Advertisment

ଭାରତ ସୀମାନ୍ତରେ ବୃଦ୍ଧି ପାଇଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନର ଗ୍ବାଦର ବନ୍ଦରରେ ନୌସେନା ଆଡ୍ଡା ମଜଭୁତ୍ କରୁଛି ଚୀନ୍‌

Advertisment
ଭାରତ ସୀମାନ୍ତରେ ବୃଦ୍ଧି ପାଇଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନର ଗ୍ବାଦର ବନ୍ଦରରେ ନୌସେନା ଆଡ୍ଡା ମଜଭୁତ୍ କରୁଛି ଚୀନ୍‌

Image Courtesy of Zee News

ନୂଆଦିଲ୍ଲୀ: ସମ୍ପ୍ରତି ସୀମାନ୍ତରେ ଭାରତ ସହ ଉତ୍ତେଜନା ଚାଲିଥିବା ବେଳେ ଚୀନ୍ ପାକିସ୍ତାନର ଗ୍ବାଦର ବନ୍ଦରରେ ତା’ର ନୌସେନା ଆଡ୍ଡାକୁ ମଜଭୁତ୍ କରୁଥିବା କଥା ସଦ୍ୟତମ ସାଟେଲାଇଟ୍ ଚିତ୍ରରୁ ଜଣାପଡ଼ିଛି।

ସାଟେଲାଇଟ୍ ଚିତ୍ରରୁ ଜଣାପଡୁଛି ଚୀନ୍ ଗ୍ବାଦର ବନ୍ଦରରେ ନୂଆ ଢାଞ୍ଚା ସବୁ ନିର୍ମାଣ କରୁଛି। ସମ୍ପୃକ୍ତ ଅଞ୍ଚଳକୁ ଆହୁରି ବିକଶିତ କରି ସେଠାରେ ନୌସେନା ଭିତ୍ତିଭୂମି ମୁତୟନ କରିବ। ଭାରତୀୟ ସୁରକ୍ଷା ବିଶେଷଜ୍ଞଙ୍କ କହିବା ଅନୁସାରେ, ଗ୍ବାଦର ବନ୍ଦରକୁ ଚୀନ୍ ଆଧୁନିକୀକରଣ କରୁଛି। ଏହାକୁ ଭବିଷ୍ୟତର ଏକ ନୌସେନା ଘାଟି କରିବା ନିମନ୍ତେ ଦ୍ରୁତ ବେଗରେ ଏହାର ଚତୁର୍ପାଶ୍ବସ୍ଥ ଅଞ୍ଚଳର ବିକାଶ କରିବାରେ ଲାଗିପଡ଼ିଛି।

publive-image Image Courtesy of Zee News

ଗ୍ବାଦର ବନ୍ଦର ବିକାଶ ହେଉଛି ୪୬ ବିଲିୟନ୍ ଡଲାର୍ ଚୀନ୍-ପାକିସ୍ତାନ ଆର୍ଥିକ କରିଡର୍ ଅଂଶବିଶେଷ। ଏହି ବନ୍ଦରର ସାମରିକ ଗୁରୁତ୍ବ ଥିବାରୁ ବେଜିଙ୍ଗ୍ ଚୀନ୍ ଏହା ଉପରେ ଅଧିକ ଗୁରୁତ୍ବ ଦେଉଛି। ଗ୍ବାଦର ଏବଂ କରାଚି ବନ୍ଦର ନିର୍ମାଣ କାମରେ ଏବେ ଶହ ଶହ ଚୀନ୍ ଇଞ୍ଜିନିୟର ଲାଗିଥିବା କଥା ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe