photo-jansatta
ଅହମ୍ମଦାବାଦ: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହଙ୍କ ବିପକ୍ଷରେ କେଉଁ ଦଳର କେଉଁ ନେତା ନିର୍ବାଚନ ଲଢିବେ ତା’ଉପରେ ଆଖି ରଖିଛି ସାରା ଭାରତର। ଗୁଜୁରାଟର ଗୁଲବର୍ଗ ସୋସାଇଟି ଦଙ୍ଗାରେ ପୀଡ଼ିତ ଫିରୋଜ୍ ଖାନ୍ ପଠାନ୍ ଏଥର ଗାନ୍ଧୀନଗର ଲୋକସଭା ଆସନରୁ ଅମିତ୍ ଶାହଙ୍କ ବିପକ୍ଷରେ ନିର୍ବାଚନ ଲଢୁଥିବାର ଜଣାଯାଇଛି।
ଏଠାରେ ସୂଚନାଯୋଗ୍ୟ ଯେ ୨୦୦୨ରେ ଗୋଧ୍ରା ଦଙ୍ଗା ପରେ ଗୁଲବର୍ଗ ସୋସାଇଟିରେ ହିଂସାକାଣ୍ଡ ଘଟି ୬୯ ଜଣ ଲୋକଙ୍କର ପ୍ରାଣହାନି ଘଟିଥିଲା। ଫିରୋଜ୍ ଖାନ୍ କହିଛନ୍ତି ଯେ ଗାନ୍ଧୀନଗରରୁ ସେ ନିର୍ବାଚନ ଲଢି ଏହି ସନ୍ଦେଶ ଦେବାକୁ ଚାହାଁନ୍ତି ଯେ ଗୁଲବର୍ଗ ସୋସାଇଟିର ପୀଡ଼ିତମାନଙ୍କୁ ଏଯାବତ୍ ନ୍ୟାୟ ମିଳିନାହିଁ।
photo- navbharat timesସେ କହିଛନ୍ତି ଏହି ନ୍ୟାୟ ଲାଗି ବହୁ ବର୍ଷ ଧରି ଅପେକ୍ଷା କରିଛନ୍ତି। ଫିରୋଜ୍ ଏକ ସାଇବର କାଫେର ମାଲିକ। ସେ ପତ୍ନୀ ଓ ଦୁଇ କନ୍ୟାଙ୍କ ସହିତ ଜୁହାପୁରାରେ ରହୁଛନ୍ତି। ଅହମ୍ମଦାବାଦରେ ଏହି ଅଞ୍ଚଳରେ ଅନେକ ସଂଖ୍ୟକ ମୁସଲମାନ ପରିବାର ରହୁଥିବା ହେତୁ ଏହାର ଫାଇଦା ତାଙ୍କୁ ମିଳିବ ବୋଲି ସେ ଆଶା ରଖିଛନ୍ତି।
Follow Us