ନିର୍ଭୟା ମାମଲାର ଦୋଷୀଙ୍କୁ ଫାଶୀ ଦେବା ଲାଗି ଘାତକ ଓ ଦଉଡ଼ି ଖୋଜୁଛି ତିହାର ଜେଲ୍‌!

Advertisment
ନିର୍ଭୟା ମାମଲାର ଦୋଷୀଙ୍କୁ ଫାଶୀ ଦେବା ଲାଗି ଘାତକ ଓ ଦଉଡ଼ି ଖୋଜୁଛି ତିହାର ଜେଲ୍‌!

Image Source: Zee News

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଚାରି ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ ଖୁବ୍‌ ଶୀଘ୍ର ଫାଶୀ ଦିଆଯିବ ବୋଲି ଶୁଣାଯାଉଥିବା ବେଳେ ଦିଲ୍ଲୀ ତିହାର ଜେଲ୍‌ ଉତ୍ତର ପ୍ରଦେଶର ମିରଟ୍‌ ଜେଲ୍‌ରୁ ଜଣେ ଘାତକ ମଗାଉଛି ବୋଲି କୁହାଯାଉଛି।

ମାମଲାର ଅନ୍ୟତମ ଦୋଷୀ ପଓ୍ଵନ ଗୁପ୍ତ ରବିବାର ଦିନ ମଣ୍ଡୋଲି ଜେଲ୍‌ରୁ ତିହାର ଜେଲ୍‌କୁ ସ୍ଥାନାନ୍ତରିତ ହେବା ପରେ ଉତ୍ତର ପ୍ରଦେଶର ଜେଲ୍‌ କର୍ତ୍ତୃପକ୍ଷ ଉପରୋକ୍ତ ଅନୁରୋଧ ପତ୍ର ପାଇଥିବା କଥା କହିଛନ୍ତି। ଏହି ମାମଲାର ଅନ୍ୟ ତିନି ଦୋଷୀ- ଅକ୍ଷୟ ଠାକୁର, ମୁକେଶ ସିଂହ ଏବଂ ବିନୟ ଶର୍ମା ପୂର୍ବରୁ ତିହାର ଜେଲ୍‌ରେ ଅଛନ୍ତି।

publive-image Image Source: News18

ଅନୁରୋଧ ପତ୍ରରେ ତିହାର ଜେଲ୍‌ କର୍ତ୍ତୃପକ୍ଷ ମୃତ୍ୟୁ ଦଣ୍ଡାଦେଶ ପାଇଥିବା କେତେକ ଦୋଷୀଙ୍କର ନ୍ୟାୟିକ ଏବଂ ସାମ୍ବିଧାନିକ ପ୍ରତିକାର ବ୍ୟବସ୍ଥା ଶେଷ ହୋଇଯାଇଥିବା କଥା ଉଲ୍ଲେଖ କରିଛନ୍ତି। ଅର୍ଥାତ୍‌ ସେମାନଙ୍କୁ ଏବେ ଫାଶୀ ଦିଆଯିବାର ସମୟ ଆସି ଯାଇଥିବା କଥା ସେ ପ୍ରକାରାନ୍ତରେ ସୂଚାଇଛନ୍ତି ବୋଲି ଅନୁମାନ କରାଯାଉଛି।

ମଙ୍ଗଳବାର ଦିନ ଖବର ମିଳିଥିଲା କି, ଫାଶୀ ଦଉଡ଼ି ପ୍ରସ୍ତୁତି କରାଇବା ପାଇଁ ତିହାର ଜେଲ୍‌ କର୍ତ୍ତୃପକ୍ଷ ବିହାରର ବକ୍ସର୍‌ ଜେଲ୍‌କୁ କହିଛନ୍ତି।
ବକ୍ସର୍‌ ଜେଲ୍‌ରୁ ତିହାର ଜେଲ୍‌ କର୍ତ୍ତୃପକ୍ଷ ୧୦ଟି ନୂଆ ଦଉଡ଼ି ଲାଗି ବରାଦ ଦେଇଛନ୍ତି। ବକ୍ସର୍‌ ଜେଲ୍‌ର କଏଦୀମାନେ ଦଉଡ଼ି ବଳନ୍ତି।

ନିର୍ଭୟା ମାମଲାରେ ଦୋଷୀ ସାବ୍ୟସ୍ତମାନଙ୍କୁ ବିନା ପାରିଶ୍ରମିକରେ ଫାଶୀରେ ଝୁଲାଇବେ ବୋଲି ଅନୁରୋଧ କରିଥିବା ଅନ୍ୟୂନ ୧୫ଜଣ ସାଧାରଣ ନାଗରିକଙ୍କ ପତ୍ର ପାଇଥିବା କଥା ତିହାର ଜେଲ୍‌ କର୍ତ୍ତୃପକ୍ଷ ମଧ୍ୟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe