ସବୁ ମହଲରୁ ଶାହଙ୍କ ଦ୍ରୁତ ଆରୋଗ୍ୟ କାମନା

Advertisment
ସବୁ ମହଲରୁ ଶାହଙ୍କ ଦ୍ରୁତ ଆରୋଗ୍ୟ କାମନା

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ଦଳ ମତ ନିର୍ବିଶେଷରେ ବିଭିନ୍ନ ମହଲ ତାଙ୍କର ଆରୋଗ୍ୟ କାମନା କରିଛନ୍ତି। ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଶାହଙ୍କ ଚିକିତ୍ସା ଜାରି ରହିବ। ଶାହ ତାଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଛି ବୋଲି ଟ୍ବିଟ୍‌ କରି ସୂଚନା ଦେବା ମାତ୍ରେ ସୋସିଆଲ ମିଡିଆରେ ତାଙ୍କର ଆରୋଗ୍ୟ କାମନା ବାର୍ତ୍ତାର ଲହର ଉଠିଛି।

କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ‘ଆମେ ସମସ୍ତେ ଆପଣଙ୍କ ଦ୍ରୁତ ଆରୋଗ୍ୟ କାମନା କରୁଛୁ।’ କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ଶାହ ତୁରନ୍ତ ‌ଠିକ୍‌ ହୋଇଯାଆନ୍ତୁ ବୋଲି କହିଛନ୍ତି। ଗୃହମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି- ‘ଅମିତ୍‌ଜୀ ଆପଣ ସବୁ ଚ୍ୟାଲେଂଜକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇଛନ୍ତି। ଏବେ କରୋନା ଚ୍ୟାଲେଂଜରେ ମଧ୍ୟ ଆପଣ ନିଶ୍ଚିତ ବିଜୟୀ ହେବେ।’ ବିଜେପି ଜାତୀୟ ସଭାପତି ଜେପି ନଡ୍ଡା କହିଛନ୍ତି ଆପଣ ତୁରନ୍ତ ଆରୋଗ୍ୟ ହେବାପାଇଁ ଈଶ୍ବରଙ୍କଠାରେ ପ୍ରାର୍ଥନା କରୁଛି। ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଶାହଙ୍କ ଦ୍ରୁତ ଆରୋଗ୍ୟ କାମନା କରୁଛି। ରେଳ ମନ୍ତ୍ରୀ ପିୟୂଷ ଗୋୟଲ କହିଛନ୍ତି, ଆପଣ କୋଭିଡ୍‌ ଲେଢ଼ଇକୁ ଦେଶରେ ନୂଆ ରୂପ ଦେଇଛନ୍ତି। ଆପଣ ଶୀଘ୍ର ସୁସ୍ଥ ହୋଇ ଫେରିବେ ବୋଲି ମୋର ପୂର୍ଣ୍ଣ ବିଶ୍ବାସ ରହିଛି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ତାମିଲନାଡ଼ୁ ଉପମୁଖ୍ୟମନ୍ତ୍ରୀ ଓ ପନିରସେଲ୍‌ଭମ, କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ, ବାବୁଲ ସୁପ୍ରିମୋ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରମୁଖ ଶାହଙ୍କ ଦ୍ରୁତ ଆରୋଗ୍ୟ କାମନା କରି ଟ୍ବିଟ୍‌ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe