Image Courtesy of DT Next
ନୂଆଦିଲ୍ଲୀ: ତିନିଦିନିଆ ଜମ୍ମୁ ଓ କଶ୍ମୀର ଗସ୍ତରେ ଯାଇ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶ୍ରୀନଗରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ଉପରାଜ୍ୟପାଳ ମନୋଜ ସିହ୍ନା ତାଙ୍କୁ ସ୍ୱାଗତ ଜଣାଇ ପାଛୋଟି ନେଇଥିଲେ।
Image Courtesy of India Todayଗସ୍ତ ଆରମ୍ଭରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜୁନ୍ ମାସରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ଜମ୍ମୁ ଓ କଶ୍ମୀର ପୁଲିସ ଇନ୍ସ୍ପେକ୍ଟର୍ ପର୍େଓ୍ଵଜ୍ ଦର୍ଙ୍କ ପରିବାରବର୍ଗଙ୍କୁ ଭେଟିବା ସହ ତାଙ୍କ ପତ୍ନୀଙ୍କୁ ସରକାରୀ ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।
ସୂଚନାଯୋଗ୍ୟ, ୨୦୧୯ ଅଗଷ୍ଟ ୫ ତାରିଖ ଦିନ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏହା ହେଉଛି ଗୃହମନ୍ତ୍ରୀ ଶାହଙ୍କର ସେଠାକୁ ପ୍ରଥମ ଗସ୍ତ। ଗୁପକର ରୋଡ୍ସ୍ଥିତ ରାଜଭବନରେ ଶାହ ୩ ଦିନ ଅବସ୍ଥାନ କରିବେ। ସେଥିପାଇଁ ରାଜଭବନର ୨୦ କିଲୋମିଟର ବ୍ୟାସାର୍ଦ୍ଧ ପର୍ଯ୍ୟନ୍ତ ନିରାପତ୍ତା ବ୍ୟବସ୍ଥା କଠୋର କରାଯାଇଛି। ଶ୍ରୀନଗରରେ ‘ସିଆର୍ପିଏଫ୍’ର ଡ୍ରୋନ୍ ଏବଂ ଡାଲ୍ ହ୍ରଦ ଓ ଝେଲମ୍ ନଦୀରେ ‘ମୋଟର୍ବୋଟ୍’ ପଇନ୍ତରା ମାରୁଛନ୍ତି। କେତେକ ସ୍ଥାନରେ ‘ସ୍ନିପର୍’ ଏବଂ ‘ସାର୍ପ ସୁଟର୍’ ମଧ୍ୟ ମୁତୟନ ହୋଇଛନ୍ତି।
Image Courtesy of The Hinduପ୍ରାପ୍ତ ସୂଚନା ଅନୁସାରେ, ଗସ୍ତର ପ୍ରଥମ ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶ୍ରୀନଗର ଓ ଶାରଜା ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ବ୍ୟବସ୍ଥାର ଉନ୍ମୋଚନ କରିବେ। ଏହାଛଡ଼ା, ନିକଟ ଅତୀତରେ ଆତଙ୍କବାଦୀଙ୍କଦ୍ୱାରା ନିହତ ହୋଇଥିବା ସାଧାରଣ ନାଗରିକମାନଙ୍କ ପରିବାରବର୍ଗଙ୍କୁ ମଧ୍ୟ ସେ ଭେଟିବେ।
ଏହାପରେ ସେ କ୍ଷେତ୍ରବିଶେଷ ପରିସ୍ଥିତି ସମୀକ୍ଷା ନିମନ୍ତେ ‘ୟୁନିଫାଏଡ୍ କମାଣ୍ଡ୍’ର ବୈଠକରେ ଅଧ୍ୟକ୍ଷତା କରିବାର କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରାଯାଇଛି। ଗତମାସରେ ଦିଲ୍ଲୀରେ ବୈଠକ ସମୟରେ ସେ ସୁରକ୍ଷା ଏଜେନ୍ସିମାନଙ୍କୁ କିଛି କାର୍ଯ୍ୟ ଦେଇଥିଲେ। ସେ ସବୁ କେତେଦୂର ଚରିତାର୍ଥ ହୋଇଛି, ତାହା ଶାହ ସମୀକ୍ଷା କରିବେ।
ବିଶେଷସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ସୀମାନ୍ତ ଦେଇ ଅନୁପ୍ରବେଶ ହାର ବୃଦ୍ଧି ଉପରେ ଏହି ବୈଠକରେ ବିଶେଷ ଧ୍ୟାନ ଦିଆଯିବ।
Follow Us