ମହାରାଷ୍ଟ୍ରରେ କ’ଣ ଭାଙ୍ଗିବ ମେଣ୍ଟ ସରକାର! ଠାକ୍‌ରେ ପିତା-ପୁତ୍ର ଯୋଡ଼ି ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ...

ମହାରାଷ୍ଟ୍ରରେ କ’ଣ ଭାଙ୍ଗିବ ମେଣ୍ଟ ସରକାର! ଠାକ୍‌ରେ ପିତା-ପୁତ୍ର ଯୋଡ଼ି ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ...

NDTV

ନୂଆଦିଲ୍ଲୀ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ଓ ତାଙ୍କ ପୁତ୍ର ତଥା ମହାରାଷ୍ଟ୍ର କ୍ୟାବିନେଟର ଅନ୍ୟତମ ମନ୍ତ୍ରୀ ଆଦିତ୍ୟ ଠାକ୍‌ରେ ଆଜି ଅଚାନକ ଦିଲ୍ଲୀ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦୀର୍ଘ ଆଲୋଚନା କରିବା ଘଟଣା ଦେଶର ରାଜନୈତିକ ବାତାବରଣକୁ ସରଗରମ କରିଦେଇଛି। ପୁଣି ଠାକ୍‌ରେ ପିତାପୁତ୍ର ଯୋଡ଼ି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ବିଜେପିର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ ଅନ୍ୟତମ ଦିଗ୍ଗଜ ନେତା ତଥା ମାର୍ଗଦର୍ଶକ ଲାଲକୃଷ୍ଣ ଆଡ଼ଭାନୀଙ୍କୁ ଭେଟି ସାକ୍ଷାତ ଆଲୋଚନା କରିବା ଘଟଣାକୁ କେନ୍ଦ୍ରକରି ବିଭିନ୍ନ ପ୍ରକାରର ରାଜନୈତିକ କଳ୍ପନାଜଳ୍ପନା ସୃଷ୍ଟି ହୋଇଛି।

ଉଲ୍ଲେଖଯୋଗ୍ୟ, କେବଳ ମାତ୍ର ପରିସ୍ଥିତିର ତାଡ଼ନାରେ- ପରସ୍ପର ବିରୋଧୀ ବିଚାରଧାରା ଓ ଆଦର୍ଶର- ଶିବସେନା-ଏନ୍‌ସିପି- କଂଗ୍ରେସ ମିଶି ମହାରାଷ୍ଟ୍ରରେ ମେଣ୍ଟ ସରକାର ଗଠନ କରିଥିଲେ। କିନ୍ତୁ, ମେଣ୍ଟ ସରକାରକୁ ଶହେ ଦିନ ପୂରଣ ହୋଇଯିବା ପରେ ପରେ ଶିବସେନା ଓ କଂଗ୍ରେସ ମଧ୍ୟରେ ଏକାଧିକ ଘଟଣାକୁ କେନ୍ଦ୍ରକରି ତୁତୁମେଁମେଁ ଆରମ୍ଭ ହୋଇ ଯାଇଥିଲା। ପରିସ୍ଥିତି କ୍ରମେ ଏପରି ହୋଇଥିଲା ଯେ କଂଗ୍ରେସ ଶିବସେନାକୁ ଏକ ପତ୍ରଲେଖି ଶିବସେନା ଯଦି କଂଗ୍ରେସର ଆଦର୍ଶକୁ ଆଞ୍ଚ ପହଞ୍ଚାଇବା ପରି କାର୍ଯ୍ୟ କରେ, ତେବେ ମଳିତ ସରକାରରୁ କଂଗ୍ରେସ ନିଜର ସମର୍ଥନ ପ୍ରତ୍ୟାହାର କରିନେବାକୁ କୁଣ୍ଠିତ ହେବ ଦାହିଁ ବୋଲି ସୁଦ୍ଧା ଧମକ ଦେଇଥିଲା। ତେବେ, ଏନ୍‌ସିପିର ହସ୍ତକ୍ଷେପ ପରେ ଏ ବିବାଦ ଥମିଥିଲା।

କିନ୍ତୁ, ଏବେ ନାଗରିକତା ସଂଶୋଧନ ଆଇନ (ସିଏଏ), ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆରସି) ଓ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର)କୁ ନେଇ ସୃଷ୍ଟି ହୋଇଛି ନୂଆ ବିବାଦ। ସିଏଏ, ଏନ୍‌ଆରସି ଓ ଏନ୍‌ପିଆର୍‌କୁ କଂଗ୍ରେସ ଓ ଏନ୍‌ସିପି ବିରୋଧ କରିବା ସହ ଏସବୁକୁ ମହାରାଷ୍ଟ୍ରରେ କାର୍ଯ୍ୟକାରୀ କରାଇବା ସପକ୍ଷରେ ନାହାନ୍ତି। କିନ୍ତୁ, ବିଜେପିର ଆଦର୍ଶ ଓ ଚିନ୍ତଧାରାରେ ବିଶ୍ୱାସ ରଖୁଥିବା ଶିବସେନା ମହାରାଷ୍ଟ୍ରରେ ସିଏଏ, ଏନ୍‌ଆରସି ଓ ଏନ୍‌ପିଆର୍‌କୁ କାର୍ଯ୍ୟକାରୀ କରାଇବା ସପକ୍ଷରେ ରହିଛି। ତେଣୁ, ଏହାକୁ କେନ୍ଦ୍ର କରି ମହାରାଷ୍ଟ୍ରରେ ଶିବସେନା ସହ କଂଗ୍ରେସ ଓ ଏନ୍‌ସିପି ମୁହାଁମୁହିଁ ହୋଇଛନ୍ତି। ଏପରିସ୍ଥିତିରେ ଠାକ୍‌ରେ ପିତା-ପୁତ୍ର ଯୋଡ଼ି ଆଜି ଅଚାନକ ଦିଲ୍ଲୀ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦୀର୍ଘ ଆଲୋଚନା କରିବା ଘଟଣା ମହାରାଷ୍ଟ୍ରର ରାଜନୈତିକ ବାତାବରଣକୁ ସରଗରମ କରିଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe