କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଇବାରୁ ହରିୟାଣା, କେରଳ ଓ ପୁଡ୍ଡୁଚେରୀରେ ବାଧ୍ୟତାମୂଳକ ହେଲା ମାସ୍କ୍‌ ପରିଧାନ

କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଇବାରୁ ହରିୟାଣା, କେରଳ ଓ ପୁଡ୍ଡୁଚେରୀରେ ବାଧ୍ୟତାମୂଳକ ହେଲା ମାସ୍କ୍‌ ପରିଧାନ

Image Courtesy of The Quint

ନୂଆଦିଲ୍ଲୀ: ଅଳ୍ପ କେତେ ଦିନ ହେବ ଦେଶର ଅଧିକାଂଶ ଅଞ୍ଚଳରେ କୋଭିଡ୍‌-୧୯ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ ହରିୟାଣା, କେରଳ ଓ ପୁଡ୍ଡୁଚେରୀ ପ୍ରଭୃତି ରାଜ୍ୟ ମାସ୍କ୍‌ ପରିଧାନ ବାଧ୍ୟତାମୂଳକ କରିଛନ୍ତି।

ସତର୍କତାମୂଳକ ପଦକ୍ଷେପ ଭାବେ ସର୍ବସାଧାରଣ ସ୍ଥାନରେ ହରିୟାଣା ସରକାର ମାସ୍କ୍‌ ପରିଧାନ ବାଧ୍ୟତାମୂଳକ କରିଛନ୍ତି। କୋଭିଡ୍‌ ସଂଯମ ଆଚରଣ ପାଳନ କରିବା ଲାଗି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଜନସାଧାଣଙ୍କୁ ନିବେଦନ କରିଛି। ଜିଲ୍ଲା ପ୍ରଶାସନ ଓ ପଞ୍ଚାୟତଗୁଡ଼ିକୁ ମଧ୍ୟ ଏ ସବୁ ନିୟମ ଲାଗୁ କରିବା ପାଇଁ ନିର୍ଦେଶ ଦିଆଯାଇଛି।

publive-image Image Courtesy of Times of India

ସେହିପରି, କେରଳରେ ଅନ୍ତଃସତ୍ତ୍ବା ମହିଳା, ବୟୋବୃଦ୍ଧ ବ୍ୟକ୍ତି ଓ ପୁରାତନ ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନଙ୍କ ପାଇଁ ମାସ୍କ୍‌ ପରିଧାନ ବାଧ୍ୟତାମୂଳକ କରାଯାଇଛି। ରାଜ୍ୟରେ କୋଭିଡ୍‌-୧୯ ପରିସ୍ଥିତି ଆକଳନ କରିବା ପାଇଁ ଉଚ୍ଚସ୍ତରୀୟ ବୈଠକ କରିବା ପରେ କେରଳର ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି ଯେ, ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଓ ମଧୁମେହ ଭଳି ପୁରାତନ ରୋଗ ଥିବା ବ୍ୟକ୍ତିମାନେ କୋଭିଡ୍‌ ସଙ୍କ୍ରମଣଜନିତ ମୃତ୍ୟୁର ସରବ୍ୟ ହେଉଛନ୍ତି। ଅକ୍ସିଜେନ୍‌ ଗଚ୍ଛିତ ରଖିବା ଲାଗି ସେ ସ୍ବାସ୍ଥ୍ୟ ବିଭାଗକୁ ମଧ୍ୟ ନିର୍ଦେଶ ଦେଇଛନ୍ତି।

ଏହାଛଡ଼ା, ପୁଡ୍ଡୁଚେରୀ ମଧ୍ୟ ସର୍ବସାଧାଣ ସ୍ଥାନରେ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରିଛି। ଡାକ୍ତରଖାନା, ହୋଟେଲ୍‌, ରେସ୍ତୋରାଁ, ମଦ ଦୋକାନ, ଅତିଥି ଭବନ ଏବଂ ମନୋରଞ୍ଜନ କ୍ଷେତ୍ର, ସରକାରୀ କାର୍ଯ୍ୟାଳୟ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନମାନଙ୍କରେ ମାସ୍କ୍‌ ପରିଧାନ ବାଧ୍ୟତାମୂଳକ ବୋଲି ଜାରି କରାଯାଇଥିବା ବିବୃତିରେ ଉଲ୍ଲେଖ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe