ଅମ୍ଳଜାନ ଅଭାବ ଦୂର ପାଇଁ ଜର୍ମାନୀରୁ ୨୩ଟି ମୋବାଇଲ୍‌ ଅମ୍ଳଜାନ ପ୍ଲାଣ୍ଟକୁ ‘ଏୟାରଲିଫ୍ଟ’ କରି ଆଣିବ ବାୟୁସେନା

Advertisment
ଅମ୍ଳଜାନ ଅଭାବ ଦୂର ପାଇଁ ଜର୍ମାନୀରୁ ୨୩ଟି ମୋବାଇଲ୍‌ ଅମ୍ଳଜାନ ପ୍ଲାଣ୍ଟକୁ ‘ଏୟାରଲିଫ୍ଟ’ କରି ଆଣିବ ବାୟୁସେନା

ନୂଆଦିଲ୍ଲୀ: ସଂପ୍ରତି ଦେଶରେ କୋଭିଡ୍‌ ଆକ୍ରାନ୍ତଙ୍କ ପାଇଁ ଅମ୍ଳଜାନର ଘୋର ଅଭାବ ଅଭାବ ଦେଖା ଦେଇଥିବା ବେଳେ ଜର୍ମାନୀରୁ ୨୩ଟି ମୋବାଇଲ୍‌ ଅମ୍ଳଜାନ ଉତ୍ପାଦନ କରୁଥିବା ପ୍ଲାଣ୍ଟକୁ ବିମାନ ସାହାଯ୍ୟରେ ‘ଏୟାରଲିଫ୍ଟ’ କରି ଭାରତ ଆଣିବାକୁ ପ୍ରତିରକ୍ଷା ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି।

ଭାରତକୁ ଆସିବାକୁ ଥିବା ପ୍ରତ୍ୟେକ ପ୍ଲାଣ୍ଟ ପ୍ରତି ମିନିଟରେ ୪୦ ଲିଟର ଏବଂ ପ୍ରତି ଘଣ୍ଟାରେ ୨,୪୦୦ ଲିଟର ତରଳ ଅମ୍ଳଜାନ ଉତ୍ପାଦନ କରିବାର କ୍ଷମତା ରହିଛି। ପ୍ରତିରକ୍ଷା ମନ୍ତ୍ରାଳୟର ମୁଖ୍ୟ ମୁଖପାତ୍ର ଏ ଭରତ ଭୂଷଣ ବାବୁ କହିଛନ୍ତି ଯେ କୋଭିଡ୍‌-୧୯ ରୋଗୀଙ୍କ ଚିକିତ୍ସା କରୁଥିବା ସଶସ୍ତ୍ର ବାହିନୀ ମେଡିକାଲ ସର୍ଭିସେସ୍‌ ଡାକ୍ତରଖାନାଗୁଡ଼ିକରେ ଏହି ଅମ୍ଳଜାନ କାରଖାନା ସବୁ ନିୟୋଜିତ ହେବ।

publive-image

ମହାମାରୀକୁ ଦୃଷ୍ଟିରେ ରଖି ଦେଶରେ ଡାକ୍ତରୀ ଭିତ୍ତିଭୂମି ବୃଦ୍ଧି ପାଇଁ ଆବଶ୍ୟକ କ୍ରୟ କରିବାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜରୁରୀକାଳୀନ ଆର୍ଥିକ କ୍ଷମତା ପ୍ରଦାନ ଘୋଷଣା କରିବା ପରେ ମନ୍ତ୍ରାଳୟ ଏହି ନିଷ୍ପତ୍ତି ନେଇଛି।

୨୩ଟି ମୋବାଇଲ୍‌ ଅମ୍ଳଜାନ ଉତ୍ପାଦନ ପ୍ଲାଣ୍ଟକୁ ଜର୍ମାନୀରୁ ଏକ ସପ୍ତାହ ମଧ୍ୟରେ ଏୟାରଲିଫ୍ଟ କରି ଦେଶକୁ ଅଣାଯିବ। କାଗଜପତ୍ର କାମ ସରିବା ପରେ ତୁରନ୍ତ ଜର୍ମାନୀରୁ ଏହାର ପରିବହନ ପାଇଁ ପ୍ରସ୍ତୁତ ରହିବାକୁ ଭାରତୀୟ ବାୟୁସେନାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ବାବୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe