ବିଜେପି ସହ ବିଶ୍ବାସଘାତକତା କରିଥିବା ଉଦ୍ଧବଙ୍କୁ ଉଚିତ୍ ଶିକ୍ଷା ଦେବାକୁ ହେବ: ଅମିତ ଶାହ

ବିଜେପି ସହ ବିଶ୍ବାସଘାତକତା କରିଥିବା ଉଦ୍ଧବଙ୍କୁ ଉଚିତ୍ ଶିକ୍ଷା ଦେବାକୁ ହେବ: ଅମିତ ଶାହ

ମୁମ୍ବାଇ: ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଦଳ ସହ ମହାରାଷ୍ଟ୍ରରେ ସରକାର ଗଠନ କରି ଉଦ୍ଧବ ଠାକରେଙ୍କୁ ଝଟକା ଦେଇଥିବା ବିଜେପି ଏବେ ମଧ୍ୟ ନିଜର ଅଭିଯାନ ବନ୍ଦ କରି ନାହିଁ। ଦୁଇ ଦିନ ପାଇଁ ମୁମ୍ବାଇରେ ପହଞ୍ଚିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହା ସୂଚାଇ ଦେଇଛନ୍ତି। ସୋମବାର ଦିନ ଦଳୀୟ ନେତାଙ୍କ ବୈଠକରେ ଅମିତ ଶାହା କହିଛନ୍ତି ଯେ ଉଦ୍ଧବ ଠାକରେଙ୍କୁ ଉଚିତ୍ ଶିକ୍ଷା ଦେବା ଆବଶ୍ୟକ। ସେ କହିଛନ୍ତି ଯେ ଉଦ୍ଧବ ଠାକରେ ବିଜେପି ସହ ବିଶ୍ୱାସଘାତକତା କରିଛନ୍ତି ଏବଂ ତାଙ୍କୁ ଏଥିପାଇଁ ଉଚିତ୍ ଶିକ୍ଷା ଦେବାର ଆବଶ୍ୟକତା ରହିଛି।

ଅମିତ ଶାହାଙ୍କ ଏଭଳି ବିବୃତିକୁ ନେଇ ଜଣେ ବିଜେପି ନେତା କହିଛନ୍ତି ଯେ ଆମେ ରାଜନୀତିରେ ସବୁକିଛି ସହ୍ୟ କରିପାରିବୁ, କିନ୍ତୁ ବିଶ୍ୱାସଘାତକତାକୁ ବରଦାସ୍ତ କରାଯାଇପାରିବ ନାହିଁ।

ତେବେ ଉଦ୍ଧବଙ୍କୁ ଟ‌ାର୍ଗେଟ କରିବା ପରେ ଅମିତ ଶାହା ବିଏମସି ନିର୍ବାଚନ ପାଇଁ ପ୍ରସ୍ତୁତିର ଅନୁଧ୍ୟାନ କରିଥିଲେ। ନିର୍ବାଚନ ପ୍ରସ୍ତୁତିର ଅନୁଧ୍ୟାନ କରିବା ପରେ ସେ କହିଥିଲେ ଯେ ବିଏମସି ନିର୍ବାଚନରେ ​​ଆମେ କିପରି ମିଶନ ୧୫୦ର ଲକ୍ଷ୍ୟ ହାସଲ କରିପାରିବା ଏହି ଯୋଜନା ଉପରେ କାର୍ଯ୍ୟ କରିବା ଉଚିତ। ତେବେ ବିଏମସି ହେଉଛି ଦେଶର ସବୁଠାରୁ ବଡ ନଗର ନିଗମ ଏବଂ ଦୀର୍ଘ ଦିନ ଧରି ବିଜେପି ଏହାକୁ ହାତେଇବାକୁ କରିବାକୁ ଚେଷ୍ଟା କରୁଛି। ଏଥର ବିଜେପି ଏକନାଥ ସିନ୍ଦେଙ୍କ ସହ ମିଶି ସରକାର ଗଢ଼ିବା ପରେ ବିଏମସି ନିର୍ବାଚନରେ ବିପୁଳ ବିଜୟ ପାଇବାକୁ ଆଶା ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe