ଝାଡ଼ଖଣ୍ଡରେ ରାଜନୈତିକ ଝଡ଼ ବେଳେ ବିଧାୟକମାନଙ୍କ ସହ ନୌବିହାର କଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌

Advertisment
ଝାଡ଼ଖଣ୍ଡରେ ରାଜନୈତିକ ଝଡ଼ ବେଳେ ବିଧାୟକମାନଙ୍କ ସହ ନୌବିହାର କଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌

Image Courtesy of India Today

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ରାଜନୈତିକ ଝଡ଼ ବାତାବରଣରେ ଶନିବାର ଦିନ ରାଜ୍ୟର ଖୁଣ୍ଟି ଜିଲ୍ଲାରେ ଥିବା ଲତରାତୁ ଜଳଭଣ୍ଡାରରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଆମୋଦପୂର୍ଣ୍ଣ ନୌବିହାର କରୁଥିବା ଖବର ମିଳିଛି।

ନୌବିହାରରେ ମୁଖ୍ୟମନ୍ତ୍ରୀ ହେମନ୍ତଙ୍କ ସହିତ ଯୋଗ ଦେଇଥିଲେ ତାଙ୍କ ଦଳ ‘ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା’ (ଜେଏମ୍‌ଏମ୍‌) ଏବଂ ମେଣ୍ଟ ସହଯୋଗୀ କଂଗ୍ରେସର କେତେ ଜଣ ବିଧାୟକ ଓ ବିଧାୟିକା। ଲାଇଫ୍‌ ଜ୍ୟାକେଟ୍‌ ପିନ୍ଧିଥିବା ମୁଖ୍ୟମନ୍ତ୍ରୀ ସୋରେନ୍‌ ଏବଂ ଅନ୍ୟ ବିଧାୟକମାନେ ହସି ହସି ନୌବିହାରକାଳୀନ ଫଟୋ ପାଇଁ ପୋଜ୍‌ ଦେଇଛନ୍ତି। ଆଶ୍ବସ୍ତ ଏବଂ ହର୍ଷୋତ୍‌ଫୁଲ୍ଲ ଦିଶୁଥିବା ସୋରେନ୍‌ କ୍ୟାମେରା ଆଡ଼କୁ ‘ଥମ୍ସ୍‌-ଅପ୍‌’ ସଙ୍କେତ ଦେଉଥିବା ଦୃଶ୍ୟ ଉକ୍ତ ଫଟୋରେ ରହିଛି।

publive-image Image Courtesy of NDTV

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ସୋରେନ୍‌ଙ୍କୁ ବିଧାନସଭାର ବିଧାୟକ ପଦରୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଭାରତର ନିର୍ବାଚନ କମିସନ୍‌ ରାଜ୍ୟପାଳଙ୍କ ନିକଟକୁ ସୁପାରିସ ପତ୍ର ପଠାଇବା ପରେ ଝାଡ଼ଖଣ୍ଡରେ ରାଜନୈତିକ ଝଡ଼ ଆରମ୍ଭ ହୋଇଯାଇଥିଲା। ଅର୍ଥ ବିନିମୟରେ ‘ବିଜେପି’ ବିଧାୟକମାନଙ୍କୁ ଅକ୍ତିଆର କରିବା ଭୟରେ ଶନିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ରାଞ୍ଚି ବାସଭବନରେ ‘ୟୁପିଏ’ ବିଧାୟକମାନଙ୍କର ବୈଠକ ବସିଥିଲା। ବୈଠକ ପରେ ବିଧାୟକମାନେ ବସ୍‌ରେ ବସି ସାଧାରଣରେ ପ୍ରକାଶ କରାଯାଇ ନ ଥିବା କୌଣସି ଏକ ରିସର୍ଟ ଅଭିମୁଖେ ଯାତ୍ରା କରିଥିଲେ।

କିନ୍ତୁ, ଲତରାତୁ ଜଳଭଣ୍ଡାରେ ନୌବିହାର କରିବା ପରେ ନିକଟରେ ଥିବା ଅତିଥି ଭବନରେ କିଛି ସମୟ ଅତିବାହିତ କରି ସମସ୍ତ ବିଧାୟକ ସନ୍ଧ୍ୟା ସୁଦ୍ଧା ପୁଣି ରାଜଧାନୀକୁ ଫେରିଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe