ଜମ୍ମୁ ଓ କଶ୍ମୀରକୁ ବିଭାଜନ ଗୁଜବ ଶୁଣି ବୈଠକ ଡକାଇଲା ‘ଗୁପକର ମେଣ୍ଟ’

ଜମ୍ମୁ ଓ କଶ୍ମୀରକୁ ବିଭାଜନ ଗୁଜବ ଶୁଣି ବୈଠକ ଡକାଇଲା ‘ଗୁପକର ମେଣ୍ଟ’

Image Courtesy of The Times of India

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରରେ ଚାଲିଥିବା ଅନିଶ୍ଚିତା ଏବଂ ଏହାକୁ ପୁଣି ଦୁଇ ଭାଗ କରିବା ପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି ବୋଲି ଉଠିଥିବା ଗୁଜବ ଯୋଗୁଁ ବୁଧବାର ଦିନ ‘ଗୁପକର ଘୋଷଣାନାମା ମେଣ୍ଟ’ର ବୈଠକ ବସିଥିଲା। ଗତ ୬ ମାସ ପରେ ଏହା ଥିଲା ମେଣ୍ଟର ପ୍ରଥମ ବୈଠକ।

‘ନ୍ୟାସ୍‌ନାଲ୍‌ କନ୍‌ଫରେନ୍‌ସ୍‌’ ନେତୃତ୍ବାଧୀନ ପାଞ୍ଚଟି ରାଜନୈତିକ ଦଳ ସମାହାରରେ ସୃଷ୍ଟ ‘ପିପୁଲ୍‌ସ୍‌ ଆଲିଆନ୍‌ସ୍‌ ଫର୍‌ ଗୁପକର ଡିକ୍ଲାରେସନ୍’ର ବୈଠକ ଶ୍ରୀନଗରସ୍ଥିତ ‘ପିଡିପି’ ମୁଖ୍ୟ ମେହବୁବା ମୁଫ୍‌ତିଙ୍କ ବାସଭବନରେ ଆୟୋଜିତ ହୋଇଥିଲା।

୨୦୦ କମ୍ପାନି ପାରା ମିଲିଟାରି ଫୋର୍ସ ଆସିଥିବାରୁ କଶ୍ମୀରରେ କିଛି ଗୋଟାଏ ଘଟିବାକୁ ଯାଉଛି ବୋଲି ଚାଲିଥିବା କଳ୍ପନାଜଳ୍ପନା ପ୍ରତି ‘ଗୁପକର ମେଣ୍ଟ’ ପ୍ରତିକ୍ରିୟାଶୀଳ ହୋଇଥିବା କଥାକୁ ‘ଏନ୍‌ସି’ ଅଧ୍ୟକ୍ଷ ତଥା ଶ୍ରୀନଗର ସାଂସଦ ଫାରୁକ୍‌ ଅବ୍ଦୁଲା ଅସ୍ବୀକାର କରିଛନ୍ତି। ସେ କହିଛନ୍ତି, ଜମ୍ମୁ ଓ କଶ୍ମୀରକୁ ପୁଣି ବିଭାଜନ କରାଯିବ ବୋଲି ଚାଲିଥିବା କଳ୍ପନାଜଳ୍ପନା ସମ୍ବନ୍ଧରେ ଏପର୍ଯ୍ୟନ୍ତ ଆମ୍ଭମାନଙ୍କୁ କୁହାଯାଇ ନାହିଁ କି, ସୂଚନା ମଧ୍ୟ ଦିଆଯାଇ ନାହିଁ।

publive-image Image Courtesy of Deccan Herald

ତେଣେ, ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଉପରୋକ୍ତ ଗୁଜବକୁ ଖଣ୍ଡନ କରିବାକୁ ଯାଇ ଜମ୍ମୁ ଓ କଶ୍ମୀର ପ୍ରଶାସନ ମଧ୍ୟ କହିଛି ଯେ, ଏଭଳି କୌଣସି ପଦକ୍ଷେପର ପ୍ରଶ୍ନହିଁ ଉଠୁନାହିଁ। କଶ୍ମୀର ଉପତ୍ୟକାକୁ ପାରାମିଲିଟାରି ଫୋର୍ସଙ୍କ ପ୍ରତ୍ୟାବର୍ତ୍ତନ ହେଉଛି ନିୟମିତ ସମରାଭ୍ୟାସ। ଏହା ପୂର୍ବରୁ ସେମାନେ ଚାରିଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ହୋଇଥିବା ନିର୍ବାଚନ କାର୍ଯ୍ୟରେ ମୁତୟନ ହୋଇଥିଲେ। ସେଠାରୁ ସେମାନେ ଫେରି ଆସିଛନ୍ତି।

‘ପିପୁଲ୍‌ସ୍‌ ଆଲିଆନ୍‌ସ୍‌ ଫର୍‌ ଗୁପକର ଡିକ୍ଲାରେସନ୍’ର ଅନ୍ୟତମ ସଦସ୍ୟ ତଥା ମୁଖପାତ୍ର ମହମ୍ମଦ ୟୁସୁଫ୍ ତରିଙ୍ଗାମି କହିଛନ୍ତି, ଏହି ମେଣ୍ଟର ମୌଳିକ ଲକ୍ଷ୍ୟ ହେଉଛି କଶ୍ମୀରବାସୀଙ୍କ ମଙ୍ଗଳାର୍ଥେ କାର୍ଯ୍ୟ କରିବା। ପରିସ୍ଥିତି ଯାହା ହେଉ ନା କାହିଁକି, ମେଣ୍ଟର ଲକ୍ଷ୍ୟ ଅପରିବର୍ତ୍ତନୀୟ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe