ଦାୟିତ୍ବ ନେଲେ ଶାହ, ୧୯ ବିଭାଗର ସଚିବଙ୍କ ସହ ବୈଠକ

Advertisment
ଦାୟିତ୍ବ ନେଲେ ଶାହ, ୧୯ ବିଭାଗର ସଚିବଙ୍କ ସହ ବୈଠକ

ନୂଆଦିଲ୍ଲୀ: ମୋଦୀ ସରକାରରେ ଜଣେ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ଦୁଇଦିନ ପରେ ଅମିତ ଶାହ ଆଜି ଗୃହ ମନ୍ତ୍ରାଳୟର କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଶାହ ୨୦୧୯ରେ ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ମୋଦୀ ସରକାରଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ଅମିତ ଶାହ ରାଜ୍ୟସଭା ସାଂସଦ ଥିଲେ ମଧ୍ୟ କ୍ୟାବିନେଟ୍‌ରେ ସାମିଲ ହୋଇନଥିଲେ। ଆଜି ଶାହ ଦାୟିତ୍ବ ନେବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୋଦୀ ତାଙ୍କୁ ବିଶ୍ବାସ କରି ଅତୀବ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଥିବାରୁ ସେ ଏଥିପାଇଁ କୃତଜ୍ଞତା ଜଣାଇଛନ୍ତି। ଶାହ ଦାୟିତ୍ବ ନେବାପରେ ଟ୍ବିଟ୍‌ କରି କହିଛନ୍ତି - ନାଗରିକମାନଙ୍କର ମଙ୍ଗଳ ଏବଂ ସୁରକ୍ଷା ନରେନ୍ଦ୍ର ମୋଦୀ ସରକାରଙ୍କ ସବୁଠାରୁ ବଡ଼ ପ୍ରାଥମିକତା। ମୋଦୀଙ୍କ ନେତୃତ୍ବରେ ଏସବୁ ଦିଗ ପ୍ରତି ଗୁରୁତ୍ବ ଦେଇ ସେ କାମ କରିବେ ବୋଲି କହିଛନ୍ତି। ଶାହଙ୍କ ସହ ଆଜି ଅନ୍ୟ ୨ ଜଣ ରାଷ୍ଟ୍ରମନ୍ତ୍ରୀ ଜି କିଶନ ରେଡ୍ଡି ଏବଂ ନିତ୍ୟାନନ୍ଦ ରାୟ ମଧ୍ୟ ଦାୟିତ୍ବ ନେଇଛନ୍ତି। ନୂତନ ଗୃହମନ୍ତ୍ରୀ ଅମିତ ଶାହ ଆଜି ଗୃହ ସଚିବ ରାଜୀବ ଗୌବା ଏବଂ ମନ୍ତ୍ରାଳୟର ୧୯ଟି ବିଭା‌ଗର ଯୁଗ୍ମ ସଚିବମାନଙ୍କ ସହ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତ। ଅଧିକାରୀମାନଙ୍କୁ ଆଗକୁ ଥିବା‌ ଚ୍ୟାଲେଂଜଗୁଡ଼ିକର ଏଜେଣ୍ଡା ପ୍ରସ୍ତୁତ କରିବା ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ସଂକ୍ରାନ୍ତ ରିପୋର୍ଟ ଦେବାପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଆଗରେ ଅନେକ ଚ୍ୟାଲେଂଜ
ଜମ୍ମୁ କଶ୍ମୀରରେ ପ୍ରାୟ ଗୋଟିଏ ବର୍ଷ ହେବ ନିର୍ବାଚିତ ସରକାର ନାହିଁ। ଗତ ଜୁନ୍‌ରୁ ଜମ୍ମୁ କଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁ ହୋଇଥିବା ବେଳେ ଡିସେମ୍ବରରୁ ଏଠାରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା। ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଏତେ ସଙ୍ଗୀନ ଯେ ନିର୍ବାଚନ କମିସନ୍‌ ଏଠାରେ ବିଧାନସଭା ନିର୍ବାଚନକୁ ପରବର୍ତ୍ତୀ ସମୟକୁ ଘୁଞ୍ଚାଇଛନ୍ତି। ଫେବ୍ରୁଆରି ୧୪ରେ ହୋଇଥିବା ପୁଲୱାମା ଆକ୍ରମଣ ପରେ ସ୍ଥିତି ଜଟିଳ ରହିଛି। ଜମ୍ମୁ କଶ୍ମୀରରେ ପ୍ରତ୍ୟେକ ଦିନ ଆତଙ୍କବାଦୀ କାର୍ଯ୍ୟକଳାପର ଖବର ମିଳୁଛି। ଜମ୍ମୁ କଶ୍ମୀର ସ୍ଥିତି ସୁଧାରିବା ଅମିତ ଶାହଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଂଜ।

ଦେଶର ବିଭିନ୍ନ ରାଜ୍ୟରେ ଲଗାତାର ମାଓବାଦୀ ଆକ୍ରମଣ ମଧ୍ୟ ଶାହଙ୍କ ପାଇଁ ଅନ୍ୟ ଏକ ବଡ଼ ଚ୍ୟାଲେଂଜ। ଭାରତରେ ମାଓବାଦୀ ଗୋ‌‌ଷ୍ଠୀ ଲଗାତାର ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରୁଛନ୍ତି। ଗୃହ ମନ୍ତ୍ରୀ ଭାବେ ଅମିତ ଶାହ ସମସ୍ତ କେନ୍ଦ୍ରୀୟ ସୁରକ୍ଷା ବାହିନୀର ଦାୟିତ୍ବରେ ରହିବେ। ଦେଶର ଆଇନ ଶୃଙ୍ଖଳା ସ୍ଥିତି ପାଇଁ ମଧ୍ୟ ତାଙ୍କର ଉତ୍ତରଦାୟିତ୍ବ ସର୍ବାଧିକ। ‌ତେଣୁ ଆଭ୍ୟନ୍ତରୀଣ ସୁରକ୍ଷା ସ୍ଥିତି ସୁଧାରିବା ଶାହଙ୍କ ପାଇଁ ଅନ୍ୟ ଏକ ବଡ଼ ଆହ୍ବାନ ଏନ୍‌ଆରସି ଏବଂ ନାଗରିକତା ବିଲ୍‌ ପ୍ରସଙ୍ଗରେ ମଧ୍ୟ ଶାହଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ। ଶତ୍ରୁଦେଶରୁ ଅନୁପ୍ରବେଶ ଭାରତର ସୁରକ୍ଷା ସ୍ଥିତି ପାଇଁ ବିପଦ ସୃଷ୍ଟି କରୁଛି। କେବଳ ପାକିସ୍ତାନ ପଟୁ ଅନୁପ୍ରବେଶ ‌ହେଉନାହିଁ, ବାଂଲାଦେଶ ଏବଂ ମିଆଁମାର ପଟୁ ମଧ୍ୟ ଅନୁପ୍ରବେଶ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe