Image Courtesy of Mint
ପ୍ୟାରିସ୍: କୋଭିଡ୍-୧୯ ସଂକ୍ରମଣ ମାମଲା ବୃଦ୍ଧି ପାଇବା କାରଣରୁ ଗ୍ରେଟର୍ ପ୍ୟାରିସ୍ ଏବଂ ନାଇସ୍ ଅଞ୍ଚଳ ସମେତ ଦେଶର ୧୬ଟି ଅଞ୍ଚଳରେ ଗୁରୁବାର ଠାରୁ ଏକ ମାସ ପର୍ଯ୍ୟନ୍ତ ଫ୍ରାନ୍ସ୍ର ପ୍ରଧାନମନ୍ତ୍ରୀ ଜିନ୍ କ୍ୟାଷ୍ଟେକ୍ସ୍ ଲକ୍ଡାଉନ୍ ଘୋଷଣା କରିଛନ୍ତି।
ଗୁଣସୂତ୍ର ପରିବର୍ତ୍ତନ ହୋଇଥିବା ଭୂତାଣୁ ଯୋଗୁଁ ଦେଶରେ କୋଭିଡ୍-୧୯ ସଂକ୍ରମଣର ତୃତୀୟ ପ୍ରବାହ ଆରମ୍ଭ ହୋଇଛି ବୋଲି ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ କ୍ୟାଷ୍ଟେକ୍ସ୍ କହିଥିଲେ।
ଶୁକ୍ରବାର ମଧ୍ୟରାତ୍ରରୁ ୪ ସପ୍ତାହ ପର୍ଯ୍ୟନ୍ତ ଏହି ଲକ୍ଡାଉନ୍ଜନିତ ନୂତନ କଟକଣା ଲାଗୁ କରାଯିବ। କିନ୍ତୁ, ଲାଗୁ ହେବାକୁ ଥିବା ଏହି କଟକଣା ଗତବର୍ଷ ମାର୍ଚ ଏବଂ ନଭେମ୍ବରରେ ଜାରି କରାଯାଇଥିବା କଟକଣା ଠାରୁ କୋହଳ ହେବ।
Image Courtesy of TimesNowNews.comପ୍ରଧାନମନ୍ତ୍ରୀ କ୍ୟାଷ୍ଟେକ୍ସ୍ କହିଛନ୍ତି ଯେ, ଖୁବ୍ ସତର୍କତାର ସହ ଲୋକେ ଘରୁ ବାହାରି ପାରିବେ। କିନ୍ତୁ, ସାମାଜିକ ଦୂରତ୍ୱ ଓ ମାସ୍କ୍ ପରିଧାନ ନ କରି କେହି ପାର୍ଟି କରିବାକୁ କିଂବା ବହୁ ଲୋକଙ୍କୁ ଭେଟିବା ପାଇଁ ବନ୍ଧୁବାନ୍ଧବଙ୍କ ଘରକୁ ଯାଇ ପାରିବେ ନାହିଁ।
ନୂଆ ଗାଇଡ୍ଲାଇନ୍ ଅନୁସାରେ, ଲୋକମାନଙ୍କୁ ଘରେ ଥାଇ କାମ କରିବାକୁ ଉତ୍ସାହ ଦିଆଯିବ। ‘ଅନୁମୋଦନ ସାର୍ଟିଫିକେଟ୍’ ପ୍ରାପ୍ତ ବ୍ୟକ୍ତିମାନଙ୍କୁ ବାହାରେ ଚଲାବୁଲା କରିବା କିଂବା ବ୍ୟାୟାମ କରିବା ଲାଗି ବାହାରକୁ ଯାଇପାରିବେ।
ସନ୍ଧ୍ୟା ୬ଟାରୁ ଲାଗୁ ହେଉଥିବା ରାତ୍ରକାଳୀନ କର୍ଫ୍ୟୁ ନୂଆ କଟକଣା ଅନୁଯାୟୀ ସମ୍ପ୍ରତି ସନ୍ଧ୍ୟା ୭ଟାରୁ ଲାଗୁ କରାଯିବ। ବହି ଦୋକାନ ଓ ସଙ୍ଗୀତ ଦୋକାନ ସମେତ ଅତ୍ୟାବଶ୍ୟକ ବାଣିଜ୍ୟିକ ପ୍ରତିଷ୍ଠାନ ଖୋଲା ରହିବ। ବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ମଧ୍ୟ ଖୋଲା ରହିବ।
Follow Us