ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ ତେଜୁଥିବା ବେଳେ ଦିଲ୍ଲୀ ଓ ଦେଶର ଅନ୍ୟାନ୍ୟ ରାଜ୍ୟରେ ‘ହାଇ ଆଲର୍ଟ’ ଜାରି

Advertisment
ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ ତେଜୁଥିବା ବେଳେ ଦିଲ୍ଲୀ ଓ ଦେଶର ଅନ୍ୟାନ୍ୟ ରାଜ୍ୟରେ ‘ହାଇ ଆଲର୍ଟ’ ଜାରି

Image Courtesy of Times Now

ନୂଆଦିଲ୍ଲୀ: ଇସ୍ରାଏଲ୍‌ ଓ ହମାସ୍‌ ଆତଙ୍କବାଦୀ ସଙ୍ଗଠନ ମଧ୍ୟରେ ଉତ୍ତେଜନା ତେଜୁଥିବା ବ‌େଳେ ଆଜି ଦିଲ୍ଲୀ ଓ ଭାରତର ଅନ୍ୟାନ୍ୟ ରାଜ୍ୟରେ ‘ହାଇ ଆଲର୍ଟ’ ଜାରି କରାଯାଇଥିବା କଥା ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ ଯୋଗୁଁ ଦେଶରେ ଅସାମାଜିକ କାର୍ଯ୍ୟକଳାପ ଘଟିବାର ସମ୍ଭାବନା ଥିବା ବିଷୟରେ ନିରାପତ୍ତା ଏଜେନ୍‌ସିମାନଙ୍କଠାରୁ ପୁଲିସ ସୂଚନା ପାଇବା ପରେ ‘ହାଇ ଆଲର୍ଟ’ ଜାରି କରାଯାଇଛି।

ପ୍ରାପ୍ତ ସୂଚନା ଅନୁସାରେ, ଶୁକ୍ରବାର ନମାଜ ଥିବାରୁ ଜାତୀୟ ରାଜଧାନୀ ଦିଲ୍ଲୀର ବାଟଘାଟରେ ଉଲ୍ଲେଖଯୋଗ୍ୟ ସଂଖ୍ୟକ ପୁଲିସ କର୍ମଚାରୀଙ୍କୁ ମତୟନ କରାଯାଇଛି।

publive-image Image Courtesy of India Today

ଇସ୍ରାଏଲ୍‌ ଓ ଇହୁଦୀ ଧର୍ମ ପ୍ରତିଷ୍ଠାନ ସମେତ ସ୍ପର୍ଶକାତର ଅଞ୍ଚଳଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଠୋର କରାଯାଇଛି।

ସେହିପରି, ଅନ୍ୟ କେତେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ମଧ୍ୟ ନିରାପତ୍ତା ‌ଏଜେନ୍‌ସି ସାବଧାନ କରାଇ ଦେଇଛି। ଆମ ଦେଶରେ ରହୁଥିବା ଇସ୍ରାଏଲ୍‌ ନାଗରିକଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ସେମାନଙ୍କୁ ନିର୍ଦେଶ ଦିଆଯାଇଛି।

ଇସ୍ରାଏଲ୍‌ କୂଟନୀତିଜ୍ଞ, କର୍ମଚାରି ଓ ପର୍ଯ୍ୟଟକମାନଙ୍କୁ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ମହାରାଷ୍ଟ୍ର, ହିମାଚଳ ପ୍ରଦେଶ ଓ ଗୋଆ ଆଦି ରାଜ୍ୟର କର୍ତ୍ତୃପକ୍ଷମାନଙ୍କୁ କୁହାଯାଇଛି।

ଇସ୍ରାଏଲ୍‌ରେ ହିଂସା ତେଜୁଥିବାରୁ ଆମେରିକା, ଇଂଲଣ୍ଡ୍‌ ଓ ଜର୍ମାନି ସମେତ ଅନେକ ଦେଶ ‘ସମ୍ଭାବ୍ୟ ଇହୁଦୀ ଆକ୍ରମଣସ୍ଥଳୀ’ ଓ ‘ପାଲେଷ୍ଟେନୀୟ ସମର୍ଥକ ପ୍ରତିବାଦକାରୀ’ ବହୁଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଠୋର କରିବା ପରେ ଭାରତରେ ମଧ୍ୟ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe