ସ୍କଟ୍‌ଲାଣ୍ଡ୍‌ରେ ଭାରତୀୟ ହାଇକମିସନର୍‌ଙ୍କୁ ଗୁରୁଦ୍ବାରକୁ ଛାଡ଼ିଲେ ନାହିଁ ଉଗ୍ରବାଦୀ ବ୍ରିଟିସ୍‌ ଶିଖ୍‌କର୍ମୀ

Advertisment
ସ୍କଟ୍‌ଲାଣ୍ଡ୍‌ରେ ଭାରତୀୟ ହାଇକମିସନର୍‌ଙ୍କୁ ଗୁରୁଦ୍ବାରକୁ ଛାଡ଼ିଲେ ନାହିଁ ଉଗ୍ରବାଦୀ ବ୍ରିଟିସ୍‌ ଶିଖ୍‌କର୍ମୀ

Image Courtesy of India Today

ନୂଆଦିଲ୍ଲୀ: ଆତଙ୍କବାଦୀ ନିଜାର୍‌ ହତ୍ୟା ଘଟଣାକୁ ନେଇ ଭାରତ ଓ କାନାଡା ମଧ୍ୟରେ ବିବାଦ ଚାଲିଥିବା ବେଳେ ଶୁକ୍ରବାର ଦିନ ଇଂଲଣ୍ଡସ୍ଥିତ ଭାରତୀୟ ହାଇକମିସନର୍‌ ବିକ୍ରମ ଦୋରାଇସ୍ବାମୀଙ୍କୁ ସ୍କଟ୍‌ଲାଣ୍ଡ୍‌ସ୍ଥିତ ଗୁରୁଦ୍ବାରକୁ ଛଡ଼ା ଯାଇ ନ ଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।

ପ୍ରାପ୍ତ ସୂଚନା ଅନୁସାରେ, ଦଳେ ଉଗ୍ରବାଦୀ ବ୍ରିଟିସ୍‌ ଶିଖ୍‌କର୍ମୀ ଦୋରାଇସ୍ବାମୀଙ୍କୁ ଅଟକାଇ କହିଥିଲେ ଯେ, ତାଙ୍କୁ ଛଡ଼ାଯିବ ନାହିଁ।

ଘଟଣା ସଂକ୍ରାନ୍ତରେ ସବିଶେଷ ବିବରଣୀ ପ୍ରଦାନ କରିବାକୁ ଯାଇ ଖଲିସ୍ତାନୀ ସମର୍ଥକ ଶିଖ୍‌ ସାମାଜିକକର୍ମୀ କହିଛନ୍ତି ଯେ, ଆଲ୍‌ବର୍ଟ ଡ୍ରାଇଭ୍‌ରେ ଥିବା ଗ୍ଲାସ୍‌ଗୋ ଗୁରୁଦ୍ବାର କମିଟି ସହିତ ଦୋରାଇସ୍ବାମୀ ବୈଠକ କରିବାକୁ ‌ଯୋଜନା କରିଥିବା କଥା ସେମାନଙ୍କ ମଧ୍ୟରୁ କେତେକ ଜାଣିପାରିଛନ୍ତି।

publive-image Image Courtesy of Times of India

ଅଳ୍ପ କେତେଜଣ ଲୋକ ଆସି ଦୋରାଇସ୍ବାମୀଙ୍କୁ ଛଡ଼ାଯିବ ନାହିଁ ବୋଲି କହିଥିଲେ। ସେ କଥାକୁ ନେଇ ସାମାନ୍ୟ ପାଟିତୁଣ୍ଡ ହୋଇଥିଲା ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଯାହା ଘଟିଲା ସେଥି ପାଇଁ ଗୁରୁଦ୍ବାର କମିଟି ଖୁବ୍‌ ଖୁସି ହୋଇଥିବ ବୋଲି ମୋର ମନେ ହୁଏନାହିଁ। କିନ୍ତୁ, ଇଂଲଣ୍ଡରେ ଥିବା କୌଣସି ଗୁରୁଦ୍ବାରକୁ ଭାରତୀୟ ସରକାରୀ ଅଧିକାରୀଙ୍କୁ ଛଡ଼ାଯିବ ନାହିଁ।

ଆମେ ଇଂଲଣ୍ଡ ଓ ଭାରତ ଷଡ଼ଯନ୍ତ୍ର କଥାରେ ବିରକ୍ତ ହୋଇ ଗଲୁଣି। ହରଦୀପ ସିଂହ ନିଜାରଙ୍କ ମୃତ୍ୟୁ ପରଠାରୁ ବ୍ରିଟିସ୍‌ ଶିଖ୍‌ମାନଙ୍କୁ ‘ଟାର୍ଗେଟ୍‌’ କରାଯାଉଛି। ଅବତାର ସିଂହ ଖଣ୍ଡା ଓ ଜଗତାର ସିଂହ ଜୋହାଲ୍‌ଙ୍କ କ୍ଷେତ୍ରରେ ସେମିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe