶୁକ୍ରବାରକୁ ଘୁଞ୍ଚିଲା ଆସ୍ଥା ଭୋଟ

NDTV

ବେଙ୍ଗଲୁରୁ: ପ୍ରବଳ ହଟ୍ଟଗୋଳ ମଧ୍ୟରେ କର୍ଣ୍ଣାଟକ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏଚ୍‌ ଡ଼ି କୁମାରସ୍ୱାମୀଙ୍କ କଂଗ୍ରେସ- ଜେଡିଏସ୍‌ ମିଳିତ ସରକାର ନିଜର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ଉଦ୍ଦେଶ୍ୟରେ ହେବାକୁ ଥିବା ଆସ୍ଥା ଭୋଟକୁ ବିଧାନସଭାର ଉପ ବାଚସ୍ପତି ଆସନ୍ତାକାଲି (ଜୁଲାଇ ୧୯ ତାରିଖ) ଦିନ ୧୧ଟା ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ତେବେ, ଉପ ବାଚସ୍ପତିଙ୍କ ଏ ନିଷ୍ପତ୍ତିର ବିରୋଧ କରି ବିଜେପି ବିଧାୟକମାନେ ଆଜି ସାରା ରାତି ବିଧାନସଭା ଗୃହ ମଧ୍ୟରେ କଟାଇବେ ବୋଲି ଘୋଷଣା କରିଛନ୍ତି।

publive-image NDTV

ପୂର୍ବରୁ ବିଜେପି ବିଧାୟକମାନେ ଆସ୍ଥା ଭୋଟ ଆଗତ କ୍ଷେତ୍ରରେ ବିଧାନସଭାର ବାଚସ୍ପତି ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶର ଅବମାନନା କରିବା ସହ ଉଦ୍ଦେଶ୍ୟ ମୂଳକ ଭାବେ ଆସ୍ଥା ଭୋଟ ଆଗତ କରିବାରେ ବିଳମ୍ବ କରୁଛନ୍ତି ବୋଲି ଅଭିଯୋଗ କରି ରାଜ୍ୟପାଳ ବାଜୁଭାଇ ଭାଲ୍ଲାଙ୍କ ଦ୍ୱାରସ୍ଥ ହେବା ସହ ଏ ମାମଲାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe