ତାଇୱାନ୍‌ ବିବାଦ: ନିଆଁ ସଙ୍ଗରେ ନ ଖେଳିବା ପାଇଁ ବାଇଡେନ୍‌ଙ୍କୁ ଫୋନ୍‌ କରି ସତର୍କ କରାଇଲେ ସି ଜିନ୍‌ପିଙ୍ଗ୍

Advertisment
ତାଇୱାନ୍‌ ବିବାଦ: ନିଆଁ ସଙ୍ଗରେ ନ ଖେଳିବା ପାଇଁ ବାଇଡେନ୍‌ଙ୍କୁ ଫୋନ୍‌ କରି ସତର୍କ କରାଇଲେ ସି ଜିନ୍‌ପିଙ୍ଗ୍

Image Courtesy of India Today

ୱାସିଂଟନ୍‌: ଗୁରୁବାର ଦିନ ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ଚୀନ୍‌ର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍ ଫୋନ୍‌ରେ ସ୍ପଷ୍ଟଭାବେ କଥାବାର୍ତ୍ତା କରିବା ବେଳେ ତାଇୱାନ୍‌ ବିବାଦ ଘଟଣାରେ ଆମେରିକାର କ୍ଷତି ହେବା ଭଳି ପଦକ୍ଷେପ ଗ୍ରହଣ ନ କରିବା ଲାଗି ସି’ ଜୋ’ଙ୍କୁ ସତର୍କ କରାଇ ଦେଇଥିବା କଥା ଚୀନା ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ କରିଛି।

ନିଜସ୍ବ ଅଞ୍ଚଳ ବୋଲି ଚୀନ୍‌ ବିଚାର କରୁଥିବା ସ୍ବୟଂଶାସି ଦ୍ବୀପ ତାଇୱାନ୍‌କୁ କେନ୍ଦ୍ର କରି ବେଜିଙ୍ଗ୍‌ ଏବଂ ୱାସିଂଟନ୍‌ ମଧ୍ୟରେ ଦେଖା ଦେଇଥିବା ବିବାଦ ବିଷୟରେ ଦୁଇ ନେତାଙ୍କ ମଧ୍ୟରେ ୨ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ‘ଭର୍ଚ୍ୟୁଆଲ୍‌’ ଶିଖର ବୈଠକ ଚାଲିଥିଲା।

publive-image Image Courtesy of Zee News

ଗତବର୍ଷ ନଭେମ୍ବର ମାସରେ ତାଇୱାନ୍‌ ସଂକ୍ରାନ୍ତ ଆଲୋଚନା ବେଳେ ସି’ ଯେମିତି କହିଥିଲେ ଗୁରୁବାର ଦିନ ବି ଠିକ୍‌ ସେମିତି କହିଛନ୍ତି। ରାଷ୍ଟ୍ରାୟତ ‘ସିନ୍‌ହୁଆ ନିଉଜ୍‌ ଏଜେନ୍‌ସି’ ରିପୋର୍ଟ ଅନୁସାରେ, ସି’ ବାଇଡେନ୍‌ଙ୍କୁ କହିଛନ୍ତି, ନିଆଁ ସଙ୍ଗରେ ଖେଳୁଥିବା ଲୋକେ ଶେଷକୁ ପୋଡ଼ି ଯାଆନ୍ତି। ଏ କଥା ଯୁକ୍ତରାଷ୍ଟ୍ର ଆମେରିକା ସ୍ପଷ୍ଟରୂପେ ବୁଝି ପାରିଥିବ ବୋଲି ମୋର ଆଶା।

ସେ ଆହୁରି ମଧ୍ୟ କହିଛନ୍ତି, ତାଇୱାନ୍‌ ଜନତାଙ୍କ ସମସ୍ୟା ସଂକ୍ରାନ୍ତରେ ଚୀନ୍‌ ସରକାରଙ୍କ ସ୍ଥିତି ଅପରିବର୍ତ୍ତିତ ରହିଛି। ଚୀନ୍‌ର ଜାତୀୟ ସାର୍ବଭୌମତ୍ତ୍ବ ଏବଂ ଅଞ୍ଚଳଗତ ଅଖଣ୍ଡତା ବଜାୟ ରଖିବା ପାଇଁ ୧.୪୦ କୋଟି ଚୀନ୍‌ବାସୀଙ୍କ ଦୃଢ଼ ଇଚ୍ଛା।

ଏହା ହେଉଛି ଦେଢ଼ ବର୍ଷ ହେବ ରାଷ୍ଟ୍ରପତି ହୋଇଥିବା ବାଇଡେନ୍‌ଙ୍କ ସି’ଙ୍କ ସହିତ ୫ମ ପର୍ଯ୍ୟାୟ ଆଲୋଚନା। କିନ୍ତୁ, ଏହା ସତ୍ତ୍ବେ ବାଣିଜ୍ୟ ଏବଂ ତାଇୱାନ୍‌ ପ୍ରସଙ୍ଗରେ ଚୀନ୍‌ ଓ ଆମେରିକା ମଧ୍ୟରେ ଲାଗିଥିବା କ୍ରମଶଃ ଉଗ୍ର ହେବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe