ଜନରକ୍ଷା ଯାତ୍ରାରେ ପହଞ୍ଚି ପାରିଲେନି ଅମିତ ଶାହ

Advertisment
ଜେଏନ୍‌ୟୁ ହିଂସା ପରେ ଦିଲ୍ଲୀ ଉପରାଜ୍ୟପାଳଙ୍କ ସହ କଥା ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

03Fir08run.qxp

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ବୈଠକ କାରଣରୁ ବିଜେପି ଅଧ୍ୟକ୍ଷ ଅମିତ ଶାହ ଗୁରୁବାର କେରଳରେ ଚାଲିଥିବା ଦଳର ‘ଜନରକ୍ଷା ଯାତ୍ରା’ରେ ସାମିଲ ହୋଇପାରି ନାହାନ୍ତି। ଆଜି ତୃତୀୟ ଦିନରେ ଏହି ଯାତ୍ରା କେରଳ ମୁଖ୍ୟମନ୍ତ୍ରୀ ପି ବିଜୟନଙ୍କ ସହର କନ୍ନୁର ଦେଇ ଯାଇଥିଲା। ଶାହଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ହୋଇଥିବା ବେଳେ ଦଳର ରାଜ୍ୟ ମୁଖ୍ୟ ଶାହଙ୍କ କାର୍ଯ୍ୟକ୍ରମ ବାତିଲ ହୋଇଥିବା ଘୋଷଣା କରିଥିଲେ। କେରଳରେ ଲାଲ୍‌ ଆତଙ୍କ ବିରୋଧରେ ବିପୁଳ ସମର୍ଥନ ମିଳିଛି ବୋଲି ଶାହ କହିଥିବା ବେଳେ ମୁଖ୍ୟମନ୍ତ୍ରୀ ବିଜୟନ ଏହାକୁ ବିଜେପିର ସାଂପ୍ରଦାୟିକ ଏଜେଣ୍ଡା ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe