ଅମିତ ଶାହଙ୍କ ମେଗା ରୋଡ୍‌ ସୋ, ପଶ୍ଚିମବଂଗ ଦୁର୍ନୀତି ଓ ଅନୁପ୍ରବେଶରୁ ମୁକ୍ତି ଚାହୁଛି

Advertisment

ଟିଏମ୍‌ସି ଶାସନରେ ୩୦୦ ବିଜେପି କର୍ମୀଙ୍କୁ ହତ୍ୟା କରାଯାଇଛି

ଟିଏମ୍‌ସି ଶାସନରେ ୩୦୦ ବିଜେପି କର୍ମୀଙ୍କୁ ହତ୍ୟା କରାଯାଇଛି

ଉପା ଅମଳର ରାଜ ଖୋଲିଲେ ଅମିତ ଶାହ

Image Source: India Today

କୋଲାକାତା: ପଶ୍ଚିମବଂଗର ଜନତା ରାଜ୍ୟ ସରକାରର କୁଶାସନରେ ଅତିଷ୍ଠ ହୋଇପଡ଼ିଛନ୍ତି। ରାଜ୍ୟରେ ଦୁର୍ନୀତି, ହିଂସା, ବଳପୂର୍ବକ ବଟି ଆଦାୟ ବ୍ୟାପକ ହୋଇଥିବା ବେଳେ ବାଂଲାଦେଶୀଙ୍କ ଅନୁପ୍ରବେଶ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଜନସାଧାରଣ ଏଭଳି ସ୍ଥିତିରେ ଏବେ ବଡ଼ ପରିବର୍ତ୍ତନ ଚାହୁଛନ୍ତି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ପଶ୍ଚିମବଂଗ ଗସ୍ତର ଦ୍ବିତୀୟ ଦିବସରେ କହିଛନ୍ତି । ବୋଲପୁରରେ ଏକ ମେଗା ରୋଡ୍‌ସୋ ଅବସରରେ ଶାହ ମମତା ସରକାରକୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ଲୋକେ ଭୟ, ଦୁର୍ନୀତି ଏବଂ ଅନୁପ୍ରବେଶରୁ ତୁରନ୍ତ ମୁକ୍ତି ଚାହୁଛନ୍ତି। ଜନସାଧାରଣ ରାଜ୍ୟରେ ସୁଶାସନ ପ୍ରତିଷ୍ଠା ପାଇଁ ବିଜେପିକୁ କ୍ଷମତାକୁ ଆଣିବାକୁ ପ୍ରସ୍ତୁତ ରହିଛନ୍ତି ଏବଂ ଆଗାମୀ ନିର୍ବାଚନରେ ପଦ୍ମ ଫୁଟିବ ବୋଲି ଶାହ କହିଛନ୍ତି। ଏହି ପରିବର୍ତ୍ତନ ହିଂସା ଓ ଅନୁପ୍ରବେଶର ପରିସମାପ୍ତି ଘଟାଇବ ଏବଂ ରାଜ୍ୟରୁ ଦୁର୍ନୀତି ହଟାଇ ସୁଶାସନ ପ୍ରତିଷ୍ଠା କରିବ ବୋଲି ଶାହ କହିଛନ୍ତି। ଶାହ ଆଜି ତାଙ୍କ ସମ୍ବୋଧନ ‘ଜୟ ଶ୍ରୀରାମ’ରୁ ଆରମ୍ଭ କରିଥିଲେ। ବୋଲପୁର ରୋଡ୍‌ସୋକୁ ଐତିହାସିକ ବୋଲି କହିବା ସହ ରାଜ୍ୟ ସରକାର ବିରୋଧରେ ଏହା ଜନତାଙ୍କ ରଣହୁଙ୍କାର ବୋଲି ସେ କହିଛନ୍ତି।

ନିକଟରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଓ ଅନ୍ୟ ବିଜେପି ନେତାଙ୍କ ଉପରେ ହୋଇଥିବା ଆକ୍ରମଣକୁ ଶାହ କଡ଼ା ନିନ୍ଦା କରିଛନ୍ତି ଏବଂ ଟିଏମ୍‌ସି ଶାସନରେ ବିଜେପିର ୩ ଶହ କର୍ମୀଙ୍କୁ ହତ୍ୟା କରାଯାଇଥିବା କହିଛନ୍ତି। ବିଜେପି ନେତାଙ୍କୁ ‘ବାହାର’ ନେତା ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହୁଥିବାରୁ ଏହାର ଜବାବରେ ଶାହ କହିଛନ୍ତି ଯେ ଏହା ରାଜନୀତିରେ ଶାଳୀନତାକୁ ନଷ୍ଟ କରିଛି। ମମତା ଦିଦି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି, ପି.ଭି. ନରସିଂହ ରାଓ ଏବଂ ପୂର୍ବ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପ୍ରତି ଏଭଳି ଶବ୍ଦ ବ୍ୟବହାର କରୁଥିଲେ କି ବୋଲି ଶାହ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe