ରୁଷ୍‌-ୟ‌ୁକ୍ରେନ୍‌ ଯୁଦ୍ଧ ବେଳେ ଆଜି ୨ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଜାପାନର ପ୍ରଧାନମନ୍ତ୍ରୀ

Advertisment
ରୁଷ୍‌-ୟ‌ୁକ୍ରେନ୍‌ ଯୁଦ୍ଧ ବେଳେ ଆଜି ୨ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଜାପାନର ପ୍ରଧାନମନ୍ତ୍ରୀ

Image Courtesy of Mint

ନୂଆଦିଲ୍ଲୀ: ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ଚାଲିଥିବା ବେଳେ ୧୪ଶ ଭାରତ-ଜାପାନ ବାର୍ଷିଖ ଶିଖର ସମ୍ମଳନୀ’ରେ ଯୋଗ ଦେବା ପାଇଁ ଆଜି ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଜାପାନୀ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା।

ଗସ୍ତ ସମୟରେ କିଶିଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଦୁଇ ନେତାଙ୍କ ମଧ୍ୟରେ ଏହା ହେବ ପ୍ରଥମ ଶିଖର ବୈଠକ।

ଏ ସଂକ୍ରାନ୍ତ ବିବୃତିରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁରୋଧକ୍ରମେ ଜାପାନର ପ୍ରଧାନମନ୍ତ୍ରୀ କିଶିଡା ଫୁମିଓ ‘୧୪ଶ ଭାରତ-ଜାପାନ ବା‌ର୍ଷିକ ଶିଖର ସମ୍ମଳନୀ’ ଲାଗି ୧୯ରୁ ୨୦ ମାର୍ଚ ପର୍ଯ୍ୟନ୍ତ ସରକାରୀ ଗସ୍ତରେ ନୂଆଦିଲ୍ଲୀ ଆସିବେ।

publive-image Image Courtesy of Zee News

‘ସ୍ବତନ୍ତ୍ର ରଣନୈତିକ ଏବଂ ବୈଶ୍ବିକ ସହଭାଗିତା’ ପରିସର ମଧ୍ୟରେ ଭାରତ ଓ ଜାପାନର ବହୁମୁଖୀ ସମବାୟ ବା ସହଯୋଗିତା ରହିଛି। ବିବିଧ କ୍ଷେତ୍ରରେ ଦ୍ବିପାକ୍ଷିକ ସହଯୋଗିତାର ସମୀକ୍ଷା କରିବା ସହ ତା’ର ସୁଦୃଢ଼ୀକରଣ ନିମନ୍ତେ ଏହି ଶିଖର ବୈଠକ ଉଭୟ ଦେଶକୁ ସୁଯୋଗ ପ୍ରଦାନ କରିବ। ଏହା ବ୍ୟତିରେକେ, ଭାରତ-ପ୍ରଶାନ୍ତ ଅଞ୍ଚଳ ଏବଂ ତା’ ବାହାରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ଲାଗି ସେମାନଙ୍କର ସହଭାଗୀତାର ଅଗ୍ରଗତି ନିମନ୍ତେ ଉଭୟ ଦେଶ ପାରସ୍ପାରିକ ସ୍ବାର୍ଥସମ୍ବଳିତ ଆଞ୍ଚଳିକ ଏବଂ ବୈଶ୍ବିକ ସମସ୍ୟା ଉପରେ ମତ ବିନିମୟ କରିପାରିବେ।

ମୋଦୀ-କିଶିଡାଙ୍କ ଆଲୋଚନାରେ ୟୁକ୍ରେନ୍‌ ପରିସ୍ଥିତି କଥା ମଧ୍ୟ ପଡ଼ିପାରେ।

ପୂର୍ବରୁ ଶେଷ ଥର ପାଇଁ ୨୦୧୮ ଅକ୍ଟୋବର ମାସରେ ଟୋକିଓରେ ‘ଜାପାନ-ଭାରତ ବାର୍ଷିକ ଶିଖର ସମ୍ମିଳନୀ’ ଅନୁଷ୍ଠିତ ହୋଇଥିଲା। ୨୦୧୯ ଡିସେମ୍ବରରେ ଜାପାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଗୌହାଟିରେ ହେବାକୁ ଥିବା ଶିଖର ବୈଠକ ନାଗରିକ ସଂଶୋଧନ ଆଇନ ପ୍ରତିବାଦ ଯୋଗୁଁ ବାତିଲ ହୋଇଥିଲା।

ସେହିପରି, କୋଭିଡ୍‌-୧୯ ମହାମାରୀ ଯୋଗୁଁ ୨୦୨୦ ଏବଂ ୨୦୨୧ ଶିଖର ବୈଠକ ଆୟୋଜନ କରାଯାଇ ପାରି ନ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe