ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ବେଳେ ସଞ୍ଜୟ ରାଉତଙ୍କୁ ଜମି ଦୁର୍ନୀତି ମାମଲାରେ ‘ଇଡି’ ସମନ୍‌

Advertisment
ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ବେଳେ ସଞ୍ଜୟ ରାଉତଙ୍କୁ ଜମି ଦୁର୍ନୀତି ମାମଲାରେ ‘ଇଡି’ ସମନ୍‌

Image Courtesy of NDTV

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ପଡ଼ିଥିବା ବ‌େଳେ ପ୍ରବୀଣ ରାଉତ ଏବଂ ପତ୍ରା ଚଲ୍‌ ଜମି ଦୁର୍ନୀତି ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦେଶାଳୟ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ସମନ୍‌ ଜାରି କରିଛି। ଜେରା ନିମନ୍ତେ ମଙ୍ଗଳବାର ଦିନ ୧୧ଟା ବେଳେ ସେ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବେ ବୋଲି ଉକ୍ତ ସମନ୍‌ରେ ଉଲ୍ଲେଖ ଅଛି।

ସମନ୍‌ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି, ପ୍ରବର୍ତ୍ତନ ନିର୍ଦେଶାଳୟ ‘ବିଜେପି’ ପ୍ରତି ପ୍ରକୃତ ଭକ୍ତି ପ୍ରଦର୍ଶନ କରୁଛି।

ପୂର୍ବରୁ ‘ଟିମ୍‌ ଠାକ୍‌ରେ’ ମଧ୍ୟ କହି ଆସୁଥିଲା କି, ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ବିଦ୍ରୋହ ହେଉଛି ‘ଇଡି’, ‘ସିବିଆଇ’ ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ଏଜେନ୍‌ସିଙ୍କ ଚାପର ପରିଣାମ।

publive-image Image Courtesy of Zee News

ପୂର୍ବରୁ ତାଙ୍କର କେତେକ ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦେଶାଳୟ ‘ଆଟାଚ୍‌’ କରିଛି। ୧,୦୩୪ କୋଟି ଟଙ୍କାର ପତ୍ରା ଚଲ୍‌ ଜମି ଦୁର୍ନୀତି ମାମଲାରେ ଏପ୍ରିଲ୍‌ ମାସରେ ପ୍ରବର୍ତ୍ତନ ନିର୍ଦେଶାଳୟ ସଞ୍ଜୟ ରାଉତଙ୍କ ସହଯୋଗୀ ପ୍ରବୀଣ ରାଉତଙ୍କ ୯ କୋଟି ମୂଲ୍ୟର ସମ୍ପତ୍ତି ଓ ସଞ୍ଜୟଙ୍କ ପତ୍ନୀ ବର୍ଷାଙ୍କ ମାଲିକାନାରେ ଥିବା ପ୍ରାୟ ୨ କ‌ୋଟି ଟଙ୍କାର ସମ୍ପତ୍ତିକୁ ‘ଆଟାଚ୍’ କରିଛି।

ସେତେବେଳେ ସଞ୍ଜୟ ରାଉତ କହିଥିଲେ, ମୁଁ ଡରିଲାବାଲା ନୁହେଁ। ମୋ ସମ୍ପତ୍ତି ଜବତ କର, ମତେ ଗୁଳି ମାର କି, ଜେଲ୍‌କୁ ପଠାଅ। ସଞ୍ଜୟ ରାଉତ ବାଲାସାହେବ ଠାକ୍‌ରେଙ୍କ ଅନୁଗାମୀ ଆଉ ଜଣେ ଶିବ ସୈନିକ।

ପ୍ରବୀଣ ରାଉତଙ୍କ ନାମରେ ପ୍ରବର୍ତ୍ତନ ନିର୍ଦେଶାଳୟ ‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ଚାର୍ଜସିଟ୍ ମଧ୍ୟ ଦାଖଲ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe