ଯୁଦ୍ଧରେ ମାତି ମଧ୍ୟ ବୈଶ୍ବିକ ଖାଦ୍ୟ ସଙ୍କଟ ହ୍ରାସ କରିବା ପାଇଁ ଚୁକ୍ତି ସ୍ବାକ୍ଷର କଲେ ୟୁକ୍ରେନ୍‌ ଓ ରୁଷ୍‌

Advertisment
ଯୁଦ୍ଧରେ ମାତି ମଧ୍ୟ ବୈଶ୍ବିକ ଖାଦ୍ୟ ସଙ୍କଟ ହ୍ରାସ କରିବା ପାଇଁ ଚୁକ୍ତି ସ୍ବାକ୍ଷର କଲେ ୟୁକ୍ରେନ୍‌ ଓ ରୁଷ୍‌

Image Courtesy of NDTV

ଇସ୍ତାନବୁଲ୍‌: କୃଷ୍ଣ ସାଗର ଅବରୋଧ ଯୋଗୁଁ ଖାଦ୍ୟଶସ୍ୟ ଯୋଗାଣ ବାଧାପ୍ରାପ୍ତ ହୋଇ ଉପୁଜିଥିବା ଖାଦ୍ୟ ସଙ୍କଟ ହ୍ରାସ କରିବା ଲାଗି ଶୁକ୍ରବାର ଦିନ ୟୁକ୍ରେନ୍‌ ଓ ରୁଷ୍‌ ଗୁରୁତ୍ବପୂର୍ଣ୍ଣ ରାଜିନାମାରେ ସ୍ବାକ୍ଷର କରିଛନ୍ତି।

ଫେବ୍ରୁଆରି ମାସଠାରୁ ୟୁକ୍ରେନ୍‌ ଆକ୍ରମଣ ପରେ ଯୁଦ୍ଧରତ ଦୁଇ ରାଷ୍ଟ୍ରଙ୍କ ମଧ୍ୟରେ ହୋଇଥିବା ଏହି ଗୁରୁତ୍ବପୂର୍ଣ୍ଣ ରାଜିନାମା ଫଳରେ ଉତ୍କଟ କ୍ଷୁଧାର ସମ୍ମୁଖୀନ ହୋଇଥିବା ୪୭ ନିୟୁତ ଜନତା ଆଶ୍ବସ୍ତି ଲାଭ କରିବେ ବୋଲି ଜାତିସଂଘ କହିଛି।

ଇସ୍ତାନ୍‌ବୁଲ୍‌ର ଡୋଲ୍‌ମାବାଚେ ପ୍ରାସାଦରେ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ଏବଂ ତୁର୍କୀର ରାଷ୍ଟ୍ରପତି ‌ରେଜେପୁ ଟାଇପୁ ଏରୋଡୋନୋଙ୍କ ଉପସ୍ଥିତିରେ ଦୁଇ ଦେଶ ଏକା ପ୍ରକାରର ଦୁଇଟି ପୃଥକ୍‌ ରାଜିନାମାରେ ସ୍ବାକ୍ଷର କରିଛନ୍ତି।

publive-image Image Courtesy of India Today

ରାଜିନାମା ସ୍ବାକ୍ଷର ହେବା ପୂର୍ବରୁ ଗୁଟେରେସ୍‌ କହିଥିଲେ, ଆଜି କୃଷ୍ଣ ସାଗରରେ ଆଲୋକବର୍ତ୍ତିକାଟିଏ ଦିଶିଲା। ଆଶାର ଆଲୋକବର୍ତ୍ତିକା, ସମ୍ଭାବନାର ଆଲୋକବର୍ତ୍ତିକା, ଆଶ୍ବସ୍ତିର ଆଲୋକ ବର୍ତ୍ତିକା।

ଏହି ରାଜିନାମା ସ୍ବାକ୍ଷର କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ମସ୍କୋ ଏବଂ କିବ୍‌ ସହ ସୁସମ୍ପର୍କ ରଖିଥିବା ଏରୋଡୋନୋ। ଏହି ରାଜିନାମା ଶାନ୍ତିର ମାର୍ଗ ଉନ୍ମୁକ୍ତ କରିବ ବୋଲି ସେ କହିଛନ୍ତି।

କିନ୍ତୁ, ରାଜିନାମାରେ ସ୍ବାକ୍ଷର କରିବା ପୂର୍ବରୁ ୟୁକ୍ରେନ୍‌ ଚେତାବନୀ ଦେଇଥିଲା ଯଦି ରୁଷ୍‌ ରାଜିନାମା ଉଲ୍ଲଂଘନ କରି ୟୁକ୍ରେନୀୟ ଜାହାଜ ଉପରେ ଆକ୍ରମଣ କରେ କି, ତା’ର ବନ୍ଦର ମଧ୍ୟକୁ ପ୍ରବେଶ କରେ ତେବେ, ତୁରନ୍ତ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ପରେ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କି କହିଛନ୍ତି ଯେ, ଏହି ରାଜିନାମା ଲାଗୁ କରାଇବା ଦାୟିତ୍ବ ଜାତିସଂଘ ଏବଂ ତୁର୍କୀ ଉପରେ ନ୍ୟସ୍ତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe