ଆଜି ମମତା ବାନାର୍ଜୀଙ୍କ କ୍ୟାବିନେଟ୍‌ରେ ସାମିଲ ହୋଇ ଶପଥ ନେବେ ଅମିତ ମିତ୍ର ଏବଂ ଅନ୍ୟ ୪୨ ସଦସ୍ୟ

Advertisment
ଆଜି ମମତା ବାନାର୍ଜୀଙ୍କ କ୍ୟାବିନେଟ୍‌ରେ ସାମିଲ ହୋଇ ଶପଥ ନେବେ ଅମିତ ମିତ୍ର ଏବଂ ଅନ୍ୟ ୪୨ ସଦସ୍ୟ

Image Courtesy of NDTV

କୋଲ୍‌କାତା: ପ୍ରାୟ ସମସଂଖ୍ୟକ ନୂଆ ଓ ପୁରୁଣା ସଦସ୍ୟଙ୍କୁ ନେଇ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ୩ୟ ପାଳି କ୍ୟାବିନେଟ୍‌ରେ ୪୩ଜଣ ବିଧାୟକ ଶପଥ ଗ୍ରହଣ କରିବେ।

ଏମାନଙ୍କ ମଧ୍ୟରୁ ୧୭ଜଣ ବରିଷ୍ଠ ମନ୍ତ୍ରୀ ବିଗତ ଦୁଇଟି କ୍ୟାବିନେଟ୍‌ରେ ସଦସ୍ୟ ଥିବା ବେଳେ ୧୬ଜଣ ବିଧାୟକ ପ୍ରଥମ ଥର ପାଇଁ ସଦସ୍ୟ ହେବେ। ଏଥର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରି ନ ଥିବା ଅମିତ ମିତ୍ର ମଧ୍ୟ ରାଜ୍ୟ କ୍ୟାବିନେଟ୍‌କୁ ଫେରୁଛନ୍ତି। ଆଗାମୀ ୬ ମାସ ମଧ୍ୟରେ ତାଙ୍କୁ କୌଣସି ଆସନରୁ ବିଧାୟକ ଭାବେ ଜିଣିବାକୁ ପଡ଼ିବ। ପୁରୁଣା ସଦସ୍ୟ ମାନସ ଭୁନିଆଙ୍କ ସମେତ ପଶ୍ଚିମ ମିଦନାପୁର, ହାଓଡ଼ା ଏବଂ ଦକ୍ଷିଣ ଦିନାଜପୁରରେ ତୃଣମୂଳ କଂଗ୍ରେସ ପାଇଁ ସଂଗ୍ରାମ କରିଥିବା ପୁଲକ ରାୟ, ରଥିନ ଘୋଷ ଏବଂ ବିପ୍ଳବ ମିତ୍ର ପ୍ରଥମ କରି ଏଥର କ୍ୟାବିନେଟ୍‌ରେ ଯୋଗ ଦେବେ। କ୍ରିକେଟ୍‌ ଖେଳାଳି ମନୋଜ ତିୱାରି ଏବଂ ପୂର୍ବତନ ଆଇପିଏସ୍‌ ଅଧିକାରୀ ହୁମାୟୁନ କବିର ମଧ୍ୟ ନୂଆ କ୍ୟାବିନେଟ୍‌ରେ ସ୍ଥାନ ପାଇବେ।

publive-image Image Courtesy of The Times of India

ଏଥର କ୍ୟବିନେଟ୍‌ ସଦସ୍ୟ ଭାବେ ୮ଜଣ ମହିଳା ମଧ୍ୟ ଶପଥ ନେବେ। ସେମାନଙ୍କ ମଧ୍ୟରୁ କେବଳ ଶଶୀ ପଞ୍ଜାଙ୍କୁ ମନ୍ତ୍ରୀ ପାହ୍ୟା ମିଳିବ। ଏହା ବ୍ୟତିରେକେ, ଉକ୍ତ ୮ଜଣଙ୍କ ମଧ୍ୟରୁ ସନ୍ଧ୍ୟାରାଣୀ ଟୁଡୁ, ଜ୍ୟୋତ୍ସ୍ନା ମାଣ୍ଡି ଏବଂ ବିର୍ବାହା ହାଁସଦା ହେଉଛନ୍ତି ଜନଜାତି ସମ୍ପ୍ରଦାୟର।

ସେହିପରି, ମମତାଙ୍କ ପ୍ରଥମ କ୍ୟାବିନେଟ୍‌ରେ ପରିବହନ ମନ୍ତ୍ରୀ ଥିବା ମଦନ ମିତ୍ର, ଦ୍ବିତୀୟ କ୍ୟାବିନେଟ୍‌ରେ ମନ୍ତ୍ରୀ ଥିବା ତାପସ ରାୟ, ତପନ ଦାସଗୁପ୍ତ, ଅସୀମା ପାତ୍ର, ମନ୍ତୁରାମ ପାଖିରା ଏଥର କୌଣସି ମନ୍ତ୍ରୀପଦ ପାଉନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe