ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟିଲେ ଅଭିନେତ୍ରୀ କଙ୍ଗନା

Advertisment
ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟିଲେ ଅଭିନେତ୍ରୀ କଙ୍ଗନା

ମୁମ୍ବାଇ: ମହାରାଷ୍ଟ୍ରରେ ଏବେ ଶାସନ କ୍ଷମତାରେ ଉଦ୍ଧବ ଠାକ୍‌ରେ ଥିବା ବେଳେ  ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶ୍ୟାରିଙ୍କୁ  ଅଭିନେତ୍ରୀ କଙ୍ଗନା ରାଣାୱତ ଭେଟିଛନ୍ତି। କଙ୍ଗନା ରାଜ୍ୟପାଳଙ୍କୁ ଭେଟି ବିଏମସି ତାଙ୍କ କାର୍ଯ୍ୟାଳୟ ଭାଙ୍ଗିବା ପ୍ରସଙ୍ଗ ଉଠାଇଥିବା କୁହାଯାଉଛି।

ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ର ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମୁଖ୍ୟ ପରାମର୍ଶଦାତାଙ୍କଠାରୁ କଙ୍ଗନା ରାଣାୱତଙ୍କ କାର୍ଯ୍ୟାଳୟ ବିରୋଧରେ ବିଏମସି କାହିଁକି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୋଲି ଏକ ରିପୋର୍ଟ ମାଗିଥିଲେ। ମୁମ୍ବାଇ ସହରରେ ପ୍ରକୃତରେ କ’ଣ ଘଟିଛି ସେ ସମ୍ପର୍କରେ ରାଜ୍ୟପାଳ କୋଶ୍ୟାରି କେନ୍ଦ୍ର ସରକାରଙ୍କୁ ଏକ ରିପୋର୍ଟ ପ୍ରଦାନ କରିବେ ବୋଲି ଆଶା କରାଯାଉଛି। ନିକଟରେ ମୁମ୍ବାଇକୁ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ସହିତ ତୁଳନା କରିବା ପରେ ପରେ କଙ୍ଗନା ଏହି ବିବାଦରେ ଫସିଛନ୍ତି।

ଉଲ୍ଲେଖଯୋଗ୍ୟ, ବିଭିନ୍ନ ସାମାଜିକ ପ୍ରସଙ୍ଗ‌ରେ ଖୋଲାଖୋଲି ମନ୍ତବ୍ୟ ଓ ପ୍ରତିକ୍ରିୟା ରଖୁଥିବାରୁ ବହୁ ଲୋକ କଙ୍ଗନାଙ୍କ ଉପରେ କ୍ଷୁବ୍ଧ ଓ ତାଙ୍କୁ ଶତ୍ରୁ ଭାବେ ବିବେଚନା କରୁଛନ୍ତି। ତେଣୁ ସେ ଉତ୍ପୀଡ଼ନର ଶିକାର ହେବାର ଆଶଙ୍କା ଅଛି ବୋଲି ଦର୍ଶାଇ ତାଙ୍କ ବାପା ହିମାଚଳ ପ୍ରଦେଶ ସରକାରଙ୍କୁ ଏକ ସ୍ମାରକପତ୍ର ଦେଇଥିଲେ। ଏଥିରେ ସେ କଙ୍ଗନାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଇଥିଲେ। ଏହାପରେ ହିଁ କଙ୍ଗନାଙ୍କୁ ୱାଇ(+)ସୁରକ୍ଷା ଦିଆଯାଇଛି। କିନ୍ତୁ ଏହି ସୁରକ୍ଷାର ବିଲ୍‌ କିଏ ଦେବ ବୋଲି ସେ ନେଇ କିଛି ସ୍ପଷ୍ଟ ହୋଇନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe