ମସ୍କୋ: ଆଜି ଆର୍ଖାନ୍ଗେଲ୍ସ୍କ୍ ଓବ୍ଲାଷ୍ଟ୍ର ମିର୍ନିରେ ଥିବା ‘ପ୍ଲେସ୍ତେସ୍କ୍ କସ୍ମୋଡ୍ରମ୍’ରୁ ରୁଷ୍ ମହାଶୂନ୍ୟକୁ ‘ସୋୟୁଜ୍-୨.୧ଏ’ ନାମକ ଗୋଟାଏ ମହାକାଶଯାନ ବହନକାରୀ ରକେଟ୍ ଉତ୍କ୍ଷେପଣ କରିଛି।
Image Courtesy of India Todayମହାଶୂନ୍ୟକୁ ପ୍ରେରଣ କରାଯାଇଥିବା ଉକ୍ତ ରକେଟ୍ରେ ‘ଜେଡ୍’ ଅକ୍ଷର ଲେଖାଯାଇଛି। ଉଲ୍ଲେଖଯୋଗ୍ୟ, ୟୁକ୍ରେନ୍ ଆକ୍ରମଣରେ ସମ୍ପୃକ୍ତ ଥିବା ରୁଷୀୟ ସେନା ଯେଉଁ ଯୁଦ୍ଧ ଉପକରଣ ସବୁ ବ୍ୟବହାର କରୁଛି, ସେଥିରେ ମଧ୍ୟ ‘ଜେଡ୍’ ସଙ୍କେତ ଅଛି।
Image Courtesy of The Times Hubରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ନେତୃତ୍ବରେ ଚାଲିଥିବା ୟୁକ୍ରେନ୍ ଆକ୍ରମଣକୁ ସମର୍ଥନ କରିବାର ସଙ୍କେତ ହେଉଛି ‘ଜେଡ୍’ ଅକ୍ଷର। ୟୁକ୍ରେନ୍ ସୀମାନ୍ତରେ ରଖାଯାଇଥିବା ରୁଷୀୟ ଟ୍ୟାଙ୍କ୍ ଏବଂ ସାମରିକ ଟ୍ରକ୍ଗୁଡ଼ିକରେ ‘ଜେଡ୍’ ଅକ୍ଷର ଲେଖାଥିବା ପ୍ରଥମେ ଦେଖାଯାଇଥିଲା। ରୁଷୀୟ ପ୍ରତିରକ୍ଷା ମନ୍ତ୍ରାଳୟ ମଧ୍ୟ ତା’ର ‘ଇନ୍ଷ୍ଟାଗ୍ରାମ୍ ପେଜ୍’ରେ ବିଭିନ୍ନ ଭଙ୍ଗୀରେ ଲେଖାଯାଇଥିବା ‘ଜେଡ୍’ ଓ ‘ଭି’ ଅକ୍ଷର ପୋଷ୍ଟ୍ କରିଛି। କିନ୍ତୁ, ଉକ୍ତ ଅକ୍ଷରର ବାସ୍ତବ ଅର୍ଥ ବା ମର୍ମ କ’ଣ ତା’ର କୌଣସି ନିର୍ଦ୍ଦିଷ୍ଟ ବ୍ୟାଖ୍ୟା ଦିଆଯାଇ ନାହିଁ।
ସୂଚନାଯୋଗ୍ୟ, ଚଳିତ ବର୍ଷ ପ୍ରାରମ୍ଭରେ ଦୋହାରେ ଆୟୋଜିତ ‘ଆପାରଟ୍ସ୍ ୱାର୍ଲଡ୍ କପ୍’ ରୁଷୀୟ ଜିମ୍ନାଷ୍ଟ୍ ଇଭାନ୍ କୁଲିଆକ୍ ତାଙ୍କ ଛାତିରେ ‘ଜେଡ୍’ ଲେଖି ଥିବା ଦେଖିବା ପରେ ଏହାର ପ୍ରଭାବ କ୍ରୀଡ଼ା କ୍ଷେତ୍ରକୁ ବ୍ୟାପି ଯାଇଥିଲା। ଉପରୋକ୍ତ ଖେଳରେ ଇଭାନ୍ କୁଲିଆକ୍ ତୃତୀୟ ସ୍ଥାନରେ ରହିଥିବା ବେଳେ ସ୍ବର୍ଣ୍ଣପଦକ ପାଇ ୟୁକ୍ରେନ୍ର ଇଲିଆ କୋଭ୍ତୁନ୍ ପ୍ରଥମ ହୋଇଥିଲେ। ପୋଡ଼ିୟମ୍ରେ ବିଜୟୀ କ୍ରୀଡ଼ାବିତ୍ମାନେ ଠିଆ ହୋଇଥିବା ବେଳେ ମଧ୍ୟ କୁଲିଆନ୍ଙ୍କ ଛାତିରେ ‘ଜେଡ୍’ ଅକ୍ଷର ଲେଖାଥିଲା।
Follow Us